ଦେବଗଡ଼ :ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଖେଳାଳୀ ମାନଙ୍କୁ ବିଭିନ୍ନ ଖେଳ ଉପକରଣ ଓ ଡ୍ରେସ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ଆଜି ବାରକୋଟ ବ୍ଳକ ଅନ୍ତର୍ଗତ କଣ୍ଡଳ ହାଇସ୍କୁଲ ପଡ଼ିଆରେ ପାଞ୍ଚଟି ପଞ୍ଚାୟତ ର ୨୪ ଟି ଫୁଟବଲ ଦଳକୁ ଡ୍ରେସ ଓ ଗୋଟିଏ ହକି ଦଳକୁ ଡ୍ରେସ ଏବଂ ହକି ଷ୍ଟିକ ପ୍ରଦାନ କରାଯାଇଛି ।ଜିଲ୍ଲା ବିଜେଡ଼ି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଧାୟକ ତଥା ବିଜେଡ଼ି ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅତିଥି ଭାବେ ଯୋଗ ଦେଇ ଡ୍ରେସ ଓ ହକି ଷ୍ଟିକ ପ୍ରଦାନ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏବଂ ଶ୍ରୀ ଦାସ ଖେଳାଳୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଥିଲେ ।ଆଗାମୀ ଦିନରେ ଜିଲ୍ଲାରେ ଖେଳ ଓ ଖେଳାଳୀ ଙ୍କ ବିକାଶ ନେଇ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବାରକୋଟ ବ୍ଳକ ସଭାପତି ହୀରାଲାଲ ସାହୁ, ପୂର୍ବତନ ଏସ୍ଡ଼ିସିସି ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେଵ, ପୂର୍ବତନ ବାରକୋଟ ବ୍ଳକ ଅଧକ୍ଷ ଦେବେନ୍ଦ୍ର ବେହେରା, ଜିଲ୍ଲା ଯୁବ ସଭାପତି ପ୍ରତାପ ଦେବ,ଟାଉନ ସଭାପତି ଶୁକ ଦେବ ଭଞ୍ଜ, ,ସୁଜିତ କୁମାର ପ୍ରଧାନ, ବିଷ୍ଣୁ ଅମାତ୍ୟ, ପ୍ରକାଶ ପ୍ରଧାନ, ରୁଦ୍ର ବେହେରା ଙ୍କ ସମେତ ଜିଲ୍ଲାର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।