() ଓଡ଼ିଶାର ସବୁଠାରୁ ବଡ ଜିଲ୍ଲା ମୟୂରଭଞ୍ଜ ଦିନେ ବିଜେଡି ର ଅଭେଦ୍ୟ ଅଙ୍ଗ ଥିଲା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହି ଦୁର୍ଗରେ ଧସେଇ ପଶିଥିଲା ବିଜେପି ।୫୬ ଜିଲ୍ଲା ପରିଷଦ ଆସନରୁ ୪୯ଟିରେ ବିଜୟ ଲାଭ କରିଥିଲା ବିଜେପି , ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ୯ଟି ବିଧାନସଭା ଆସନରୁ ୬ଟି ଆସନ ଜିତିବା ସହ ଏକ ମାତ୍ର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜୟ ଲାଭ କରିଥିଲା । ଆଉ ୨୦୧୭ରେ ବିଜେଡିର ଏହି ଦୁର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ।ବିଜେଡିର ଏହି ବିଫଳତା ଦଳୀୟ ନେତାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ ବିଜେପିକୁ ସଫଳ ଦେଇଥିଲା । ହେଲେ ,ବିଜେଡିର ଏହି ଗଡକୁ ପୁଣିଥରେ ଫେରାଇବା ପାଇଁ ନବୀନ ଚଳାଇଥିଲେ ଗୋଟି । ନିଜର ଅତି ବିଶ୍ଵସ୍ତ ଓ ପ୍ରିୟଯୁବ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ (ବବି)ଙ୍କୁ ମୟୂରଭଞ୍ଜ ଜିଲ୍ଲାର ଗୁରୁ ଦାୟିତ୍ଵ ଦେଇଥିଲେ । ବିଜେଡି ର କ୍ରାଇସିସ ମ୍ୟାନଜର ଭାବରେ ଉଭା ହୋଇଥିଲେ ପ୍ରଣବ । ଆଉ ତାପରେ ଆରମ୍ଭ କରିଥିଲେ ନିଜର ସାଙ୍ଗଠନିକ ଦକ୍ଷତା ।ପ୍ରଥମେ ଜିଲ୍ଲାର ସଙ୍ଗଠନକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ବିଭକ୍ତ କରିଥିଲେ ପ୍ରଣବ । ଅନେକ ନେତାଙ୍କୁ ଦେଇଥିଲେ ଗୁରୁଦାୟିତ୍ଵ। ନିଜେ ଘନଘନ ମୟୂରଭଞ୍ଜ ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କୁ ସଂଗଠିତ କରିଥିଲେ । କେବଳ ସେତିକି ନୁହେଁ ବିଜେଡିରେ ନେତା ନୁହେଁ , ଦଳରେ କର୍ମୀ ବଡ ଓ କୈାଣସି ଗୋଷ୍ଠୀ ନୁହେଁ ,କେବଳ ନବୀନଙ୍କ ନେତୃତ୍ୱରେ କାମ କରିବା ପାଇଁ ନେତାମାନଙ୍କୁ ଚରମବାଣୀ ଶୁଣାଇଥିଲେ । ଯେଉଁମାନେ ଏକ ହୋଇ ନଚାଲିବେ ସେମାନଙ୍କୁ ଦଳରୁ ବାଦ ଦେବା ଭଳି ଚେତାବନୀ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କଲେ ମଧ୍ୟ । ଫଳରେ ଧିରେଧିରେ ପଦ୍ମପାଖୁଡା ଝଡ଼ିବାକୁ ଲାଗିଲା ମୟୂରଭଞ୍ଜ ଜିଲ୍ଲାରେ । ବବିଙ୍କ ସାଙ୍ଗଠନିକ ଦକ୍ଷତା ଦେଖି କେନ୍ଦ୍ର ବିଜେପି ଚିନ୍ତା ବଢିଲା । ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଫୋକସ କଲେ । ପାଖ ଜିଲ୍ଲାରୁ ପ୍ରତାପଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇ ମୟୂରଭଞ୍ଜ ଜିଲ୍ଲାର ସାସଂଦ ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ କଲେ । ଏହା ମଧ୍ୟ ବବିଙ୍କ ସାଙ୍ଗଠନିକ ଦକ୍ଷତାକୁ ଭେଦ କରିପାରିନଥିଲା । ଗୋଟିଏ ପରେ ଗୋଟିଏ ସ୍ଥାନୀୟ ନିର୍ବାଚନରେ ପରାଜିତ ହେଲା ବିଜେପି । ବିଜେପି ଖାତାରୁ ଗୋଟିଏ ପରେ ଗୋଟିଏ ଆସନ ବିଜେଡି ଖାତାକୁ ଗଲା ।
ଆଉ ଏବେ ପଞ୍ଚାୟତ ଓ ପୈାର ନିର୍ବାଚନ ସମୟ । ଏହା ପୂର୍ବରୁ ମୟୂରଭଞ୍ଜ ବିଜେପି ସଂଗଠନ ଚିତପଟାଙ୍ଗ ମାରିଛି ।ଭୂଷୁଡି ପଡିଛି ବିଜେପିର ମୟୂରଭଞ୍ଜ ଗଡ । ଜଣେ କି ଦୁଇଜଣ ନୁହନ୍ତି , ଏକାଥରକେ ୧୫ ଜଣ ଜିଲାପରିଷଦ ସଭ୍ୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିବା ସହ ରାଜ୍ୟ ବିଜେପିର ଅସଲ ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି ।ମୟୂରଭଞ୍ଜରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ଓଡ଼ିଶାରେ କାୟାବିସ୍ତାର କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।