ସର୍ମ୍ପକ । ପରିଚିତ, ଚିହ୍ନା , ନିଜର । ଏସବୁ ସମୟ ଅନୂୁସାରେ ଚାଲେ । କେତେବେଳେ କାହା ସହ କେମିତି ସର୍ମ୍ପକ ଓ ଚିହ୍ନା କି ପରିଚୟ ଯୋଡ଼ି ହୋଇଯାଏ ତାହା କହିବା ବି ମସକିଲ । ହେଲେ ଧୀରେ ଧୀରେ ସେହି ଅଚିହ୍ନା , ଅଜଣା ମଣିଷଟି ନିଜର ହୋଇଯାଏ ।ସୁଖ ,ଦୁଃଖ, ମଜାମସ୍ତି ସବୁବେଳେ ସେହି ବ୍ୟକ୍ତିମାନଙ୍କ ସହ ଯୋଡ଼ି ହୋଇରହିବାକୁ ଭଲ ଲାଗେ । ପିଲାଦିନରୁ ଆଜି ଯାଏ ଏମିତି କେତେ ଯେ ସର୍ମ୍ପକ ଯୋଡ଼ି ହୋଇଯାଏ ଜୀବନରେ ତାହାକୁ ମନେ ରଖିବା ବି ସମ୍ଭବ ନୁହେଁ । ଏତେ ବଡ଼ ଦୁନିଆରେ ଏ ସବୁ ସର୍ମ୍ପକ କେବଳ ସମୟ ଅନୁସାରେ ଯେ ଆସେ ଓ ଯାଏ ତାହା ଏବେ ଅଳ୍ପ ବହୁତ ସମସ୍ତେ ଅନୁଭବ କରିଛନ୍ତି । ଦିନେ ଯାହା କୋଳରେ ଟିକେ ଅଲଗା ହେଲେ ଦୁନିଆଟା ନାହିଁ ବୋଲି ଲାଗୁଥିଲା । ଆଜି ସେ କୋଳେ ଶୋଇବାକୁ ଚାହିଲେ ବି ତାହା ସମ୍ଭବ ହୋଇପାରୁନାହିଁ । ଲାଗୁଛି ଯେମିତି ସମୟ ଅନୁସାରେ ସେ କୋଳ ଏବେ ସ୍ମୃତି ହୋଇଯାଇଛି । ଦିନେ ଯାହା ହାତ ଧରି ଛିଡ଼ା ହୋଇ ଚାଲିବାକୁ ଭଲ ଲାଗୁଥିଲା , ବିଶ୍ୱ ନବୁଲି ବି ସବୁ ଦେଖିଲା ପରି ଲାଗୁଥିଲା । ଆଜି ସେ ହାତ ବଡ଼େଇଲେ ବି ସମୟ ସେ ହାତିକୁ ଧରିବାକୁ ସୁଯୋଗ ଦେଉନାହିଁ । ଏମିତି ଜୀବନ ରାସ୍ତାରେ ବେଳେବେଳେ ଇଚ୍ଛା ହୁଏ ଏ ସର୍ମ୍ପକ କାହିକିଁ ଯୋଡ଼ି ହେଉଥିଲା ମୋ ସହ । ଯଦି ଯୋଡ଼ି ହୋଇଥିଲା ତାହାଲେ କାହିକିଁ ଆଜି ଏଥିରେ ଦୂରତା ରହୁଛି । ସେ ସର୍ମ୍ପକରେ ସଂଜ୍ଞା କଣ ବର୍ତ୍ତମାନ ନା ଭବିଷ୍ୟତ ନା ଅତୀତ ହୋଇଯାଇଛି ଆଜି । ପ୍ରେମ ,ଭାବନା , ଭଲ ପାଇବା ଭିତରେ ଏ ସମୟ କଣ ତା ପାଇଁ ପାଚେରୀ । ନା ମୁଁ ନିଜେ ସମୟକୁ ଦୋଷ ଦେଇ ଏ ସର୍ମ୍ପକକୁ ଏମିତି କରିଦେଇଛି । ଏକଥା କିଏ କହିବ । ଆଉ ଠିକ ଏମିତି ବେଳେ କିଏ ଗୋଟେ ଆସି କହିଲା ଭାଇ ସମୟ ହୋଇଗଲା…. ଆଉ ସେ ସର୍ମ୍ପକ