ୟାସ ମୁକାବିଲା : ୪ ଜିଲ୍ଳାରେ ପ୍ରଶାସନ ଓ ଦଳୀୟ କର୍ମୀଙ୍କ ସହ କଥା ହେଲେ ପ୍ରଣବ.. ସାହସର ସହ ମୁକିବାଲା କରିବାକୁ କଲେ ଅପିଲ..

- Advertisement -

()ସେ ଲୋକଙ୍କ ନେତା । ସବୁବେଳେ ଲୋକଙ୍କ ସହ ରହି ସେମାନଙ୍କ ସେବା କରିବା ପାଇଁ ପ୍ରସ୍ତୁତ । ଖାସ ଏଥିଲାଗି ଏବେ ଗ୍ରାଉଣ୍ଡକୁ ଯାଇ ବାତ୍ୟା,ବର୍ଷାକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିିଡ଼ିଛନ୍ତି । ମହାମାରୀ ସମୟରେ ବତ୍ୟାକୁ ସାହସର ସହ ମୁକାବିଲା କରିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ମନରେ ସାହସ ଦେଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ୨୬ ତାରିଖରେ ୟାସ ବାତ୍ୟା ପ୍ରଭାବିତ କରୁଥିବା ଯାଜପୁର, ଭଦ୍ରକ , ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଳାରେ ଦଳୀୟ କର୍ମୀ ଓ ନେତାଙ୍କ ମନରେ ସାହସ ଜୁଟାଇଛନ୍ତି   ବବି   । ଦଳୀୟ କର୍ମୀ ନେତାଙ୍କ ସହ ଘନଘନ ବୈଠକ କରି ପ୍ରଶାସନ ଯାହା ନିୟମ କରୁଛି ତାହାକୁ ମାନି ଚଳିବା  ସହ  ଏ ଦିଗରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ବାତ୍ୟା ପୂର୍ବରୁ ସ୍ଥାନାସ୍ତରିତ ଓ ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକଙ୍କୁ      ଆବଶ୍ୟକ ସାହାର୍ଯ୍ୟ ଓ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀ ସମୟରେ ସର୍ତକତାର ସହ ମୁକାବିଲା କରିବାକୁ ସେ ନେତାଙ୍କୁ ବୁଝାଇଥିଲେ । ଜିଲ୍ଳା ପ୍ରଶାସନ ସହ ମଧ୍ଯ ଆଲୋଚନା କରି ଜିରୋ କାଜୁଲଆଟି  ଉପରେ ଫୋକସ  କରିଥିଲେ  l  କେବଳ ସେତିକି ନୁହେଁ, କୋଭିଡ଼ ଚିକିତ୍ସିତ ହେଉଥିବା ଲୋକମାନେ ଯେମିତି ଏହି ସମୟରେ ପ୍ରଭାବିତ ନହୁଅନ୍ତି ସେ ନେଇ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବାତ୍ୟା ସମୟରେ ବିଜୁଳି କାଟ ହେଉଥିବାରୁ ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନେଇ ଦଳୀୟ ନେତାଙ୍କୁ ବୁଝାଇଲେ । ବିଶେଷକରି ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ କିପରି ପ୍ରଶାସନର ସହଯୋଗରେ ସୁରକ୍ଷିତ ସ୍ଥାନକୁ ଅଣାଯିବ ତାହା ଉପରେ ଫୋକସ କରିଥିଲେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେବଳ ସେତେିକି ନୁହେଁ ପ୍ରଭିବତ ଜିଲ୍ଲାବାସୀମାନେ ବତ୍ୟା ସମୟରେ ଘରେ ରହିବାକୁ ମଧ୍ୟ ସେ ଅପିଲ କରିଛନ୍ତି । ରାଜ୍ୟ ସରକାର ୧୯୯୯ ମସିହାରୁ ସଫଳତାର ସହ ଯେତେ ଗୁଡ଼ିଏ ବାତ୍ୟା ଆସିଛି ତାହାର  ସଫଳ ମୁକାବିଲା  କରିଛନ୍ତି l  ତେଣୁ    ଲୋକମାନେ ବାତ୍ୟାକୁ ନେଇ ଭୟ ନକରି   ରାଜ୍ୟ   ସରକାରଙ୍କୁ   ସହଯୋଗ କରିବାକୁ    ଅପିଲ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles