() ଭିଷଣ ବେଗରେ ଓଡ଼ିଶାକୁ ଆସୁଥିଲା ବାତ୍ୟା ୟାସ୍ । ଏଥିପାଇଁ ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଲେ ମୁକାବିଲା ପାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଳ୍ୟବାନ ତେଣୁ ଲୋକଙ୍କୁ ବାତ୍ୟାରେ ସୁରକ୍ଷତି ରଖିବା ପାଇଁ ବିଭିନ୍ନ ଅଭିଯାନ ଆରମ୍ଭ କରିଦେଲେ । ଆଉ ଏସବୁ ଟିକନିକ ଖବର ଘରେ ଘରେ ପହଞ୍ଚାଇବା ପାଇଁ ୨୪ଘଣ୍ଟା କାମରେ ଲାଗିପଡ଼ିଲେ ରାଜ୍ୟର ସବୁ ଗଣମାଧ୍ୟମ । ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ଗଣମାଧ୍ୟମର ମୁଖ୍ୟ ସେନାପତି ସାଜିଲେ ରିର୍ପୋଟରମାନେ । ନିଜ ଟିମ ସହ ଚାଲିଲେ ପ୍ରଭାବିତ ଜିଲ୍ଲାରୁ ବାତ୍ୟାର ସିଧାପ୍ରସାରଣ କରିବା ପାଇଁ । ମହାମାରୀ, ବାତ୍ୟା, ପବନକୁ ଖାତିର ନକରି ଗ୍ରାଉଣ୍ଡରେ ଲାଇଭ କଭରେଜ କରିବା ସହ ଲୋକଙ୍କକୁ ସମସ୍ୟାକୁ ନିଜ ଟିଭିରେ ପ୍ରସାରଣ କରି ସମାଧାନର ବାଟ କାଢିଲେ । ଯେଉଁଥି ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯେତେ ପ୍ରଶଂସା କଲେ ବି କମ । ଗଣମାଧ୍ୟମ ସବୁବେଳେ ଟିଆରପି ପଛରେ ଦୌଡ଼େ ନାହିଁ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଲୋକକଙ୍କୁ ସଚେତନ କରିବାରେ ଗଣମାଧ୍ୟମର ଭୂମିକା ହେଉଛି ସବୁଠାରୁ ବଡ଼ । କେବଳ ଖବର ସଂଗ୍ରହ ନୁହେଁ, ବରଂ ବିପଦରେ ଲୋକଙ୍କ ବନ୍ଧୁ ହୋଇ ସବୁବେଳେ ଛିଡ଼ା ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ । ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ନ୍ୟୁ୍ଜ୍ ସଂଗ୍ରହ କରିବା ଓ କରୋନରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବ ସଂସ୍କାର କରିବା ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦେବା ଓ ସେମାନଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିମିକା ଅନେକ ରହିଛି । ହେଲେ ସୋସିଆଲ ମିଡ଼ିଆରେ କିନ୍ତୁ ଆଜି ଅନେକ ସମାଲୋଚକ ଗଣମାଧ୍ୟମକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଯେଉଁମାନେ କେବେ ଲୋକଙ୍କ ସାହାର୍ଯ୍ୟ ଓ ସହଯୋଗ କରିନାହାନ୍ତ ଜୀବନରେ ସେମାନେ ବଡ଼ବଡ଼ କଥା ଲେଖୁଛନ୍ତି ସୋସିଆଲ ମିଡ଼ିଆରେ । ଏହାକୁ ମଧ୍ୟ କର୍ଣ୍ଣପାତ ନକରି ଗଣମାଧ୍ୟମ ତାର କାମ କରୁଛି । ନିଜ ଟିଭି ଚ୍ୟାନେଲ କେବେ ବି ନିଜର ସାମ୍ବାଦିକମାନଙ୍କୁ ବିପଦ ଅବସ୍ଥାରେ କାମ କରିବାକୁ କହେ ନାହିଁ ଓ ବାଧ୍ୟ କରେ ନାହିଁ ସେ ସବୁ ଖବର ସଂଗ୍ରହ କରିବାକୁ । ଆଜି ଓଡ଼ିଶାରୁ ବାତ୍ୟା ୟାସର ବିପଦ ଟଳିଯାଇଛି । ଯେଉଁ ଜିଲ୍ଳାକୁ ବେଶୀ ପ୍ରଭାବିତ କରିଛି ସେଠାରୁ ରାଜ୍ୟର ଦୁଇଟି ଆଗଧାଡ଼ିର ଗଣମାଧ୍ୟମ ପ୍ରତିନିଧି କଥା ଯଦି ଉଦାହରଣ ନିଆଯାଏ ତେବେ ଆପଣମାନେ ଅନୁଭବ କରିପାରିବେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ କତ୍ତବ୍ୟ ଓ ଜୀବନର ସଂଘର୍ଷ ।
ନବ କିଶୋର ସାହୁ , ଯୁବ ସାମ୍ବାଦିକ , ନକ୍ଷତ୍ର ନ୍ୟୁଜ – ବର୍ଷେ ହେବ ସାମ୍ବାଦିକତା ମଧ୍ୟ ସେ କରିନାହାନ୍ତି । ଆଇଆଇଏମସିରୁ ସାମ୍ବାଦିକ ପାଠପଢି ଏବେ ରାଜ୍ୟର ପ୍ରଥମ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ନକ୍ଷତ୍ର ନ୍ୟୁଜ୍ରେ ସେ ରିର୍ପୋଟର । ସବୁବେଳେ ଉତ୍ସାହର ସହ କାମ କରିବା ଓ କିଛି ନୂଆ କରିବାର ପ୍ରୟାସ ସବୁବେଳେ ତାଙ୍କର ଥାଏ। କରୋନାର ପ୍ରଥମ ଲହାରୀ ନିଜ ଜୀବନକୁ ବାଜି ଲଗାଇ କାମ କରିଛନ୍ତି। ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ ବାଟ କାଢିଛନ୍ତି । ଆଉ ବାତ୍ୟା ୟାସ୍ ହେବା କ୍ଷଣି ଏହି ଯୁବ ସାମ୍ବାଦିକ ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ ଓ ବାଲେଶ୍ୱରକୁ ଖବର ସଂଗ୍ରହ ପାଇଁ ବାହାରିଥିଲେ । ତାଙ୍କ ଖବର ସଂଗ୍ରହର ମୁଖ୍ୟ ଉଦେଶ୍ୟ ଥିଲା , ବାତ୍ୟା ନେଇ ଲୋକଙ୍କୁ ସଚେତନ କରିବା । ଯେପରି ବାତ୍ୟାରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବେ ଓ ସେଠାରେ କିପରି ସରକାରଙ୍କ ପ୍ରସ୍ତୁତି ରହିଛି ତାହା ସେ ନିଜର ଖବର ମାଧ୍ୟମରେ ପ୍ରସାରଣ କରିଥିଲେ । ବାତ୍ୟା ସମୟରେ ଯେତେବେଳେ ଘରେ ଭିତରେ ଆମେ ଥିଲେ ସେତେବେଳେ ନଖାଇ ନପିଇ ସେ ବର୍ଷା, ପବନ ମାଡ଼ରେ ଖବର ସଂଗ୍ରହ କଲେ । ହଠାତ ଦେଖିଲେ କିଛି ଲୋକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି । ତାକୁ ସେ ସେତେବେଳେ ବୁମଧରି ପଚାରିଲେ କାହାକିଁ ଏ ବିପଦ ସମୟରେ ବୁଲୁଛନ୍ତି , ଘରେ କାହିକି ରହୁନାହାନ୍ତି , ତାର ଅଜବ ଜବାବ ଦେଇଥିଲେ କିଛି ଅମାନିଆ । ଲୋକଙ୍କୁ ସଚେତନ କରିବା ବେଳେ ଲୋକେ ଏପରି ପ୍ରଶ୍ନ କରିବେ ନବକିଶୋର କେବେ ଭାବିିନଥିଲେ , ହେଲେ ତଥାପି ସେ ନିଜର କର୍ତ୍ତବ୍ୟ କରି ଲୋକଙ୍କକୁ ସଚେତନ କରିଥିଲେ । ଜଣେ ଯୁବ ସାମ୍ବାଦିକଙ୍କ ଏପରି କାର୍ଯ୍ୟକୁ ଏବେ ଲୋକେ ପ୍ରଶଂସା କରିଛନ୍ତି । ଏପରି କି ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ମଧ୍ୟ ନିଜେ ଏ ଭିଡ଼ିଓକୁ ଟୁଇଟ କରିଛନ୍ତି ।
ରାଜକିଶୋର ବେହେରା , ବରିଷ୍ଠ ସାମ୍ବାଦିକ, ନନ୍ଦିଘୋଷ ଟିଭି : ରାଜକିଶୋର ବେହେରା । ବାଲେଶ୍ୱର ଓ ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ । ୟାସ୍ ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ଘଣ୍ଟା ଘଣ୍ଟା ଧରି ସେ ବାତ୍ୟାର ଟିକନିଟ ଖବର ଓ ବାଲେଶ୍ୱର ଜିଲ୍ଲାର ଏହାର ପ୍ରଭାବ କେତେ ତାହା ଦେଖାଇ ଚାଲୁଥିଲେ । ଏପରି ଯାସ୍ ଯେତେବେଳେ ସ୍ଥଳଭାଗରେ ଲାଣ୍ଡଫଲ କଲା । ସେତେବେଳେ ସେ ଖବର ସଂଗ୍ରହ କରୁଥିବା ସମୟରେ ହଠାତ ସମୁଦ୍ରର ଜୁଆର ଦ୍ରୃତ ଗିତରେ ମାଡ଼ି ଆସିଥିଲା । ସେ ସାହସର ସହ ଏହାକୁ ସାମ୍ନା କରିଥିଲେ । ବାତ୍ୟା ଖବର ସଂଗ୍ରହ ବେଳେ ସେ କିପରି ଅସୁବିଧା ସମ୍ମୁଖୀନ ହେଉଥିଲେ ସେ ଭିଡ଼ିଓ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତାଙ୍କର ଏପରି କାର୍ଯ୍ୟକୁ ଯେତେ ପ୍ରଶଂସା କଲେ ବି କମ ।
କେବଳ ଏହି ଦୁଇ ସାମ୍ବାଦିକ ନୁହନ୍ତି କେବଳ । ରାଜ୍ୟର ଶହଶହ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଓ ନିଜର ପରିବାର ଚିନ୍ତା ଛାଡ଼ି ଲୋକଙ୍କ ସେବାରେ ଲାଗିଛନ୍ତି । ଏବେ ବିଚାର ଆପଣଙ୍କର ସେମାନଙ୍କୁ ସମାଲୋଚନା କରିବେ ନା ଆର୍ଶୀବାଦ କରିବେ ।