() ସବୁଦିନ ପରି ସେଦିନ ବି ସାଇରାମ ଦୋକାନରେ ସଂନ୍ଧ୍ୟାରେ ପହଞ୍ଚି ଚିକୁ କହିଲା ପ୍ରଭୃ ଚା କପେ ଦିଅନ୍ତୁ । ତାହାରି ଭିତରେ ଚିକୁ ମନରେ ଉଙ୍କି ମାରୁଥାଏ ଅନେକ କଥା । ଠିକ ସେହି ସମୟରେ ଚା କପଟିଏ ବଢାଇେଦଲା ଦୋକାନି । ଚା ପି ରିଲାକ୍ସ ହେବା ପରେ ସାଇରାମକୁ ଚିକୁ ମନରେ ଥିବା କଥା ଗୁଡ଼ିକ କହିଚାଲିଲା । କଣ ଥିଲା ତାହାର ସ୍ବପ୍ନ । ଚିକୁର ସ୍ବପ୍ନ ଏତେ ଲମ୍ବା ଥିଲା ଯେ ସାଇରାମ ବି କହୁଥାଏ ଭାଇ କଣ ଏତେ କଥା ଥିଲା ତମ ମନରେ । କାହିଁଜଣା ପଡ଼ୁନାହିଁ ତମକୁ ଦେଖିଲେ । ସତରେ ଭାଇ ତମେ ଭାରୀ ଭାଗ୍ୟବାନ , ସ୍ବପ୍ନ ପୂରଣ ହୋଇନି , କି ସେ ସ୍ବପ୍ନ ଗୁଡ଼ିକର ଏେତେ ଲମ୍ବା ଅଛି ଯେ ଦୁନିଆରେ ତାକୁ କେହି ମାପି ପାରିବେନି । ତେବେ କଣ ଏମିତି ସ୍ବପ୍ନ ଦେଖିଛି ଚିକୁ । ତାହାକୁ ନେଇ ଦୋକାନରେ ଚା ପିଉଥିବା ଜଣେ ୬୦ ବର୍ଷର ବୃଦ୍ଧ କହିଲେ ଆରେ ବାପା ସୁବ ସ୍ବପ୍ନ କଣ ପୂରଣ ହୁଏ , ହେଲେ ବାସ୍ତବ ହେଲା ସ୍ବପ୍ନକୁ ନେଇ ଯଦି କର୍ମ କରାଯାଏ ତେବେ ସ୍ବପ୍ନ ପୂରଣ ହେଉ କି ନହେଉ ମନରେ କିଛି ଅବଶୋଷ ରହେ ନାହିଁ । ଏମିତି ବେଳେ ଚା ଦୋକାନୀ କହିଲା ମଉସା ସେ ଚିକୁ ଭାଇର ଏ ରାତିର ସ୍ବପ୍ନ ନୁହେଁ ମ , ଯାହା କେବଳ ଆଖି ବୁଝିଲେ ଆସେ । ଭାଇ ପା ଏଠି ବସି ବି ସ୍ବପ୍ନ ଦେଖୁଛନ୍ତି । ହଁ ଏକଥା ସତ ମୋତେ ଲାଗୁଛି ଭାଇଙକର ସବୁ ସ୍ବପ୍ନ ଯେମିତି ପୂରଣ କରିଦେଉଛନ୍ତି ଭଗବାନ । ନହେଲେ କିଏ କଣ ଏେତ ସ୍ବପ୍ନ ଦେଖିପାରିବ । ସ୍ବପ୍ନକୁ ନେଇ ପା କେତେ ଗପ , କେତେ ସିନେମା , କେତେ କବିତା ଓ କେତେ ନାଟକ । ଶୋଇଲେ ଜଣେ ସ୍ବପ୍ନ ଦେଖଲେ , କିନ୍ତୁ ଶୋଇ ସ୍ବପ୍ନ ଦେଖି ତାହାକୁ ପୂରଣ କରିବାକୁ ଆଜି ଅନେକ ଯୁବଗୋଷ୍ଠୀ ଦିନରାତି ଏକ କରିଦେଇଛନ୍ତି । କର୍ମ ଠିକ ରହିଲେ , ଭାଗ୍ୟ ସାତ ଦେଲେ ସ୍ବପ୍ନ ବୋଲି ଶଦ୍ଧ କିଛି ରହିବ ନାହିଁ । ଚା ଦୋକାନୀ ଓ ମଉସାଙ୍କ କଥା ଶୁଣିଶୁଣି ନିଜର ନିରବତା ଭାଙ୍ଗିଲା ଚିକୁ । କହିଲା ସାଇରାମ, ମଉସା ଯାହା କହିଲେ ସତ ସବୁ ସ୍ବପ୍ନ ପୂରଣ ହୁଏନି । କିନ୍ତୁ ସ୍ବପ୍ନକୁ ନେଇ ଖୁସିରେ ଜୀବନ କାଟାଇବ ହେଉଛି ସମୟର ଆହ୍ବାନ । ମନେକର ଏଇ ଯେମିତି ମୁଁ ଜଣେ ରାଜନେତା ହେବି ବୋଳି ଛାତ୍ର ଜୀବନରୁ ପ୍ରଚେଷ୍ଟା ଜାରୀ କରି ସଂଘର୍ଷ କଲି , ଛାତ୍ର ନେତା ହେଲି । ହେଲେ ସମୟ ଆହ୍ବାନ ଏମିତି ଆସିଲା ଆଜି ଜଣେ ସାମ୍ବାଦିକ ବୃତ୍ତିକୁ ଆପଣାଇଛି । ଯାହାକୁ କେବେ ସ୍ବପ୍ନ ଦେଖିନଥିଲି । ହେଲେ ଏବେ ପଂଚାୟତ ନିର୍ବାଚନ କିଏ କେତେ ପ୍ରାର୍ଥୀ ହେଉଛନ୍ତି । କାଳେ ଏଥର ବହୁ ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଓହ୍ଲାଇଛନ୍ତି । କାହିଁ ଆମେ ତ କଲେଜରୁ ଛାତ୍ର ନେତା, ରାଜନୀତି କରିବାକୁ କେତେ କଣ ଇଚ୍ଛା ଥିଲା । ସାଙ୍ଗମାନେ ତ କହୁଥିଲେ ମୁଁ କାଳେ ବିଧାୟକ ହେବି ଓ ସେମାନେ କିଏ କଣ ଦାୟିତ୍ବ ନେବେ । ଏମିତି କେତେ କଣ । କିଏ କିଏ ତ ଟିକେ ଅଧିକ କହି କହୁଥାଏ , ଭାଇ ତମେ ଭାଗ୍ୟରେ ମନ୍ତ୍ରୀ ଯୋଗ ଅଛି ପରା । ବାସ ଏମିତି ବେଳେ ଚିକୁର ମୋବାଇଲ ରିଙ୍ଗ ହେଲା । ହଠାତ ଚିକୁ ଚା ଦୋକାନୁରୁ ବାହାରି ଆସି କହିଲା ଭାଇ ଚେଞ୍ଜ ପଇସା ନାହିଁ । କାଲି ଦେବି । ଗାଡ଼ି ଷ୍ଟାଟ କରିବା ବେଳେ ମଉସା ପଚାରିଲେ କିରେ ବାବୁ କଣ ସ୍ବପ୍ନ ପୂରଣ ହୋଇଗଲା କି ଆଜି ,,,,,, ଏତିକି ଶୁଣି ଚିକୁ କହିଲା ମଉସା ଏଯାଏ ଆପଣ ସ୍ବପ୍ନକୁ ମାପିପାରିଲେନି ।ସ୍ବପ୍ନକୁ କଣ ମାପିହୁଏ….