ମନୀଷାର ଆଶା…

- Advertisement -

() ମନୀଷା ମହାପାତ୍ର । ବାପାଙ୍କ ଅଳିଅଳି ଝିଅ । ପୁଣି ଉଚ୍ଚ ଶିକ୍ଷିତ । ଉଚ୍ଚଶିକ୍ଷା ପରେ ଅନେକ ଆଶା ବାନ୍ଧିଥିଲା ସେ ତାର ଭବିଷ୍ୟତକୁ ନେଇ । ରାଜଧାନୀରେ ରହିବ , ରୋଜଗାର କରିବ, ସମାଜରେ ସମ୍ମାନର ସହ ବଂଚିବ । ନିଜ ଗୋଡ଼ରେ ନିଜେ ଛିଡ଼ା ହେବ । କାହା ପାଇଁ ବୋଝ ହେବ ନାହିଁ । ଘରକୁ ସହଯୋଗ କରିବ । ଏମିତି କେତେ କଣ ସ୍ୱପ୍ୱ ଦେଖିଥିଲା ସେ । ଝିଅ ଜନ୍ମ ପାଇଥିଲେ ମଧ୍ୟ ପୁଅଙ୍କଠାରୁ ସେ କିଛି କମ ନୁହେଁ , ଏମିତି କି ସେ ପିଲାଦିନୁ ନିଜର ଦକ୍ଷତା ଦେଖାଇ ଆସିଛି । ସବୁ ସମୟ ଓ ସବୁବେଳେ ସାହସର ସହ ଲଢିଛି ଓ ଜିତିଛି ବି । ସେ ଆଧୁନିକ ଯୁଗର ଝିଅ । ଭାରୀ ସ୍ମାର୍ଟ । ଭଲ ପାଠ ବି ପଢେ । ହେଲେ ଭାଗ୍ୟ ବେଳେ ବେଳେ ତା ସାଥ ଦିଏ ନାହିଁ । ଯେଉଁଥିପାଇଁ ସେ ଟିକେ ପଛରେ ପଡ଼ିଯାଏ ।
ଦୁଇବର୍ଷ ହେବ କରୋନା । ଲକ୍‌ଡ଼ାଉନ , ସଟଡ଼ାଉନ, ଅନେକ କଟକଣା । ସର୍ଭେ ରିର୍ପୋଟ ଅନୁସାରେ ଦେଶ ଓ ରାଜ୍ୟରେ ବି ବେକାରୀ ହୁହୁ ହୋଇ ବଢିଚାଲିଛି । ନୂଆ ନିଯୁକ୍ତି ନାହିଁ । ବରଂ ଅନେକ ଘରୋଇ କମ୍ପାନୀ ଚାକିରୀ ଛଟେଇ କରୁଛନ୍ତି । ଏପରି ସ୍ଥିତିରେ ଉଚ୍ଚଶିକ୍ଷତା ମନୀଷାର ଭବିଷ୍ୟତ କଣ ହେବ । ସେ କଥା ଭାବିଭାବି ବେଳେବେଳେ ସେ ଚିନ୍ତିତ ହୋଇପଡ଼ୁଛି । ସବୁଠାରୁ ବଡ଼କଥା ହେଉଛି ତା ସହ ପଢୁଥିବା ତାର ଅତି ଘନିଷ୍ଠ ସାଙ୍ଗମାନେ ଭାଗ୍ୟ ଜୋର ବଳରେ ମହାମାରୀ ସମୟରେ ବି ଚାକିରୀ ଖଣ୍ଡେ ଖଣ୍ଡେ ପାଇ ରାଜଧାନୀରେ ରହୁଛନ୍ତି । ଦୁଇ ବର୍ଷ ଭିତରେ କିଛି ହେଉ କି ନ ହେଉ ସେତେଟା ଟେନସନରେ ନାହାନ୍ତି ମନୀଷାର ସାଙ୍ଗମାନେ । ହେଲେ ମନୀଷା କିନ୍ତୁ ଚାକିରି ସନ୍ଧାନରେ ପ୍ରତ୍ୟେକ ଦିନ । କେମିତି କେଉଁଠି ଗୋଟିଏ ଚାକିରି ମିଳିବ ସେନେଇ ପ୍ରତ୍ୟେକ ଦିନ କେଉଁ ସଂସ୍ଥାକୁ ନା କେଉଁ ସଂସ୍ଥାରେ ସେ ଚାକିରୀ ଆବେଦନ କରୁଛି । ଅନେକ ସହଯୋଗୀ ଓ ଚିହ୍ନାଜଣା ଲୋକଙ୍କୁ ବି ନିବେଦନ କରୁଛି। ଏମିତି ସେ ଯେଉଁ କ୍ଷେତ୍ରରେ ପାଠ ପଢିଛି ସେ କ୍ଷେତ୍ରରେ ଯଦି ଚାକିରୀ ନ ମିଳୁଛି ତେବେ ଅନ୍ୟ ଚାକିରୀ କରିବାକୁ ସେ ରାଜି । ପରିବାର ଲୋକ କହୁଛନ୍ତି ଝିଅ ତତେ ପାଠ ପଢାଇଲୁ , ଯାହା କହିଲୁ କଲୁ ହେଲେ ତୁ କେବେ ଚାକିରୀ କରିବୁ । ବେଳେବେଳେ ମନୀଷା ପରିବାର ଲୋକଙ୍କ ଠାରୁ ଏକଥା ଶୁଣି ଭାରି ମନ ଦୁଃଖ କରୁଛି । ଯେମିତି ସେ ଉଚ୍ଚ ଶିକ୍ଷିତ ହେବା ଗୋଟେ ପାପ ପାଲଟି ଯାଇଛି । ଅନେକ ସମୟରେ ଏ କଥାକୁ ନେଇ ସେ ଘର କୋଣରେ , ଛାତ ଉପରେ କାନ୍ଦେ ବି । ହେଲେ କଣ କରିବ । ସମୟ ତ ଠିକ ଚାଲିନିି । ସବୁ ଚେଷ୍ଟା ସେ ଜାରୀ ରଖିଛି ଚାକିରୀ ଖଣ୍ଡିଏ ପାଇଁ । ପାଠପଢା ସମୟରେ ସେ ଯେଉଁ ସ୍ୱପ୍ନ ଦେଖିଥିଲା ନିଜ ଭବିଷ୍ୟତକୁ ନେଇ ସେ ସ୍ୱପ୍ନ ଯେମିତି ସ୍ୱପ୍ନ ହୋଇ ରହିଯିବ । ସେକଥା ବି ମନୀଷା ମନକୁ ବାରମ୍ବାର ଆସୁଥାଏ । ଏକଥା ସେ ତାର ଅତି ଘନିଷ୍ଠ ବନ୍ଧୁକୁ କହୁଥାଏ । ବନ୍ଧୁ ଜଣକ ବି ମନିଶା ପାଇଁ ବେଶ ଚିନ୍ତିତ ଥାଏ । ସେ ବି ଚେଷ୍ଟା କରୁଥାଏ ।
ହଠାତ ଦିନେ ଦିନ ୧୨ଟା ବେଳେ ମନିଷା ଫୋନକୁ କଲ ଆସିଲା । ଫୋନ କରିଥିବା ବ୍ୟକ୍ତି ଜଣକ କହିଲେ ଆପଣ ମନୀଷା ମହାପାତ୍ର କହୁଛନ୍ତି । ମନୀଷା କହିଲା ହଁ । ଆପଣ ୧୩ ତାରିଖ ଦିନ ୧୦ଟା ବେଳେ ଅଫିସକୁ ଆସନ୍ତୁ । ଆପଣଙ୍କ ମେଲକୁ ସବୁ ତଥ୍ୟ ଦିଆଯାଇଛି । ସେଥିରେ ଅଫିସ ଠିକଣା ବି ଅଛି । ଚାକିରୀ ସନ୍ଧାନରେ ଥିବା ମନୀଷା ଏହି ଫୋନ କଲ ପାଇଁ ତା ମନରେ ଆନନ୍ଦ କହିଲେ ନ ସରେ । ଅନ୍ୟ ଆଖିରେ ନୁହେଁ, ନିଜ ଭବିଷ୍ୟତ ପାଇଁ ନିଜ ଆଖିରେ ସ୍ୱପ୍ନ ଦେଖିଥିଲା । ପରିଶ୍ରମ ବିି କରିଥିଲା । ଆଉ ଯାହା ଆଶା କରିଥିଲା ତାହା ବି ପାଇଲା । ….
ମନୀଷାର ଆଶା ସିନା ପୂରଣ ହେଲା, ହେଲେ ମହାମାରୀ ପାଇଁ ଦେଶ ଓ ରାଜ୍ୟର ଅନେକ ମନୀଷା ପରି ଉଚ୍ଚଶିକ୍ଷତ ଘର କଣରେ ଚାକିରୀ ଖଣ୍ଡିଏ ପାଇଁ ଲୁହ ଗଡ଼ାଉଛନ୍ତି । ହେଲେ ମନୀଷା ପରି ସେମାନଙ୍କ ଆଶା ଯେ ଦିନ ପୂରଣ ହେବ ହଠାତ ତାହା ସେମାନେ ବୁଝିବା ଦରକାର ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles