ସେମିଳିଗୁଡା (ବିି.ନି.ଓ) ୧୪/୧୨ : କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ୍ ଅଧୀନରେ ଥିବା ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ବହୁ ଗାଁ ର ମହିଳା ଓ ଝିଅ ମାନେ ଠକାମି ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗାଁ ର କିଛି ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଧାରୀ, ଘାଟଗୁଡା, ସୁଣ୍ଡିପୁଟ୍, ପୁଟସିଲ୍, ଚିକଲ୍ ମାରି,ବାରକୋଟଣି ଆଦି ଗାଁ ର ପ୍ରାୟ ତିନି ଶହ ମହିଳା ଓ ଯୁବତୀଙ୍କୁ ସିଲାଇ ଟ୍ରେନିଂ ଓ ମେସିନ୍ ଦେବାର ପ୍ରଲୋଭନ ଦେଖାଇ ଏକ ଠକ ଲକ୍ଷାଧିକ ଟଙ୍କା ଧରି ଫେରାର୍ ହୋଇଯାଇଛି। ଖବର ମତେ ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କର ବିକାଶ ଲାଗି ସରକାର ନୂତନ ଯୋଜନା ଆରମ୍ଭ କରିଛନ୍ତି କହି ଫର୍ମ ପୂରଣ କରି ପ୍ରତ୍ୟେକ ବ୍ୟକ୍ତି ପିଛା ଦୁଇ ରୁ ତିନି ଶହ ଟଙ୍କା ଆଦାୟ କରିଥିଲେ। ଏଥିସହ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆଧାର କାର୍ଡ ନକଲ ଓ ଫଟୋ ମଧ୍ୟ ଆଦାୟ କରିଥିଲେ । ସରଳ ଆଦିବାସୀ ମହିଳାଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାଲାଗି ଏକ ଫୋନ୍ ନଂ ମଧ୍ୟ ଦେଇଥିଲା ଠକ ଜଣକ। ତେବେ ଦୁଧାରୀ ଗାଁ ର ଗୀତା କୁଲଦୀପ୍ , ଅବନ୍ତି ବାଗ୍, ସାଲମି ଟାକିରି, ମିନି ଟାକିରି ଓ ଜୁଲାନ୍ତି ବାଗ୍ ଙ୍କର ସନ୍ଦେହ ସୃଷ୍ଟି ହେବାରୁ ଠକର ଫୋନ୍ ନମ୍ବରକୁ କଲ୍ କରିବାରୁ ଅପରପକ୍ଷରେ କେହି ଫୋନ୍ ଉଠାଇ ନଥିଲା ଓ ପରେ ଫୋନ୍ ଟିକୁ ବନ୍ଦ କରିଦେଇଥିଲା । ଫଳରେ ମହିଳା ମାନେ ଠକାମିର ଶୀକାର ହୋଇଥିବା ସ୍ପଷ୍ଟ ହୋଇଥିଲା ।ତେବେ ସରକାରଙ୍କ ଯୋଜନା ଆଳରେ ସରଳ ଆଦିବାସୀ ମାନଙ୍କୁ ଠକୁଥିବା ଏପରି ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।