() ବନ୍ଧୁ । ଡ଼ାକରେ ପେଟପୁରିଯାଏ । ବିଶ୍ୱାର ବଡ଼ ଶକ୍ତି । ଏ ସର୍ମ୍ପକ ଦୁନିିଆର ସବୁ ସର୍ମ୍ପକ ଠାରୁ ଭିନ୍ନ । ଏଥିରେ ନା ଥାଏ ବାଛ ବିଚାର ନାଁ ଥାଏ ବୟସର ତାରତମ୍ୟ । ଜାତି,ଧର୍ମ,ବର୍ଣ୍ଣ , ଧନୀ, ଗରିବ , ଦେଶ କି ବିଦେଶ ଏଥିରେ କିଛି ବି ଫରକ ପଡ଼େନାହିଁ । ଥାଏ କେବଳ ଏକ ଶକ୍ତିଶାଳୀ ମନବଳ ଓ ଢେରସାରା ଭଲ ପାଇବା । ପ୍ରେମ ବିଶ୍ୱାର ମହକ ଥାଏ ଏହି ସମ୍ପର୍କରେ । ଜୀବନରେ ପ୍ରତ୍ୟେକ ମୁହୁର୍ତ୍ତରେ ବନ୍ଧୁର ଆବଶ୍ୟକତା ରହିଛି ଓ ସବୁଦିନ ରହିବ । ବନ୍ଧୁତ୍ୱର ସବୁଠାରୁ ବଡ଼ ଉଦାହରଣ ରହିଛି ପୁରାଣରେ । କୃଷ୍ଣ ସୁଦାମ ବନ୍ଧୁ ଠାରୁ ଆରମ୍ଭ କରି ଜନ୍ନାଥଙ୍କ ପ୍ରିୟ ବନ୍ଧୁ..ବନ୍ଧୁ ମହାନ୍ତି ଯାଏ । ସବୁଠି ବନ୍ଧୁତ୍ୱର ନିବିଡ଼ତା ,ଭଲପାଇବା ଆଜି ବି ଅଳ୍ପ ବହୁତ ସମସ୍ତଙ୍କୁ ଜଣା ।
ବୟସ ସହ ବନ୍ଧୁତ୍ୱ ଆସନ୍ତି ଓ ଯାଆନ୍ତି । କିଛି ବନ୍ଧୁ ଚିରଦିନ ପାଇଁ ରହିଯାଆନ୍ତି । ବିନା ସ୍ୱାର୍ଥରେ ଯାହା ପାଇଁ ସବୁକିଛି ତ୍ୟାଗ କରିହୁଏ ସେ ହେଉଛି ବନ୍ଧୁ । ଯାହା ପାଖରେ ମନର କଥା, ସୁଖ, ଦୁଃଖ ,ଭଲ ,ମନ୍ଦ ଓ ସଂସାରର ସବୁ କଥା ମନଖୋଲି କହିହୁଏ ଓ ଗପିହୁଏ ମଧ୍ୟ । ବାପା,ମାଆ, ଭାଇ,ଉଭଣୀ, ପ୍ରେମିକା, ସ୍ତ୍ରୀ, ସବୁ ସମ୍ପର୍କର ସ୍ଥାନ ଗୋଟିଏ ଜାଗାରେ ଆଉ ବନ୍ଧୁର ସ୍ଥାନ ଆଉ ଗୋଟିଏ ଜାଗାରେ । ବନ୍ଧୁ ବିନା ଜୀବନ ସ୍ୱାଦ ଯେମିତି ନଥାଏ । ସବୁବେଳେ , ସବୁ ସମୟରେ ବନ୍ଧୁଟିଏ ଦରକାର । ଉତ୍ତର ବନ୍ଧୁ ମଣିଷ ଚାହିଲେ ନୁହେଁ, ବରଂ ଏହା ଭଗବାନଙ୍କ ବରଦାନ । ବନ୍ଧୁ ଏବେ କିଏ କାହା ସହିତ କରୁଛି । ହେଲେ ବନ୍ଧୁତ୍ୱ ଲିଭାଇବା ଯେ ଗୋଟେ ସାଧନା ତାହା କିନ୍ତୁ ଆଜିର ସ୍ୱାର୍ଥପର ଦୁନିଆରେ ଏହା ଅଳ୍ପ ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ଏହି ବନ୍ଧୁତ୍ୱ ସର୍ମ୍ପକରେ ବେଳେବେଳେ କଳଙ୍କର ଦାଗ ଲାଗୁଛି ।
ବନ୍ଧୁ ଥିଲେ ଦୁନିଆରେ କିଛି ଆବଶ୍ୟକତା ନାହିଁ । ଏକଥା ପ୍ରତ୍ୟେକ ଜୀବ ଅନୂଭବ କରିଛି । ବନ୍ଧୁ ଯେ ମଣିଷ ମଣିଷ ଭିତରେ ହେବ ତାହା ନୁହେଁ । ଭଗବାନ, ଜୀବଜନ୍ତୁ, ଗଛଲତା ଓ ପୁରା ଦୁନିଆ ସହ ବନ୍ଧୁ ଭାବେ ଆମେ ଯୋଡ଼ିହୋଇ ଯାଆନ୍ତି । ଏଥିଲାଗି ତ ଦୁନିଆଟା ଆମକୁ ସୁନ୍ଦର ଓ ସରସ ଲାଗେ । ପୁରାଣରେ ଭବବାନ ଶ୍ରୀକୃଷ୍ଣ ନିଜର ବନ୍ଧୁକୁ ବହୁଦିନ ପରେ ଦେଖା କରିବା ପାଇଁ ଖାଲିପାଦରେ ରାଜପ୍ରସାଦରୁ ଦୌଡ଼ିଦୌଡ଼ି ଆସି ସୁଦାମକୁ ପାଛୋଟି ନେଇଥିଲେ । ଠିକ ସେହିପରି ଅନେକ ଖବର ଆପଣ ପଢୁଥିଲେ କିପରି କୁକୁର ଓ ଅନ୍ୟ ଜୀବଜନ୍ମୁ ନିଜର ପ୍ରିୟ ବନ୍ଧୁର ଜୀବନ ବଂଚାଉଛି । ସିନେମାରେ ବି ବନ୍ଧୁକୁ ନେଇ ଅନେକ ଫିଲ୍ମ ହୋଇଛି । ୩ ଇଡ଼ିଅଟ ଠାରୁ ଆରମ୍ଭ କରି ହାତୀ ମେରା ସାଥି, ଜଗା-ବଳିଆ ଆଦି କେତେ କଣ । ସବୁଥିରେ ବନ୍ଧୁ ପ୍ରେମର ଗାଥା ଉଲ୍ଲେଖ କରାଯାଇଛି ।
ସମୟ ଅନୁସାରେ କିଛି ମାତ୍ରାରେ ବଦଳିଛି ବନ୍ଧୁର ସଂଜ୍ଞା । ବନ୍ଧୁତ୍ୱ ସର୍ମ୍ପକକୁ ଅଧିକ ଶକ୍ତିଶାଳୀ କରିଛି ସୋସିଆଲ ମିଡ଼ିଆ । ବହୁ ନୂଆ ଓ ପୁରୁଣା ବନ୍ଧୁକୁ ଖୋଜିଆଣିଛି । ଅନେକ ଖୁସି ଦେଇଛି ଓ ଦୁଃଖ ବି । ବେଳେବେଳେ ଲାଗେ କଣ ମୋ ବନ୍ଧୁ ଏତେ ବଦଳିଯାଇଛି । ନା ମୁଁ ବଦଳିଯାଇଛି । ଏକଥା ଭାବିଭାବି ରାତି ସରିଯାଏ । ହେଲେ ଉତ୍ତର ମିଳେନା । କାହିକିଁ କେଜାଣେ ବନ୍ଧୁତ୍ୱ ଦିବସ ଲେଖା ଲେ୍ଖିଲା ବେଳକୁ କେଉଁ ବନ୍ଧୁ କଥା ଲେଖିବି ଓ କେମିତି ଲେଖିବି ତାହା ଜାଣିପାରୁ ନାହିଁ । ଲେଖିଲା ବେଳେ କେବଳ ସେମାନଙ୍କ ପ୍ରତିଛପି,କାହାଣୀ, ମନକଥା ସବୁ ଯେମିତି ଏତେ ମାତ୍ରାରେ ମନକୁ ଆସୁଛି ଯେ ଆଖିରୁ ଲୁହ ଆସିଯାଉଛି l ଲେଖାରେ ବନ୍ଧୁ ଦିଶୁଛି, ହେଲେ ତାହା ପରିପ୍ରକାଶ କରିବା ବୋଧେ ସମ୍ଭବ ନୁହେଁ । ଛୋଟ ବେଳେ ଆଜି ଯାଏ ବନ୍ଧୁମାନେ ମୋ ମନରେ ରାଜ କରୁଥିଲେ ଓ ଏବେ କରୁଛନ୍ତି ମଧ୍ୟ, ଆଗକୁ ବି କରିବେ । କିଏ କହେ ଅଗଷ୍ଟ ୧ ତାରିଖ ହେଉଛି ବନ୍ଧୁ ପାଇଁ ଦିନଟିଏ । ହେଲେ ମୁଁ କହେ ସବୁଦିନ ।
ଶେଷରେ ଗୋଟିଏ କଥା ମୋ ବନ୍ଧୁମାନେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ ।..
ଜୟ ଜଗନ୍ନାଥ…