() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆଜଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩, ୧୪୮ଜଣ ଓ ଧନ୍ଦାମୂଳକ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନା ରେ ଯୋଗଦେବେ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀ। ତେଣୁ ପରୀକ୍ଷା ପରିଚାଳନା ସୁରୁଖୁରୁରେ ହେବ ବୋଲି ଆଶା କରାଯାଉଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳ ୯ଟା ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ମାନେ ନିଜ ନିଜ ଆଡମିଟ କାର୍ଡ, ବ୍ଲାକପେନ୍, ପାଣି ବୋଟୋଲ ଛଡ଼ା ଆଉ କୌଣସି ଜିନିଷ ପରୀକ୍ଷା କେନ୍ଦ୍ର ଭିତରକୁ ନେଇ ପାରିବେ ନାହିଁ। ଯୁକ୍ତ ଦୁଇ କଳା, ବିଜ୍ଞାନ, ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧ ତାରିଖ ଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା ଜ୍ଞାପନ କରିଛନ୍ତି। ଚାପରେ ନରହି ନିଜ ଅଧ୍ୟୟନ, ପରିଶ୍ରମ ଓ ଆତ୍ମବିଶ୍ବାସ କୁ ବଜାୟ ରଖି ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଉକ୍ତ ପକ୍ରିୟାକୁ ସଫଳତାର ସହ ପରିଚାଳନା କରିବା ନିମନ୍ତେ ପଦାଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ପୋଲିସ୍ ଓ ପ୍ରଶାସନଙ୍କ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ।