ବ୍ଯାସନଗର : ଆଜିକାଲିର ସମାଜରେ ପିଲା ମାନଙ୍କ ମାନସିକତାକୁ ବୁଝିବା କଠିନ। କାରଣ ଛୋଟିଆ ପିଲାଙ୍କ ମନରେ କି ପ୍ରକାରର ଭାବନା ଉତ୍ପନ୍ନ ହୁଏ ତାହାକୁ ବୁଝିବା ଅସମ୍ଭବ। ଆଜି ସ୍ଥାନୀୟ ଅଞ୍ଚଳରେ ଏହିଭଳି କିଛି ଘଟିଛି।ମିଳିଥିବା ସୂଚନା ଅନୁଯାୟୀ କଟକ ଦରଘା ବଜାରରେ ରହୁଥିବା ଜଣେ ନାବାଳିକା ନାଚ ଶିଖବାକୁ ଚାହୁଁଥିବା ବେଳେ ଘରେ ଏହାକୁ ବିରୋଧ କରିଥିଲେ । ତେଣୁ ସପ୍ତମ ଶ୍ରେଣୀରେ ପଢୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟର ନାବାଳିକା ଜଣକ ଘରୁ ରାଗି ଚାଲିଆସି ଯାଜପୁର ରୋଡ ରେଳଷ୍ଟେସନ ନିକଟରେ ଏଣେତେଣେ ବୁଲୁଥଲା। ନାବାଳିକାଟିର ହାବଭାବ ଲକ୍ଷ କରି ସ୍ଥାନୀୟ ସ୍ବେଚ୍ଛାସେବୀ ରାଜେଶ୍ ରାଉତ ପଚରାଉଚୁରା କରିବା ପରେ ଝିଅଟି ଘରୁ ରାଗି ଚାଲିଆସିଥିବା ଜଣାପଡିଥିଲା । ତେବେ ରାଜେଶ୍ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅବଗତ କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ।ଖବର ପାଇ ଏସ୍କେ.ଲିଆକତ ହୁସେନ୍, ସୀମିତ କୁମାର ଜେନା, ଐଶୋରିୟା ନାୟକ ପ୍ରମୁଖ
ଆସି ପହଞ୍ଚିଥିଲେ। ରାଜେଶ୍ ସେମାନଙ୍କୁ ଛୁଆଟିକୁ ହସ୍ତାନ୍ତର କରିବା ସହିତ ଝିଅଟିକୁ ଯଥାଶୀଘ୍ର ନିିଜ ଘରକୁ ପଠାଇବାକୁ ଅନୁୁୁଅନୁରୋଧ କରିଥିଲେ। ସ୍ଥାନୀୟ ଆଇ ଆଇ ସି ଙ୍କ ନିର୍ଦ୍ଦେଶରେ ପଠାଇ ସମସ୍ତ ନିୟମ ଅନୁଯାୟୀ ଶିଶୁ ସୁୁସୁରକ୍ଷା କମିଟିକୁ ହସ୍ତାନ୍ତର କରିଥିଲେ । ରାଜେଶ୍ ଙ୍କ ସହିତ ସ୍ଥାନୀୟ ବାସିନ୍ଦା ତଥା ଯୁବ ନେତ୍ରୀ ମିଲି ମାହାଳିକ, ମତାଜୀ ମାହାଳିକ, ନିତ୍ୟାନନ୍ଦ ମହାଳିକ, ସମାଜସେବୀ ମନୋଜ ଦାସ ଉପସ୍ଥିତ ରହି ସହୋଯୋଗା କରିଥଲେ ।