ଦାୟିତ୍ୱକୁ ବର୍ଷେ ପୁରିଲା : ପ୍ରଣବଙ୍କ ସଫଳ ଗୋଟିଚାଳନାରେ ସଶକ୍ତ ହେଉଛି ବିଜେଡି

- Advertisement -

ନବୀନ ମୋ ନେତା, ବିଜୁ ମୋ ଆଦର୍ଶ

* ସଂଗଠନ ସଂପାଦକ ଦାୟିତ୍ୱକୁ ବର୍ଷେ ପୁରିଲା
* ପ୍ରଣବଙ୍କ ସଫଳ ଗୋଟିଚାଳନାରେ ସଶକ୍ତ ହେଉଛି ବିଜେଡି
* ନବୀନଙ୍କ ମନ୍ତ୍ରକୁ ଯୁବ ଓ ଛାତ୍ରଙ୍କ ସହ ଘରେ ଘରେ ପହଞ୍ଚାଉଛନ୍ତି ବବି

() ବିରଜା ମାଟିର ପୁଅ ସେ। ବାପାଙ୍କ ସଂକଳ୍ପ ଓ ସ୍ବାଭିମାନର ରକ୍ତ ବୋହୁଛି ତାଙ୍କ ଧମନୀରେ। କର୍ତ୍ତବ୍ଯନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ବବୋଧକୁ ଯିଏ ଜୀବନର ବ୍ରତ ଭାବେ ଗ୍ରହଣ କରିସାରିଛି ତାଙ୍କୁ ହିଁ ବିଶ୍ବାସ କରନ୍ତି ସମସ୍ତେ। ଠିକ ସେମିତି ଦଳରେ ଓ ରାଜନୀତିରେ ୧୫ ବର୍ଷରୁ ଅଧିକ ସମୟ କାର୍ଯ୍ଯ କରିବା ପରେ ୨୦୨୦ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମଦିବସରେ ତାଙ୍କୁ ମିଳିଲା ଏକ ଗୁରୁ ଦାୟିତ୍ୱ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ବିଜେଡିରେ ଆରମ୍ଭ ହେଲା ନୂଆ ଏକ ପଦବୀ। ଯାହାର ନାଁ ରଖାଗଲା ରାଜ୍ଯସ୍ତରୀୟ ସଂଗଠନ ସଂପାଦକ ପଦବୀ। ଆଉ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଭିଷିକ୍ତ ହେଲେ ଯାଜପୁରର ବିଧାୟକ ତଥା ଲକ୍ଷଲକ୍ଷ ଯୁବ ଓ ଛାତ୍ରଙ୍କ ପ୍ରେରଣାର ଉତ୍ସ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ।

କରୋନା
———–
ଏହାପରେ ବିଜେଡିରେ ବବିଙ୍କର ଆରମ୍ଭ ହେଲା ନୂଆ ଏକ ଯାତ୍ରା। ଏତେବଡ଼ ଦଳ ଓ ସଂଗଠନର କୋଟି କୋଟି କର୍ମକର୍ତ୍ତାଙ୍କୁ ନେଇ ପ୍ରସ୍ତୁତ କଲେ ରଣନୀତି। ସମସ୍ତଙ୍କ ପାଖରେ ସରକାରୀ ଯୋଜନା ଓ ମୁଖ୍ଯମନ୍ତ୍ରୀଙ୍କ ବାର୍ତ୍ତା କିଭଳି ପହଞ୍ଚିବ ତାର ବ୍ଲୁ ପ୍ରିଣ୍ଟ ମଧ୍ଯ ପ୍ରସ୍ତୁତ କଲେ। ତେବେ ଦାୟିତ୍ୱ ନେବାର ଦିନ ୧୦ଟା ନପୁରୁଣୁ ମାଡ଼ି ଆସିଲା ମହାମାରୀ। ସାରା ଦେଶରେ ଆରମ୍ଭ ହୋଇଗଲା ଲକଡାଉନ। ଘରେ ଘରେ କବାଟ କିଳି ଲୋକଙ୍କୁ ରହିବାକୁ ପଡ଼ିଲା। କିନ୍ତୁ ପ୍ରଣବ ଘରେ ବସିପାରିଲେନି। ସମ୍ଭାବ୍ଯ ବିପଦକୁ ଖାତିର ନକରି ସଂଗଠନର ଲୋକଙ୍କ ସହ ସମନ୍ବୟ ରକ୍ଷା କରି ପ୍ରବାସୀ ଭାଇ ଓ ଭଉଣୀ କିଭଳି ରାଜ୍ଯକୁ ଫେରିବେ ତାର ବ୍ଯବସ୍ଥା କରିଥିଲେ। କେବଳ ସେତିକି ନୁହେଁ ପ୍ରତି ପଂଚାୟତରେ ସରପଂଚ ମାନଙ୍କର ସହାୟତାରେ ଖୋଲା ହେଲା କ୍ୱାରେଣ୍ଟାଇନ ସେଣ୍ଟର। ସବୁଠି ଲଗାଇଲେ ସଂଗଠନର ଲୋକଙ୍କୁ। ଖାଇବା ଠୁ ଯିବା ଯାଏଁ ସବୁ କ୍ଷେତ୍ରରେ ରହିଲା ନଜର। ଓଡ଼ିଶା ମୋ ପରିବାରକୁ ଲଗା ଗଲା କରୋନା ରେ ପ୍ରାଣ ହରାଉ ଥିବା ଲୋକଙ୍କୁ ସମ୍ମାନର ସହ ସଂସ୍କାର କରିବା ପାଇଁ। ତାରି ମଧ୍ଯରେ ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରସ୍ତୁତିକୁ ପରକୁ ଥିଲେ ଖୋଦ୍ ପ୍ରଣବ। ଏହାସହ     ପ୍ରବାସୀ ମାନେ କିପରି ଭଲରେ   ଫେରିବେ ସେ ଗୁରୁ    ଦାୟିତ୍ୱ ନେଇଥିଲେ ସେ l

ଉପ ନିର୍ବାଚନ 
————–
କରୋନା ସମୟରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଘୋଷଣା ହେଲା ଉପ ନିର୍ବାଚନ। ତିର୍ତ୍ତୋଲ ରେ ଯଦିବା ବିଜେଡି ହାତରେ ସିଟ୍ ରହିଥିଲା ଓ ବିଜୟ ସହଜ ଲାଗୁଥିଲା କିନ୍ତୁ ବାଲେଶ୍ବରରେ କିଛି ଭିନ୍ନ ସ୍ଥିତି ଥିଲା। ମାତ୍ର ଦଳର ନେତା ଇସାରା କରିସାରିଥିଲେ ପ୍ରଣବଙ୍କୁ ଯେ, ଏଥର ବାଲେଶ୍ବରବାସୀ ବିଜେଡିକୁ ଚାହିୁଛନ୍ତି। ସୁପ୍ରିମଙ୍କଠାରୁ ଇସାରା ପାଇବା ପରେ ବବି ପହଞ୍ଚିଥିଲେ ବାଲେଶ୍ବରରେ। ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରି ମାସାଧିକକାଳ ପଞ୍ଚାୟତ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଫେରାଇ ଆଣିଥିଲେ ବିଜେଡି ଖାତାକୁ ବାଲେଶ୍ୱର। ରାଜ୍ଯ ଦେଖିଥିଲା ବବିଙ୍କ କରିସ୍ମା। ବିବାଦକୁ ସେ କିଭଳି ବିଜୟରେ ପରିଣତ କଲେ ତାହା ମଧ୍ଯ ବହୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ମୟୁରଭଞ୍ଜରେ ବବି ଦେଖାଇଥିଲେ କରିସ୍ମା। ଜିଲ୍ଲାପରିଷଦ ଉପ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବା ସହିତ ଗେରୁଆ ଗଡକୁ ଭାଂଗିବା କାମ ଆରମ୍ଭ କରିଦେଇଥିଲେ। ଇତି ମଧ୍ଯରେ ବହୁ ବିଜେପି ଓ କଂଗ୍ରେସର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଏହାପରେ ଡିସେମ୍ବର ମାସରେ ସଂଗଠନର ମାରାଥନ୍ ସମ୍ମିଳନୀ କରାଇଥିଲେ ପ୍ରଣବ। ଯୁବ ଓ ଛାତ୍ରଙ୍କୁ ଦେଇଥିଲେ ନବିନୀଜିମର ଗୁରୁ ମନ୍ତ୍ର। କଳାହାଣ୍ଡି ଓ ସୁନ୍ଦରଗଡରେ ବିରାଟ ସମାବେଶରେ ପ୍ରଣବଙ୍କର ଥିଲା ପ୍ରମୁଖ ଭୂମିକା। ଏ ସବୁ ମଧ୍ଯରେ ସଂଗଠନ ସଂପାଦକ ଭାବେ ବବିଙ୍କର ବର୍ଷକର ଯାତ୍ରା ବେଶ ସଫଳ ଓ ଐତିହାସିକ ରହିଛି। ଆଗକୁ ମଧ୍ଯ ସେ ବହୁ ମାଇଲଖୁଣ୍ଟ ରଚିବେ ବୋଲି ସମସ୍ତଙ୍କର ଆଶା।

ସଂଗଠନ ପାଇଁ  1000କିଲୋମିଟର ସଡ଼କ ଯାତ୍ର.. 

2017 ମସିହାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଂଗଠନ ପାଇଁ  କାମ କରିବା ଲାଗି ସଂକଳ୍ପ ନେଇଥିଲେ ପ୍ରଣବ l ଆଉ ସେବେଠୁ ଆଜି ଯାଏ ଦିନ ରାତି ଏକକରି ସେ ତୃଣମୂଳ ସ୍ତରରେ ସଂଗଠନ କିପରି ଅଧିକ ମଜବୁଜ ହେବ ସେଥିପାଇଁ ପ୍ରଣବଙ୍କ ଆଖିରେ ନିଦ ନାହିଁ l କୋରାପୁଟ, ମାଲକାନଗିରି, ବୌଦ୍ଧ କି ନବରଙ୍ଗପୁର ହେଉ ଅବା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ କି କେନ୍ଦ୍ରାପଡ଼ା ଅବା ଜଗତସିଂହପୁର, ପୁରୀ  ସବୁଆଡେ ସଂଗଠନକୁ ମଜବୁଜ କରିବା ପାଇଁ ଘଣ୍ଟା ଘଣ୍ଟା ସଡ଼କ ଯାତ୍ରା କରି ଦଳୀୟ କର୍ମୀ ଓ ନେତାଂକୁ ସେ ଉତ୍ସାହିତ କରନ୍ତି l ଅନୁଗୁଳ ତାଳଚେର, ବ୍ରହ୍ମଗିରିରୁ ବ୍ରହ୍ମପୁର ଅବା ନୟାଗଡ କି ନିମାପଡା ସବୁବେଳେ କର୍ମୀ ମାନଙ୍କ ସହ ରହିବାକୁ ସେ ପସନ୍ଦ କରନ୍ତି l ତାଙ୍କ ରାଜନୀତି ବଡ ମନ୍ତ୍ର ହେଉଛି ନେତା ବଡ ନୁହେଁ, କର୍ମୀ ବଡ l ସାଧାରଣ କର୍ମୀର କଥାରେ ଦଳ କିପରି ଚାଲେ ସେ କଥା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶିକିଛନ୍ତି l

ସଂଗଠନକୁ ମଜବୁତ କରିବା ଓ କର୍ମୀ ପାଖରେ ଛିଡା ହେବା ପାଇଁ ପ୍ରଣବ କିପରି ହଜାର ହଜାର କିଲୋମିଟର ସଡ଼କ ଯାତ୍ର କରି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି ତାହାର ଗୋଟେ ଉଦାହରଣ ହେଉଛି 3-3-2021 ଘଟଣା l ସେଦିନ ନିମାପଡାରେ ବିଜେଡିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ପ୍ରଣବ ଉଦଘାଟନ କରି ସେହିଦିନ ମୟୁରଭଞ୍ଜ mpl କ୍ରିକେଟ ମ୍ୟାଚ ଫାଇନାଲରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଏହାପରେ ସେଠାରୁ ସିଧା ଯାଜପୁର ଓ ତାପରେ ଭୁବନେଶ୍ୱର ପହଂଚି ବିଜୁ ଜୟନ୍ତୀ ସାଇକେଲ ଯାତ୍ରର ସମୀକ୍ଷା କରି 4ତାରିଖ   ସକାଳ 10ଟାରେ ସାଂସଦ ସୁବାଷ ସିଂହଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ମହିଳା ସମାବେଶ ଯୋଗଦେଇଥିଲେ l 850କିଲୋମିଟରର ଲମ୍ବା ସଡ଼କ ଯାତ୍ର ପରେ ବି ସେ କ୍ରାନ୍ତ ଅନୁଭବ ନକରି ଦଳର ସଂଗଠନ ପାଇଁ ପ୍ରଣବ କାମ କରିଥିଲେ l ପ୍ରଣବ ଏହି  କଠିନ ପରିଶ୍ରମକୁ ନବୀନ ବହୁ ଆଗରୁ ଜାଣିପାରିଥିବାରୁ ବୋଧେ ଦଳର ଦ୍ୱିତୀୟ ନେତା ଓ ସଂଗଠନର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଥିଲେ l ପଦ ପଦବୀ ନୁହେଁ, ଦଳ ଓ ସେବାମନବୃତି ମୂଳ ମନ୍ତ୍ର କରି ବିଜେଡିକୁ ମୁଖ୍ୟମନ୍ତ୍ରୀ ନିର୍ଦେଶରେ ଏକ ଦଳ ନୁହେଁ, ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ପ୍ରଣବ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles