ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ : ଥାନାରେ ଏତଲା

- Advertisement -

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ମାନୁନାହିଁ ଇସ୍କନ । ସବୁବେଳେ ନିଜ ଢଙ୍ଗରେ ଇସ୍କନ ଜଗନ୍ନାଥଙ୍କ ରଥଯାତ୍ରାକୁ ପାଳନ କରୁଛି । ଏହା ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି । ଆଷାଢ ଶୁକ୍କ ତୃତୀୟାରେ ମହାପ୍ରଭୃଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୁଏ । ହେଲେ ଲୁଧିୟାନାରେ ଇସ୍କନ ପକ୍ଷରୁ ନଭେମ୍ବର ୧୭ ତାରୀକରେ କିଭଳି ରଥଯାତ୍ରା କରାଯିବ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ । ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏହି ଏତଲା ଦିଆଯାଇଛି।

ଲୁଧିୟାନାରେ ଇସ୍କନ ସଂସ୍ଥାର ଅମିତ ଗର୍ଗ ଅଦିନିଆରେ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତି ସହ ଭକ୍ତଙ୍କ ଭାବାବେଗକୁ ଅପମାନିତ କରିଥିବା ଏତଲାରେ ଦର୍ଶାଯାଇଛି।ବିଧି ଅନୁଯାୟୀ ଆଷାଢ଼ ଶୁକ୍ଳ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଥିବା ବେଳେ ଲୁଧିୟାନାରେ ଇସ୍କନ ପକ୍ଷରୁ ନଭେମ୍ୱର ୧୭ ତାରିଖରେ କିଭଳି ରଥାଯାତ୍ରା କରିବେ ସେନେଇ ବିରୋଧ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବାରୁ ଆଇପିସିର ଦଫା ୧୫୩ କ, ୧୨୦ ବି, ୨୯୫ ଏ, ୨୯୬, ୨୯୭ ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି।ଔଦ୍ଧତ୍ୟର ସବୁ ସୀମା ଡେଇଁଛି ଇସ୍କନ। ଜଗନ୍ନାଥକୁ ନେଇ ଅଦିନିଆ ରଥଯାତ୍ରା କରୁଥିବା ଇସ୍କନ ସମଗ୍ର ଓଡ଼ିଆ ଜାତିକୁ ପଢାଉଛି ଶାସ୍ତ୍ରର ପାଠ । ଜଗନ୍ନାଥଙ୍କ ପରିଚୟ, ଭୋଗରାଗ ଉପରେ ବି ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ।
ଅକ୍ଟୋବର ନଭେମ୍ବରରେ ରଥଯାତ୍ରା ଆୟୋଜନ କରୁଥିବା ଲୁଧିଆନା ଇସ୍କାନର କାର‌୍ୟ୍ୟକଳାପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।ଇସ୍କନର କହିବା କଥା, ଅଦିନିଆ ରଥଯାତ୍ରା ହିଁ ଶାସ୍ତ୍ର ସମ୍ମତ । ଏପିରିକି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିକୁ ବି ଚ୍ୟାଲେଞ୍ଜ କରିବାକୁ ସେ ପଛାଉ ନାହାନ୍ତି । ପୁରୀରେ ଧର୍ମ ନାଁରେ ରାଜନୀତି ଚାଲିଛି, ଧନ୍ଦା ଚାଲିଛି । ଇସ୍କନ ଯାହା କରୁଛି ଠିକ୍ । ଏଭଳି ଦୁଃସାହସିକ ଉକ୍ତି ରଖିଛନ୍ତି। ଆହୁରି କହିଛନ୍ତି, ବାହାରେ ଜଗନ୍ନାଥଙ୍କୁ କେହି ଚିହ୍ନି ନ ଥିଲେ । ଜଗନ୍ନାଥଙ୍କୁ ସବୁଠି ଇସ୍କନ ହିଁ ପରିଚୟ ଦେଇଛି । ହେଲେ ଏଠି ପୁରୀରେ ମହାପ୍ରଭୁଙ୍କ ଉଚିତ ଗୁଣବତ୍ତାର ଭୋଗ ବି ଚଢାଯାଉନି ବୋଲି କହିବାକୁ ବି ପଛାଇ ନାହାନ୍ତି । ଇସ୍କନର ଏଭଳି ବାଚାଳବାଣୀ ଏଠି ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles