ବ୍ଯାସନଗର : ୨୨ /୧୧( ବି.ନି.ଓ) କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି ଓ ଲଗାତାର ଭାବରେ ରନ୍ଧନ ଗ୍ଯାସ୍ ଦର ବୃଦ୍ଧିକୁ ନେଇ ଆଜି କୋରାଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋପବନ୍ଧୁ ଛକରୁ ବାହାରି ମୁନିସିପାଲିଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଦଳ ପକ୍ଷରୁ ପ୍ରତିକ ଧାରଣା ଦିଆଯାଇଥିଲା ।ସେଠାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ କୃଷକ ତଥା ସାଧାରଣ ଜନତା ମାରଣ ନୀତି ବିରୁଦ୍ଧରେ ଶ୍ଳୋଗାନ ଦେଇଥିଲେ। ମୋଦି ସରକାର ଆଛେଦିନ୍ ର କଥା କହି ସାଧରଣ ଲୋକଙ୍କ ଭବିଷ୍ୟତ ନଷ୍ଟ କରି ଚାଲିଛନ୍ତି । ତୁରନ୍ତ ଏ ସରକାରକୁ ହଟାଇବା ଦରକାର ବୋଲି ବହୁ ଦଳୀୟ କର୍ମୀ ନିଜର ବକ୍ତବ୍ଯରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ବ୍ଯାସନଗର ର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପୂର୍ବତନ ଅଧ୍ଯକ୍ଷା ସବିତା ରାଉତ, ସରୋଜିନ ବଳଙ୍କ ସମେତ ସଂଘମିତ୍ରା ଜେନା, ସରସ୍ବତୀ ପ୍ରଧାନ, ମଞ୍ଜୁଶ୍ରି ପଣ୍ଡା, ଦିପାଳୀ ଚକ୍ରବର୍ତ୍ତୀ, ବ୍ୟାସନଗର ବିଜେଡି ସଭାପତି ବ୍ରଜକିଶୋର ରାଉତ, ସାଧାରଣ ସମ୍ପାଦକ ମହେଶ୍ କୁମାର ଧଳ, ଯୁବ ବିଜେଡି ସଭାପତି ମନୋଜ ପରିଡା, ବ୍ୟାସନଗର ପୂର୍ବତନ ଉପ ନଗରପାଳ ଶୁଭାଶିଷ ବଳ, ପାର୍ଥସାରଥୀ ନାୟକ, ବିବେକାନନ୍ଦ ମହାନ୍ତି, ମଣୀନ୍ଦ୍ର ସାହୁ ଓ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ରନ୍ଧନ ଗ୍ଯାସ୍ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦର ନ କମିଲେ ଆହୁରି ଯୋରଦାର ଆନ୍ଦୋଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିଧାୟକ।
ବ୍ଯାସନଗରରୁ ଅଜୟ କୁମାର ସାହୁ ବିଗ୍ ନିଉଜ୍ ଓଡିଶା