() ପାର୍ଥ ସେଦିନ ଚା ଖଟିରେ କହୁକହୁ କହୁଥାଏ, ଯେଉଁ କଥା ସ୍ତ୍ରୀକୁ କହିହୁଏନା ,ସେକଥା ସାଙ୍ଗକୁ କହିହୁଏ । ସାଙ୍ଗ ବରିଷ୍ଠ ହୋଇପାରେ, କନିଷ୍ଠ ହୋଇପାରେ ଅବା ସମ ବୟସର । ଏସବୁ ଭିତରେ ମୁନା କହିଲା କଣ ଭାଇ ଆଜି ତ ବନ୍ଧୁତ୍ବ ଦିବସ ନୁହେଁ, ଆପଣ କାହିକିଁ ଆମକୁ ସାଙ୍ଗର ସଂଜ୍ଞା ବୁଝାଉଛନ୍ତି । ବାସ ଏତିକିରେ ପାର୍ଥ ଚା ପିଉଥିବା ଅନ୍ୟ ୫ଜଣକୁ କଣ କହିଲେ କେଜାଣେ ସମସ୍ତେ ବାଧ୍ୟ ହେଲେ ୧ ଘଣ୍ଟାରୁ ଅଧିକ ସମୟ ଚୁପ ହୋଇ ରହିବାକୁ । ଆଉ ତାହାରି ଭିତରେ ଚା ଦୋକାନୀ କହୁଥାଏ ଆଉ ଗୋଟେ ଚା ହେଉ ।
ବହୁଦିନ ପରେ ୧୯୯୧ ବ୍ୟାଚରେ ପାର୍ଥ ସହ ପଢୁଥିବା ପିଲାଦିନର ସାଙ୍ଗମାନେ ଏକାଠି ହୋଇଥିଲେ । ତାହା ପୁଣି ଓଡ଼ିଶାର ସ୍ବର୍ଗ ପୁରୀ ବାଲିଘାଇରେ । କାଜୁ , ଝାଉ ବଣ ସହ ଚାରିଆଡ଼େ ବାଲିମୟ । ଖରା- ଛାଇର ମଝିରେ ଜୀବନ ପାହାଚର ମଝିରେ ଥିବା ପାର୍ଥ ସାଙ୍ଗମାନଙ୍କ ମନରେ କେତେ କଣ ଖୁସି । ଆରେ ଭୋଜି ତ ଗୋଟେ ବାହାନା ଥିଲା । କେବଳ ପୁରୁଣା ସ୍କୃତି ଓ ପିଲାଦିନକୁ ପୁଣି ଥରେ ସାଉଁଟିବାର ଥିଲା ମୂଳ ଲକ୍ଷ୍ୟ । ମିନି, ସୋନି, ମୋନାଲିସା ବି ପାର୍ଥ କିପରି ସ୍କୁଲ ବେଳେ ଶାନ୍ତ ଓ ସରଳ ଥିଲା ତାହା କହୁଥବା ବେଳେ ହସିହସି ଗଡ଼ିଯାଉଥାନ୍ତି । ରାକେଶ , ମୁନା ତ ଶ୍ରlବଣୀ ପ୍ରେମରେ କିପରି ଆକର୍ଷଣ ହୋଇ ଉବୁଡ଼ୁବୁ ହେଉଥିଲେ ଓ ଶ୍ରlବଣୀ କିପରି ନିଜ ଗାଁର ପ୍ରକାଶ ଭାଇକୁ ଭଲ ପାଉଥିଲା , ସେ କାହାଣୀ କଥା ବି ଉଠିଲା । ସାଙ୍ଗମାନଙ୍କର ଏପରି ବାତ୍ତାଆଳାପରୁ ଜଣାପଡ଼ୁଥିଲା ଭୋଜି ତ କେବଳ ଗୋଟେ ବାହାନା ଥିଲା । ସଭିଁଏ କିପରି ସବୁ ଜଞ୍ଜାଳରୁ ମୁକ୍ତି ହୋଇ ସ୍କୁଲ ବେଳର ନିସ୍ବାର୍ଥ ପର ସମ୍ପର୍କ ଓ ଭଲ ପାଇବା ସେ କଥାକୁ ଜୀବିତ କରିହେବ ସେଥିପାଇଁ ଏକାଠି ହୋଇଥିଲେ । ଭୋଜିର ଗୋଟେ ନିୟମ ଥିଲା ଯେ କେହି ପରିବାର ସହ ଆସିବେନି । କି ନିଜର ଅଧା ସ୍ତ୍ରୀକୁ ମଧ୍ୟ ଆଣିବେନି । ସେହି ଅନୁସାରେ ଭୋଜି ହେଲା, ଆଉ ୨୪ ଘଣ୍ଟାରୁ ୧୫ ଘଣ୍ଟା ସମସ୍ତେ ଏକାଠି ହୋଇ ମନକଥା କୁହାକୁହି ହେଲେ । ସବୁଠାରୁ ଭୋଜିରେ ଚର୍ଚ୍ଚାରେ ଥିଲେ ପାର୍ଥ । କାରଣ ସାଙ୍ଗ ଗ୍ରହଣରେ ସେ ଥିଲେ ସରଳ ଓ ଲାଜୁଆ ପ୍ରକୃତିର ପିଲାଟିଏ । ଆଜି କିନ୍ତୁ ପାର୍ଥର ସେ ପରିଚୟ ନାହିଁ । ବୟସ ବଢିବା ସହ ପାର୍ଥ ପରିଚୟ ରୋମିୟ ଦ ଲଭର ବୟ ହୋଇସାରିଛି , ଆରେ ଖରାପ ନୁହେଁ ମ ଭଲରେ । ତାର ଲେଖା ଓ ସୃଜନଶୀଳତାରେ ସେ ଅନେକ ସୁନ୍ଦର ତରୁଣୀଙ୍କ ମନ ଜିଣିପାରିଛି । ୧୬ ରୁ ୭୦ ସବୁ ପାର୍ଥ ଲେଖାରେ ସବୁ ଫିଦା । ଏମିତି କେତେ କଣ କହୁଥାଏ ମୁନା । କାରଣ ମୁନା ପରା ସବୁ ସାଙ୍ଗ ଭିତରୁ ପାର୍ଥର ଅତି ଘନିଷ୍ଠ ଥିଲା । ସେ ତା ମନ କଥା ଜାଣେ । ତା ବ୍ୟାଚର ଅନେକ ଝିଅ ପାର୍ଥକୁ ଭଲ ପାଆନ୍ତି, ସେ ଭଲ ପାଇବା ଜୀବନ ପାହାଚର ମଝିରେ ବି ଅତୁଟ ରହିଛି ତାହା ସେଦିନ ଭୋଜିରେ ପାର୍ଥ ନିଜେ ଅନୁଭବ କରିଥିଲା ।
ସତରେ ଜୀବନରେ ସୁଖରେ ରହିବାକୁ ହେଲେ ଭଲ ସାଙ୍ଗର ଆବଶ୍ୟକ ରହିଛି । ଯାହା ସେ ସବୁ କିଛି ସେୟାର କରି ହେଉଥିବ । ତା ପାଇଁ ନା ଦରକାର ଟଙ୍କା ନା ଦରକାର କୌଣସି ସମୟ । କେବଳ ସେ ତମକୁ ବୁଝିବା ଦରକାର ଓ ତମେ ତାକୁ । ଏମିତି କେତେ କଣ ସେଦିନ ଗପିଚାଲିଥିଲା ପାର୍ଥ । ଯାହାକୁ ଶେଷ ପଯ୍ୟନ୍ତ ଶୁଣିଥିଲେ ଚା ପିଉଥିବା ଅନ୍ୟମାନେ । ଆଉ ସମେସ୍ତ ମନେମନେ ଭାବୁଥାଆନ୍ତି, ସତରେ ଆମେ ଏକାଠି ଥିଲୁ ଓ ଏକାଠି ରହିବୁ ।