() ସମସ୍ତଙ୍କକୁ ଜୀବନରେ ଶାନ୍ତି ଦରକାର । ଶାନ୍ତି ବିନା ଜୀବନର ମୂଲ୍ୟକିଛି ନାହିଁ । ଏ ଶାନ୍ତି ମିଳିବ କେମିତି । ଜାତିସଂଘ ପକ୍ଷରୁ ଶାନ୍ତି ଦିବସ ପାଳନ କରାଯାଉଛି । ଆମେରିକା, ଚୀନ ପରି ବଡ଼ ବଡ଼ ସମୃଦ୍ଧ ଦେଶ ହୁଅନ୍ତୁ ଅବା ପାକିସ୍ତାନ ପରି ଦେଶ । ଯଦି ଶାନ୍ତି ନାହିଁ , ତେବେ ଯେତେ ଧନୀଶାଳୀ ଦେଶ ହେବା ନିରନ୍ତକ ।
ପୁରାଣ ଯୁଗରେ ସବୁବେଳେ ଶାନ୍ତି ଉପରେ ଗୁରୁତ୍ୱ ଦେଉଥିଲେ ରାଜାମାନେ । ଦେଶର ପ୍ରଜାମାନେ ଶାନ୍ତିରେ ଅଛନ୍ତି କି ନାହିଁ , ସେନେଇ ଗୁପ୍ତ୍ ଚୋର ଜରିଆରେ ତଥ୍ୟ ନେଉଥିଲେ । ବେଳେବେଳେ ଅନ୍ଧାରୀ ବିଜେ କରି ମଧ୍ୟ ରାଜା ଜାଣୁଥିଲେ ତାଙ୍କ ଶାସନରେ ପ୍ରଜା ଖୁସିରେ ଅଛନ୍ତି କି ନାହିଁ । ତାହାର ବଡ଼ ଉଦାହରଣ ପ୍ରଭୃ ଶ୍ରୀ ରାଜଚନ୍ଦ୍ର ଦେଇଥିଲେ ପୁରାଣରେ । ପ୍ରଭୃବୃଦ୍ଧ ତ ଶାନ୍ତିର ସହଜ ବାର୍ତ୍ତା ଦେଇଥିଲେ – କାମନାର ବିନାସରେ ଦୁଃ୍ଖର ବିନାଶ । ଏତେ ସବୁ ପରେ ବି ଶାନ୍ତି ପାଇବା ପାଇଁ କିଏ କେତେକଣ କରୁଛି ଜୀବନରେ । ହେଲେ ତଥାପି ଜୀବନରେ ଶାନ୍ତି କିନ୍ତୁ ମିଳୁନାହିଁ ।
କିଛି ବର୍ଷର ସମାଜର କଥାକୁ ଯଦି ଉଦାହରଣକୁ ନିଆଯାଏ ତାହା ହୁଏତ ବୁଝିବା ଟିକେ ସହଜ ହେବ । ଜଣେ ବ୍ୟକ୍ତି ଜୀବନ ସାରା ପରିଶ୍ରମ କରି , ନିଜ ସଂସାରକୁ ସୁଖ ଦୁଃଖରେ ଚଳାଇ ଗଛିତ ରଖିଥୀବା ପୁଞ୍ଚିରେ ଜୀବନର ଶେଷ ଆଡ଼କୁ ଘରଖଣ୍ଡେ କରୁଥୀଲା । ସେହି ଘରେ ଜୀବନର ଶେଷ ସମୟ କଟାଇ ଶାନ୍ତିର ଶେଷ ନିଶ୍ୱାସ ତ୍ୟାଗ କରୁଥିଲା । ହୁଏତ ଶତ ପ୍ରତିଶତ ଶାନ୍ତି ନଥାଇ ପାରେ । ଯେତିକି ଆବଶ୍ୟକ ସେତିକି ଶାନ୍ତି ପାଉଥିଲା ସେ । ଏବେ କିନ୍ତୁ ସମୟ ବଦଳିବା ସହ ସମାଜରେ ଚଳନି ବି ବଦଳିଯାଇଛି ।
ଜଣେ ବହୁତ ବଡ଼ ଚାକିରୀ କରି , ବହୁତ ପଇସା ଦରମା ଓ ଉପୁରୀ ପାଇଁ ଭୁବନେଶ୍ୱରରେ ବହୁତଳ ପ୍ରସାଦ କରୁଛି ଓ ପୁଅ ଝିଅଙ୍କୁ ଡ଼ାକ୍ତର, ଇଂଜିନିୟର କରି ମଣିଷ କରୁଛି । ଜୀବନର ଶେଷ ସମୟରେ ଅର୍ଥ ଲୋଭରେ ବଦନାମ ମଧ୍ୟ ହେଉଛି ଦୁର୍ନୀତି କରି । ଆଉ କିଏ କିଏ ତ ଏତେ ଟଙ୍କା ରଖିଛନ୍ତି ତାହାକୁ କିପରି ଖର୍ଚ୍ଚ କରିବେ ସେ ବାଟ ବି ପାଉନାହାନ୍ତି । ହେଲେ ସେଥିରେ କଣ ଶାନ୍ତି ମିଳୁଛି । ବଡ଼ ପ୍ରଶାସନିକ ଅଧିକାରୀରୁ ଅବସରର ନେବା ପରେ ବୁଢା,ବୁଢି ଭୁବନେଶ୍ୱରୁ ବହୁତଳ ପ୍ରସାଦରେ କିନ୍ତୁ ଏକୁଟିଆ । ଅର୍ଥ ଅଛି , ଦୁନିଆରେ ସବୁକିଛି ଅଛି ସେମାନଙ୍କ ପାଖରେ କିନ୍ତୁ ଶାନ୍ତି ନାହିଁ । କାରଣ ସେ ସମୟରେ ବୁଢା ଚାହୁଛି ତାହା ଗୋଟିଏ ବୋଲି ପୁଅ ତା ପାଖରେ ରହୁ । ନାତି ସହ ଜେଜେ ଓ ଜେଜେମା ଟିକେ ହସଖୁସି ହୁଅନ୍ତୁ । କିଛି ନହେଲ ମଲା ବେଳକୁ ପୁଅ ଠାରୁ ଶେଷ ପାଣି ଟିକେ ପିଇ ଜୀବନ ଯାଉ । ହେଲେ ତାହା ବି ମିଳୁନାହିଁ , କି ମଣିଷ ଶାନ୍ତି ଟିକେ ପାଉନାହିଁ ।
ଜବୀନରେ ଖଟି , ସାଙ୍ଗସାଥୀ, ଅଫିସ , ମୋଉଜ, ସୋଉକ , ଓ ଯାହାର ଯାହା ଦରକାର ତାହା ମିଳିଗଲେ ଅନେକ ଶାନ୍ତି ପାଆନ୍ତି । ହେଲେ ସେ ଶାନ୍ତି କିନ୍ତୁ ନିମିଷକ ପାଇଁ । ଯେପରି ଯୌବନରେ ଅନେକ ପ୍ରମିକାଙ୍କ ପ୍ରେମିକ ସାଜିଥିବା ମଣିଷଟି ଜୀବନର ଶେଷ ସମୟରେ ସ୍ତ୍ରୀ ସ୍ନେହ ପାଏନାହିଁ । ସୁନ୍ଦର ତରୁଣୀ ଦେଖି ଭଲ ପାଇଁ ବିବାହ ହେବା ପରେ ଛାଡ଼ପତ୍ର ଓ ସ୍ୱାମୀକୁ କଷ୍ଟ ଦେବା ଏପରିକି ମାରିଦେବାକୁ ଷଡ଼ଯନ୍ତ୍ର କରିବାକୁ ପଛାଉ ନାହାନ୍ତି ଉଭୟ ସ୍ତ୍ରୀ ଓ ସ୍ମାମୀ । ଶାନ୍ତି ଓ ଅଶାନ୍ତିର କେତେକ ଉଦାହରଣ ଏବେ ଦେଖିବାକୁ ମିଳୁଛି ଆମ ସମାଜରେ । ହୁଏତ ଏହା ଶତ ପ୍ରତିଶତ ନୁହେଁ, ହେଲେ ସଂସାରରେ ଏହା ଘଟୁଛି ।
ଆଉ ଏବେ ଆଧୁନିକ ବ୍ୟସ୍ତ ଜୀବନଶୈଳୀ ଭିତରେ ତ ଶାନ୍ତି ଟିକେ ମିଳିବା ମୁସକିଲ । ଏପରିକି ପ୍ରାକୃତିକ ଶାନ୍ତି ବି ଏବେ ମିଳୁନି ଚକଚକ ମେଟ୍ରୋ ଓ ସ୍ୱାର୍ଟ ସିଟିରେ କି ଗାଁ ନଦୀ ବନ୍ଦରେ । ପାଣି, ପବନ , ଓ ଶାନ୍ତିରେ ନିଶ୍ପାସ ନେବା ବି ମୁସକିଲ ହୋଇପଡ଼ିଲାଣୀ । ଏଥିଲାଗି କିଏ ଦାୟୀ । ଦାୟୀ କେବଳ ଆମର ଇଚ୍ଛାଶକ୍ତି । ସେଥିପାଇଁ ତ ଆମର ମୁର୍ଖ ବୃଦ୍ଧିରେ ଆମେ ଏତିକି କହି ପାରୁବୁ “ଇଛା ସୀମିତ ରହିଲେ ଶାନ୍ତି ମିଳିବ” । ..() ଇଛା ସୀମତ ରହିଲେ ଶାନ୍ତି ମିଳିବ …
ସମସ୍ତଙ୍କକୁ ଜୀବନରେ ଶାନ୍ତି ଦରକାର । ଶାନ୍ତି ବିନା ଜୀବନର ମୂଲ୍ୟକିଛି ନାହିଁ । ଏ ଶାନ୍ତି ମିଳିବ କେମିତି । ଜାତିସଂଘ ପକ୍ଷରୁ ଶାନ୍ତି ଦିବସ ପାଳନ କରାଯାଉଛି । ଆମେରିକା, ଚୀନ ପରି ବଡ଼ ବଡ଼ ସମୃଦ୍ଧ ଦେଶ ହୁଅନ୍ତୁ ଅବା ପାକିସ୍ତାନ ପରି ଦେଶ । ଯଦି ଶାନ୍ତି ନାହିଁ , ତେବେ ଯେତେ ଧନୀଶାଳୀ ଦେଶ ହେବା ନିରନ୍ତକ ।
ପୁରାଣ ଯୁଗରେ ସବୁବେଳେ ଶାନ୍ତି ଉପରେ ଗୁରୁତ୍ୱ ଦେଉଥିଲେ ରାଜାମାନେ । ଦେଶର ପ୍ରଜାମାନେ ଶାନ୍ତିରେ ଅଛନ୍ତି କି ନାହିଁ , ସେନେଇ ଗୁପ୍ତ୍ ଚୋର ଜରିଆରେ ତଥ୍ୟ ନେଉଥିଲେ । ବେଳେବେଳେ ଅନ୍ଧାରୀ ବିଜେ କରି ମଧ୍ୟ ରାଜା ଜାଣୁଥିଲେ ତାଙ୍କ ଶାସନରେ ପ୍ରଜା ଖୁସିରେ ଅଛନ୍ତି କି ନାହିଁ । ତାହାର ବଡ଼ ଉଦାହରଣ ପ୍ରଭୃ ଶ୍ରୀ ରାଜଚନ୍ଦ୍ର ଦେଇଥିଲେ ପୁରାଣରେ । ପ୍ରଭୃବୃଦ୍ଧ ତ ଶାନ୍ତିର ସହଜ ବାର୍ତ୍ତା ଦେଇଥିଲେ – କାମନାର ବିନାସରେ ଦୁଃ୍ଖର ବିନାଶ । ଏତେ ସବୁ ପରେ ବି ଶାନ୍ତି ପାଇବା ପାଇଁ କିଏ କେତେକଣ କରୁଛି ଜୀବନରେ । ହେଲେ ତଥାପି ଜୀବନରେ ଶାନ୍ତି କିନ୍ତୁ ମିଳୁନାହିଁ ।
କିଛି ବର୍ଷର ସମାଜର କଥାକୁ ଯଦି ଉଦାହରଣକୁ ନିଆଯାଏ ତାହା ହୁଏତ ବୁଝିବା ଟିକେ ସହଜ ହେବ । ଜଣେ ବ୍ୟକ୍ତି ଜୀବନ ସାରା ପରିଶ୍ରମ କରି , ନିଜ ସଂସାରକୁ ସୁଖ ଦୁଃଖରେ ଚଳାଇ ଗଛିତ ରଖିଥୀବା ପୁଞ୍ଚିରେ ଜୀବନର ଶେଷ ଆଡ଼କୁ ଘରଖଣ୍ଡେ କରୁଥୀଲା । ସେହି ଘରେ ଜୀବନର ଶେଷ ସମୟ କଟାଇ ଶାନ୍ତିର ଶେଷ ନିଶ୍ୱାସ ତ୍ୟାଗ କରୁଥିଲା । ହୁଏତ ଶତ ପ୍ରତିଶତ ଶାନ୍ତି ନଥାଇ ପାରେ । ଯେତିକି ଆବଶ୍ୟକ ସେତିକି ଶାନ୍ତି ପାଉଥିଲା ସେ । ଏବେ କିନ୍ତୁ ସମୟ ବଦଳିବା ସହ ସମାଜରେ ଚଳନି ବି ବଦଳିଯାଇଛି ।
ଜଣେ ବହୁତ ବଡ଼ ଚାକିରୀ କରି , ବହୁତ ପଇସା ଦରମା ଓ ଉପୁରୀ ପାଇଁ ଭୁବନେଶ୍ୱରରେ ବହୁତଳ ପ୍ରସାଦ କରୁଛି ଓ ପୁଅ ଝିଅଙ୍କୁ ଡ଼ାକ୍ତର, ଇଂଜିନିୟର କରି ମଣିଷ କରୁଛି । ଜୀବନର ଶେଷ ସମୟରେ ଅର୍ଥ ଲୋଭରେ ବଦନାମ ମଧ୍ୟ ହେଉଛି ଦୁର୍ନୀତି କରି । ଆଉ କିଏ କିଏ ତ ଏତେ ଟଙ୍କା ରଖିଛନ୍ତି ତାହାକୁ କିପରି ଖର୍ଚ୍ଚ କରିବେ ସେ ବାଟ ବି ପାଉନାହାନ୍ତି । ହେଲେ ସେଥିରେ କଣ ଶାନ୍ତି ମିଳୁଛି । ବଡ଼ ପ୍ରଶାସନିକ ଅଧିକାରୀରୁ ଅବସରର ନେବା ପରେ ବୁଢା,ବୁଢି ଭୁବନେଶ୍ୱରୁ ବହୁତଳ ପ୍ରସାଦରେ କିନ୍ତୁ ଏକୁଟିଆ । ଅର୍ଥ ଅଛି , ଦୁନିଆରେ ସବୁକିଛି ଅଛି ସେମାନଙ୍କ ପାଖରେ କିନ୍ତୁ ଶାନ୍ତି ନାହିଁ । କାରଣ ସେ ସମୟରେ ବୁଢା ଚାହୁଛି ତାହା ଗୋଟିଏ ବୋଲି ପୁଅ ତା ପାଖରେ ରହୁ । ନାତି ସହ ଜେଜେ ଓ ଜେଜେମା ଟିକେ ହସଖୁସି ହୁଅନ୍ତୁ । କିଛି ନହେଲ ମଲା ବେଳକୁ ପୁଅ ଠାରୁ ଶେଷ ପାଣି ଟିକେ ପିଇ ଜୀବନ ଯାଉ । ହେଲେ ତାହା ବି ମିଳୁନାହିଁ , କି ମଣିଷ ଶାନ୍ତି ଟିକେ ପାଉନାହିଁ ।
ଜବୀନରେ ଖଟି , ସାଙ୍ଗସାଥୀ, ଅଫିସ , ମୋଉଜ, ସୋଉକ , ଓ ଯାହାର ଯାହା ଦରକାର ତାହା ମିଳିଗଲେ ଅନେକ ଶାନ୍ତି ପାଆନ୍ତି । ହେଲେ ସେ ଶାନ୍ତି କିନ୍ତୁ ନିମିଷକ ପାଇଁ । ଯେପରି ଯୌବନରେ ଅନେକ ପ୍ରମିକାଙ୍କ ପ୍ରେମିକ ସାଜିଥିବା ମଣିଷଟି ଜୀବନର ଶେଷ ସମୟରେ ସ୍ତ୍ରୀ ସ୍ନେହ ପାଏନାହିଁ । ସୁନ୍ଦର ତରୁଣୀ ଦେଖି ଭଲ ପାଇଁ ବିବାହ ହେବା ପରେ ଛାଡ଼ପତ୍ର ଓ ସ୍ୱାମୀକୁ କଷ୍ଟ ଦେବା ଏପରିକି ମାରିଦେବାକୁ ଷଡ଼ଯନ୍ତ୍ର କରିବାକୁ ପଛାଉ ନାହାନ୍ତି ଉଭୟ ସ୍ତ୍ରୀ ଓ ସ୍ମାମୀ । ଶାନ୍ତି ଓ ଅଶାନ୍ତିର କେତେକ ଉଦାହରଣ ଏବେ ଦେଖିବାକୁ ମିଳୁଛି ଆମ ସମାଜରେ । ହୁଏତ ଏହା ଶତ ପ୍ରତିଶତ ନୁହେଁ, ହେଲେ ସଂସାରରେ ଏହା ଘଟୁଛି ।
ଆଉ ଏବେ ଆଧୁନିକ ବ୍ୟସ୍ତ ଜୀବନଶୈଳୀ ଭିତରେ ତ ଶାନ୍ତି ଟିକେ ମିଳିବା ମୁସକିଲ । ଏପରିକି ପ୍ରାକୃତିକ ଶାନ୍ତି ବି ଏବେ ମିଳୁନି ଚକଚକ ମେଟ୍ରୋ ଓ ସ୍ୱାର୍ଟ ସିଟିରେ କି ଗାଁ ନଦୀ ବନ୍ଦରେ । ପାଣି, ପବନ , ଓ ଶାନ୍ତିରେ ନିଶ୍ପାସ ନେବା ବି ମୁସକିଲ ହୋଇପଡ଼ିଲାଣୀ । ଏଥିଲାଗି କିଏ ଦାୟୀ । ଦାୟୀ କେବଳ ଆମର ଇଚ୍ଛାଶକ୍ତି । ସେଥିପାଇଁ ତ ଆମର ମୁର୍ଖ ବୃଦ୍ଧିରେ ଆମେ ଏତିକି କହି ପାରୁବୁ “ଇଛା ସୀମିତ ରହିଲେ ଶାନ୍ତି ମିଳିବ” । ..