{} ଭୁବନେଶ୍ୱରରେ ପ୍ରତେକ ଦିନ 200 ରୁ 300 ଭିତରେ ସଂକ୍ରମଣ ରହିଆସୁଛି । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା କମିଛି। ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା 10 ପ୍ରତିଶତରୁ କମ୍ ଅଛି । ଆସିୟୁରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି। ରାଜ୍ୟରେ 3 ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନ କୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦ୍ବେଗଜନକ । ତେବେ ବର୍ତ୍ତମାନ ସମୟରେ 100 ରୁ 80 ଜଣ ଲକ୍ଷଣ ବିହୀନ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହଛନ୍ତି l ସେପଟେ କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ । ଗତକାଲି ହାଟ ଓ ବଜାର ଗୁଡିକରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ କରିବାର ଆବଶ୍ୟକ ରହିଛି । ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ପ୍ରଶ୍ନବାଚୀ । ଆମେ ଅନୁରୋଧ କରୁଛୁ ଲୋକମାନେ କୋଭିଡ ଗାଇଡ଼ ଲାଇନ ସଠିକ ଭାବେ ପାଳନ କରନ୍ତୁ । ପାର୍ବଣ ଆସନ୍ତା ବର୍ଷ ବି ଆସିବ ମାତ୍ର ଜୀବନ ପ୍ରଥମେ ରହୁ ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି l