ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛି କୋରାଇ କଂଗ୍ରେସ

- Advertisement -

ଦର ବୃଦ୍ଧି ଓ ନାରୀ ନିର୍ଯ୍ଯାତନା କୁ କରିଛି ଅସ୍ତ୍ର।

ବ୍ଯାସନଗର  : ୨୬/୧୧ (ବିନିଓ) ଆସନ୍ତା ୨୮ ତାରିଖରୁ ଯାାଜପୁର କୋରାଇ ଠାରେ କଂଗ୍ରେସ ପକ୍ଷରୁ  ଜନ ଜାଗରଣ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ସଜବାଜ ହେଉଛି କୋରାଇ କଂଗ୍ରେସ । ବ୍ୟାସନଗର ସ୍ଥିତ ଏକ ହୋଟେଲରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହେଇଯାଇଛି ।  ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକ ଓ କୋରେଇ ବ୍ଳକ କଂଗ୍ରେସ ସଭାପତି ଅକ୍ଷୟ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ  ଶ୍ରୀମତୀ ବନ୍ଦିତା ପରିଡା ଯୋଗ ଦେଇ ଜନଜାଗରଣ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ବହୁ ପୂର୍ବତନ ସାଂସଦ,ମନ୍ତ୍ରୀ ତଥା ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ  ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ଶ୍ରୀମତୀ ପରିଡା । ତେବେ ଆଗମୀ ପୋୖର ଓ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହା ହେଉଥିବା ସୂଚନା । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିିଭିନ୍ନ ସାମଗ୍ରୀର ଅହେତୁକ ଦର ବୃଦ୍ଧି  ରାଜ୍ୟ ଓ  କେନ୍ଦ୍ର ସରକାର କରୁଥିବା ଭ୍ରଷ୍ଟାଚାର , ଦୁର୍ନୀତି ଓ ନାରୀ ନିର୍ଯ୍ୟାତନା ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଜନଜାଗରଣ ଯାତ୍ରାର  ଡାକରା ଦିଆଯାଇଛି  । ପ୍ରଦେଶ କଂଗ୍ରେସ ପକ୍ଷରୁ  ଓଡ଼ିଶାର  ପ୍ରତେକ ଜିଲ୍ଲାରେ ଏହି ଡାକରା ଦିଆଯାଇଛି । ଏହି ଅବସରରେ ବ୍ୟାସନଗର ର ବରିଷ୍ଠ  କଂଗ୍ରେସ ନେତା  ବିଦ୍ଯାଧର ମହାନ୍ତି , ପୂର୍ବତନ କାଉନସିଲର୍ ଅନୁପ୍ ନାୟକ ଯୋଗଦେଇଥିଲେ ।

ବ୍ଯାସନଗର ରୁ ଅଜୟ କୁମାର ସାହୁ                             ବିଗ୍ ନିଉଜ୍ ଓଡିଶା

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles