() ଜୀବନ ଚକ୍ରରେ ଅନେକ ସମୟରେ ଅନେକ ବ୍ୟକ୍ତି ଆପେଆପେ ଯୋଡ଼ି ହୋଇଯାଆନ୍ତି । ସଂପୂର୍ଣ୍ଣ ଅଜଣା ଥିବା ମଣିଷଟି ନିଜର ହୋଇଯାଏ । ଅନଲାଇନ ଯୁଗରେ ଏହା ସମ୍ଭବ ହେବା କିଛି ନୂଆକଥା ନୁହେଁ । ଅନେକ ସର୍ମ୍ପକ ଏମିତି ଗଢିଉଠେ ପରବର୍ତ୍ତୀ ସମୟରେ ଏହି ସମ୍ପର୍କ ଆଗକୁ ଆଗକୁ ବଢିଚାଲେ ।
ଏମିତି ତିନି ବର୍ଷ ହେବ ନବର ସର୍ମ୍ପକ ଗଢିଉଠିଲା ପିଙ୍କି ସହ । ଦିନେ ଫେସବୁକରେ ହଠାତ ନବ ଓ ପିଙ୍କି ସାଙ୍ଗ ହେଲେ । ଯେମିତି ମୁଖ୍ୟ ନଦୀ ସହ ଶାଖା ନଦୀ ମିଶେ । ଆଉ ତାପରେ କିଛି ଦିନ ବ୍ୟବଧାନରେ ପରସ୍ପର ପରସ୍ପରକୁ ଚିହ୍ନିବାକୁ ଚାହ୍ନିଲେ । କଥା ହେଲେ ଓ ପରସ୍ପରକୁ ଜାଣିଲେ । ତା ପୁଣି ସୋସିଆଲ ମିଡ଼ିଆରେ । ଦିିନେ ସଂନ୍ଧ୍ୟାରେ ହଠାତ ନବର ଇଚ୍ଛା ହେଲା ପିଙ୍କକୁ ଦେଖା କରିବା ପାଇଁ । ପ୍ରଥମଥର ଫୋନ କରି ସେ ପିଙ୍କିକୁ କହିଲା ତମକୁ ମୁଁ ଦେଖା କରିବାକୁ ଚାହେଁ । ପିଙ୍କି ମଧ୍ୟ ନବର ମନକଥା ବୁଝି ହାଲକା ସେ ହଁ ମାରିଲା । ସଂନ୍ଧ୍ୟା ଆରମ୍ଭରେ ଚକଚକା ଆଧୁନିକ ସହରର ପ୍ରସସ୍ଥ ରାସ୍ତା କଢରେ ଉଭୟ ପରସ୍ପର ଭେଟିଲେ । ଆଉ କେଇ ପଦ କଥାରେ ଉଭୟ ପୁଣି ନିଜ ରାସ୍ତାରେ ଚାଲିଲେ । ଏମିତି ୩ବର୍ଷ ହେବ ଚାଲିଛି ସର୍ମ୍ପକ । ପିଙ୍କି ଗାଁରୁ ଆସିଥିଲେ ମଧ୍ୟ ଆଧୁନିକତାର ସବୁ ସ୍ପର୍ଶ ତାକୁ ଛୁଇଛି ଓ ଆଉ ସହ ଗାଁର ସଂସ୍କାର ବି । ହେଲେ ପିଙ୍କି ଭିତରେ ଗୋଟେ ଅଦୃଶ୍ୟ ଶକ୍ତି ଅଛି ତାକୁ ଭିନ୍ନ ଦିଗକୁ ନେଇଯାଏ । ମିଛ ସତ, ରାଗ ଓ ଗର୍ବ ପୁଣି ନିରୀହ ଓ ସାହସୀ ବି କରେ । ମୋଟା ମୋଟି ଭାବେ କହିଲେ ସେ ଯେମିତି ଫୁଲେଇ ସେତେକି ଲାଜେଇ ମଧ୍ୟ । ପିଙ୍କି ଓ ନବ ଅତି ଘନିଷ୍ଠ ବନ୍ଧୁୁ ନହେଲେ ବି ପରସ୍ପର ପରସ୍ପର ସହ ବନ୍ଧୁୁତା ଅଛି । ସେମାନଙ୍କ ସର୍ମ୍ପକରେ ନାହିଁ ବେଶୀ ସୁଖ କି ବେଶୀ ଦୁଃଖ । ହେଲେ ତଥାପି ସର୍ମ୍ପକ ସେତୁ କିନ୍ତୁ ସଂଯୋଗ ହୋଇଚାଲିଛି । ହେଲେ ତଥାପି କାହିକିଁ ଚିହ୍ନା ଥାଇ ବି ଉଭୟ ପରସ୍ପର ଅଚିହ୍ନା । ହଁ ଯେମିତି ଫୁଲ । କଥା କହିପାରେନା ହେଲେ ସଭିଁଙ୍କ ମନ ଜିଣିପାରେ । ତାର ସୌନ୍ଦର୍ଯ୍ୟ ଓ ବାସ୍ନାର ମହକ ଯେମତି ମନରେ ଆନନ୍ଦ ଆଣେ । ଠିକ ସେହିପରି ପିଙ୍କି ଓ ନବର ସର୍ମ୍ପକ । ତେଣୁ ସେମାନେ ପରସ୍ପର ପ୍ରତି ଚିହ୍ନା ଓ ଅଜଣା । ..