48ଘଣ୍ଟା ଭୁବନେଶ୍ୱର ଓ ଭଦ୍ରକ ସଟ ଡାଉନ..

- Advertisement -

ଆସନ୍ତା ୪୮ ଘଣ୍ଟା ଯାଏଁ ଭୁବନେଶ୍ୱର ଓ ଭଦ୍ରକ ସହରରେ ପୁରା ଲକଡାଉନ #Comple_Shutdown

ଘରୁ ବାହାରକୁ ବାହାରିବା ଉପରେ ଲାଗିଲା ରୋକ।

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ରୋକ ଲାଗିଲା।

ଭୁବନେଶ୍ବର: ସାରା ଦେଶରେ କରୋନା ମୁକାବିଲା କରିବାରେ ଓଡ଼ିଶା ଆଗରେ।ଏହି କ୍ରମରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।ଭୁବନେଶ୍ୱର ଓ ଭଦ୍ରକ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ସଟ୍ ଡାଉନ୍ ଘୋଷଣା କରାଯାଇଛି। ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ମହାନିର୍ଦେଶକ ଅଭୟ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଲକଡାଉନ ବେଳେ ଦିଆଯାଇଥିବା ସମସ୍ତ ପାସ୍ ଅକାମୀ ହୋଇଯିବ। ଅର୍ଥାତ୍ କୌଣସି ଅନୁମତି ପତ୍ର ଏହି ସମୟରେ କାମ କରିବ ନାହିଁ। ଘରୁ କେହି ବାହାରିପାରିବେନାହିଁ। ତେବେ ମାଲ ପରିବହନ ପୂର୍ବଭଳି ଚାଲିବ। କୌଣସି ଦୋକାନ ବଜାର ଖୋଲିପାରିବ ନାହିଁ। ଆଜି ସନ୍ଧ୍ୟା ୮ରୁ ଏହି ଅବଧି ଆରମ୍ଭ ହେବ ଓ ରବିବାର ୮ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ। ତେବେ ଭୁବନେଶ୍ୱରରେ ଓଡ଼ିଶାର ୮୦% ରୋଗୀ ଚିହ୍ନଟ ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles