ଭୁବନେଶ୍ବର : ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ସମ୍ପର୍କିତ ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କଲା ଓ ୟୁ ଜେ ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷକୁ ଵୃଦ୍ଧି , ବାପା ମା ଙ୍କୁ ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କରିବା ଓ ସ୍ୱାସ୍ଥ୍ୟ ବୀମାର ସଠିକ କାର୍ଯ୍ୟକାରିତା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିବା ଆଦି ଦାବି ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଭେଟିଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ । ଏହି ପ୍ରତିନିଧି ମଣ୍ଡଳରେ ଓଡିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଓଡିଶା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ ଅଶୋକ ନନ୍ଦ,ଉପସଭାପତି କିଶନ ରାଉତ , ଉପନ ସାହୁ ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ଭରତ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ଆଦି ଏକ ୩ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ସରକାର ଯଥା ଶୀଘ୍ର ସରକାର ଏହାକୁ ଦୃଷ୍ଟି ଦେବା ପାଇଁ ଦାବି ଜଣାଇଛନ୍ତି ।