କୋରାପୁଟ : କରୋନା ମୁକାବିଲା ପାଇଁ ଦିଆଯାଇଥିବା ସରକାରଙ୍କ ଆହ୍ବାନ କୁ ସ୍ବାଗତ ଜଣାଇଛନ୍ତି ସୁନାବେଡା ପୌରପରିଷଦ କର୍ମଚାରୀ । ସେହି କାରଣରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାପାଇଁ ଅଣ୍ଟା ଭିଡିଛନ୍ତି ।ପରିଷଦର ସମସ୍ତ କର୍ମଚାରୀ ନିଜର ଗୋଟିଏ ଦିନର ଦରମାକୁ ଜନ କଲ୍ୟାଣ ଉଦେଶ୍ଯରେ ଦାନ କରିଛନ୍ତି । ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱସ୍ତିକ ଜମାଦlର୍ ,କର୍ମଚାରୀଙ୍କ ଦ୍ବାରା ସଂଗୃହୀତ ୫୩୮୧୧ଟଙ୍କାର ଏକ ଚେକ୍ ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି l ଉକ୍ତ ଚେକ୍ ପ୍ରଦାନ ସମୟରେ ପୌରପରିଷଦର ଗୋଷ୍ଠୀ ସଂଯୋଜକ ଚିତ୍ତ ରଞ୍ଜନ ସାହୁ ଉପସ୍ଥିତ ଥିଲେ l