ରାଜ୍ୟର ସବୁଠୁଁ ବଡ଼ ଶିବମୂର୍ତ୍ତୀ ଯାଜପୁରରେ

- Advertisement -

୧୨୩ ଫୁଟର ଶିବ ମୂର୍ତ୍ତି ପାଇଁ ପହଞ୍ଚିଲା ଡେମୋ
ଯାଜପୁର:  ବିରଜା କ୍ଷେତ୍ର ପରେ ଯାଜପୁରକୁ ମଧ୍ୟ ଶୈବକ୍ଷେତ୍ର କୁହାଯାଏ l ଯାଜପୁର ର ଯେକୌଣସି ସ୍ଥାନରେ ଦେଖିିିଲେ କେବଳ ଶିବଲିଙ୍ଗ ଆଉ ଶିବଲିଙ୍ଗ l ଲୋକକଥା ଅନୁସାରେ ଯାଜପୁରରେ କୋଟିଏରୁ ଗୋଟିଏ ଶିବଲିଙ୍ଗ କମ ଥିଲା l ବିରଜାଙ୍କ ପୂର୍ବରୁ ବିରଜା ମନ୍ଦିରର ଯଜ୍ଞକୁଣ୍ଡର ପ୍ରଥମେ ଇଶାନେଶ୍ୱର ସୃଷ୍ଟି l ଆଉ ସେହିଦିନ ଠାରୁ ଯାଜପୁର ଶୈବପିଠ ଭାବେ ବି ପରିଚିତ l
ଯାଜପୁରକୁ ଐତିହ ଓ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ବିଶୁ ମହାରଣା ଭାବେ ଦିନ ରାତି ପରିଶ୍ରମ କରିଚାଲିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) l ଭାରତ ବର୍ଷର ସବୁଠାରୁ ବଡ଼ ଶିବମୂର୍ତ୍ତୀ  ଯାଜପୁରରେ ଗଢିତୋଳିବା ପାଇଁ ପ୍ରଣବ ପ୍ରୟାସ କରିଥିଲେ l ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ କରିଛନ୍ତି l ଅଶି ଦଶକରେ ବିଜୁବାବୁଙ୍କର ବି ଯାଜପୁର ଜିଲ୍ଲା ପ୍ରତି ଥିଲା ସ୍ୱତନ୍ତ୍ର ଧ୍ୟାନ l ଯେଉଁଥିପାଇଁ ସେ ଯାଜପୁରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢିତୋଳିଥିଲେ l ସେହି ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଯାଜପୁରକୁ ଓଡିଶା ବିକାଶ ମଡେଲର ଏକ ମାଇଲ ଖୁଣ୍ଟ ଭାବେ ପରିିଚୟ ଦେଉଛନ୍ତି l ଆଉ ଯାହାର ସାରଥୀ ସାଜିଛନ୍ତି ବବି l

ବବିଙ୍କ ଉଦ୍ୟମରେ ଆଜି ଯାଜପୁର ସହର ମଧ୍ୟରେ ଛିଡା ହେବାକୁ ଯାଉଛି ୧୨୩ ଫୁଟ ଉଚ୍ଚର ଶିବମୂର୍ତ୍ତି । ଯାହାକି ଓଡିଶାର ସବୁଠାରୁ ଉଚ୍ଚତମ  ମୂର୍ତ୍ତି ଭାବେ ପରିଗଣିତ  ହେବ । ଜାତୀୟ ରାଜପଥ ୧୬ରୁ ଏହି ଶିବମୃତ୍ତି ଦେଖାଯିବ l ଯାଜପୁର ସହର ବରାହ ମନ୍ଦିର ପଛ ପାର୍ଶ୍ବରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ସାମିଲ କରାଯିବ। ଏହାର ନିର୍ମାଣ ଦାୟତ୍ବ ଗୃହ ଓ ପୂର୍ତ୍ତ ବିଭାଗ ହାତକୁ ନେଇଥିବା ବେଳେ  ନିର୍ମାଣହେବାକୁ ଥିବା ମୂର୍ତ୍ତୀର ଏକ ଡେମୋ ମୂର୍ତ୍ତୀ ଯାଜପୁରରେ ପହଞ୍ଚିଛି। ଯାହାକୁ ନକଲ କରାଯାଇ ଅବିକଳ ସେହିପରି ୧୨୩ ଫୁଟ ଉଚ୍ଚତାର ବିଶାଳ ଶିବ ମୂର୍ତ୍ତି ନିର୍ମାଣ କରାଯିବ। ତେବେ ଆଜି ଏହି ମୂର୍ତ୍ତୀ ପହଞ୍ଚିବା ପରେ  ଯାଜପୁର ଜିଲ୍ଲା ଚକ୍ରବର୍ତୀ ସିଂ ‌ରାଠୋର, ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ଯାଜପୁର ପୌର ପରିଷଦର ପୃର୍ବତନ ଅଧକ୍ଷ୍ୟ ଭଵ ପ୍ରସାଦ ଦାସ ପ୍ରମୁଖ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯାଜପୁର ପର୍ଯ୍ୟଟନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles