() ହଠାତ ଦିନେ ସଂନ୍ଧ୍ୟା ହୋଇଆସୁଥାଏ । ଅଫିସ କାମରୁ ହାଲକା ହେବା ପାଇଁ କିଛି ବନ୍ଧୁ ଓ ପ୍ରିୟ ସହକର୍ମୀ ବାହାରକୁ ଆସିଲେ ଖୋଲାପବନରେ ଚା ପିଇବା ପାଇଁ । ସହରର ଗଳି ଭିତରକୁ ଯାଇଥିବା ନୂତନ ଲମ୍ବା ଓସାରିଆ ରାସ୍ତାରେ ଚା ଦୋକାନ ପର୍ଯ୍ୟନ୍ତ ଚାଲୁଥାନ୍ତି ସଭିଁଏ । ସ୍ୱଳ୍ପ ସମୟ ଭିତରେ ଯେ ଗୋଟିଏ ନୂଆ ପୃଥିବୀରେ ବୁଲିବାର ମଜା ଥାଏ ତାହା କେବଳ ତଳକୁ ଆସିଥିବା ବନ୍ଧୁମାନେ ଜାଣିପାରନ୍ତି । ସବୁ ଶୂନଶାନ ଭିତରେ ବି କୋଳାହଳ,ସବୁ ନିରାଶ ଭିତରେ ଆଶାର ସଂଚାର , ଜୀବନର ନୂଆ ଜୋସ ଓ ନୂଆ ଦିଗ ତାହା ସହ ପ୍ରକୃତି ସହ ଖେଳିବାର ମଜା । ବେଳେବେଳେ ତ ସେ ସ୍ୱଳ୍ପ ସମୟ କାହାକୁ ପ୍ରେମରେ ବୁଡ଼ାଇଦିଏ ଆଉ କାହା ମନରେ ଜ୍ରାଗତ ହୁଏ ପ୍ରେମର ନୂଆ ସମ୍ଭାବନା । ଏଠି କିନ୍ତୁ ପ୍ରେମର ଭରିଭାଷା ପୁରା ଭିନ୍ନ । ପୁରା ବିଶ୍ୱ ବିଷୟରେ ଆଲୋଚନା କରିବାର ଯେମିତି ଏ ସ୍ୱଳ୍ପ ସମୟରେ ଥାଏ ବର୍ଷବର୍ଷର ଘଣ୍ଟାଘଣ୍ଟା ସମୟ । କିଏ ପ୍ରକୃତିର ଭିନ୍ନଭିନ୍ନ ରୂପ ଫୋଟ ଉଠାଇ ଖୁସି ହୁଏ, ତ ଆଉ କିଏ ନିଜର ପରିବର୍ତ୍ତନ ରୂପକୁ । ପୁଣି କେତେବେଳେ କିଏ କାହା ପାଇଁ ଫୋଟ ଉଠାଇନିଏ ସମୟର ଉପଯୋଗ କରିବା ପାଇଁ । ମଜା,ମସ୍ତି, ଭଲପାଇବା ସହ ଜୀବନର ପରିବର୍ତ୍ତନ ଓ ସମୟ ଉପଯୋଗୀ ସଙ୍କେତ ମଧ୍ୟ ଏହି ସ୍ପଳ୍ପ ସମୟ ପୂର୍ବରୁ ଆଲୋଚନା ହୋଇ ସରିଯାଏ । ପ୍ରତ୍ୟେକ ଦିନ ନୂଆ ଜୋସ ଆଉ ନୂଆ ସମ୍ଭାବନା ଭରିଦିଏ ସଭିଁଙ୍କ ମନରେ । ଜୀବନକୁ ଚିହ୍ନବା, ଅନ୍ୟକୁ ଚିହ୍ନିବା ଓ ଆଜି ପାଇଁ ବଂଚବାର ଯେମିତି ଏହି ସ୍ୱଳ୍ପ ସମୟଟା ଦେଖାଏ ରାସ୍ତା । ଏହି ସ୍ପଳ୍ପ ସମୟ ଭିତରେ ଥାଏ ଗାଁର ପୁରୁଣା ଦିନର ସ୍କୃତି ସହ ବୟସ ଚକ୍ରର ସବୁ ଅନୁଭୂତି ଓ ପାଗଳାମି । ତାହାସହ ପୁଣି ଆକର୍ଷଣ ଓ ଆକସ୍ମିକ ଘଟଣା ଇତିହାସ ଓତ୍ତବର୍ତ୍ତମାନ । ଅତୀତ, ବର୍ତ୍ତମାନ , ଭବିଷ୍ୟତ ଆଲୋଚନାରେ ବର୍ତ୍ତମାନକୁ ବେଶୀ ଗୁରୁତ୍ୱ ଦିଏ ଏହି ସ୍ପଳ୍ପ ସମୟ । ଆଉ ତାହାରି ଭିତରେ କିଏ ଜଣେ କହିଦିଏ ଭାଇ ଅକ୍ସିଜେନ ଆସିଗଲା , ଆରେ ଏ ଅକ୍ସିଜେନ ସିଲିଣ୍ଡର ଭିତରେ ଥିବା ନିଶ୍ୱାସ ପାଇଁ ନୁହେଁ, ବରଂ ଚା ଦୋକାନିର ଗରମ ଚା । ଚା ହାତକୁ ଆସିଲା ପରେ ବି ଜୋସ ସେମିତି ଥାଏ ହାଲାକ ହେବାର ନିଶାଟା । ସହର ଭିତରେ ବି ଗାଁ ବଂଚିଛି, ବୟସ ଭିତରେ ବି ପ୍ରେମ ଲୁଚିଛି, ଜୀବନ ଭିତରେ ବି ଯନ୍ତ୍ରଣା ଲୁଚିଛି । ଆଉ ଚା ଭିତରେ ବି ହାଲକା ହେବାର ସ୍ଥାନ ପୁଣି ଲୁଚିଯାଇଛି । ପରଦିନ ପୁଣି ସ୍ୱଳ୍ପ ସମୟ ପାଇଁ ପଦାକୁ ଆସୁ । ତେଣୁ ଜୀବନର କୋଳାହଳରୁ ବାହାରି ଆସିଲେ ଏହି ସ୍ୱଳ୍ପ ସମୟରେ ଯେ ଏତେ ଭଲପାଇବା ମିଳେ ତାହା ଯିଏ ସମୟ କାଢି ଆସିଛି ସିଏ ହିଁ ଜାଣିଛି । ….