ଦୁଇଦିନ ବିଧାନସଭାରେ ପାଠ ପଢିବେ ବିଧାୟକ …

- Advertisement -

ଭୁବନେଶ୍ୱର : ନବ ନିର୍ବାଚିତ ବିଧାୟକମାନେ ବିଧାନସଭାର ବ୍ୟବସ୍ଥା ଓ ସେମାନଙ୍କ ଭୂମିକା କଣ ସେନେଇ ଦୁଇଦିନ ପାଠ ପଢିବେ । ୨୦୧୯ ସାଧାରଣ ନିର୍ବାଚନରେ ବିଧାନସଭାକୁ ଶାସକ ଓ ବିରୋଧୀ ଦଳର ବହୁ ନୂଆ ବିଧାୟକ ନିର୍ବାଚିତ ହୋଇଆସିଛନ୍ତି । ପ୍ରଥମଥର କରି ବିଧାନସଭାରକୁ ଏତେ ସଂଖ୍ୟକ ନୂଆ ବିଧାୟକ ନିର୍ବାଚିତ ହୋଇଆସିଥିବାର ଏହି ପ୍ରଥମର ଥର ବିଧାୟକମାନଙ୍କୁ ଦିଆଯିବ ଟ୍ରେଂନି । ଚଳିତ ବର୍ଷ ୫୯ ପ୍ରଥମଥର ଲାଗି ବିଧାୟକ ହୋଇ ନିର୍ବାଚିତ ହୋଇଆସିଛନ୍ତି । ତେଣୁ ବିଧାନସଭାର କାର‌୍ୟ୍ୟବିଧି ଓ କାର‌୍ୟ୍ୟ ପରିଚାଳନା ନିୟମାବଳୀ ବିଷୟରେ ସେମାନେ ଜାଣିନାହାନ୍ତି । ଏହି ବିଧାୟକମାନଙ୍କୁ ବିଧାନସଭାର ବ୍ୟବସ୍ଥା ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଏବଂ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କୁ ଅବଗତ କରାଯିବ ।

ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ କାର‌୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ବିଧାନସଭାର ବରିଷ୍ଠ ସଦସ୍ୟ, ଅନୁଭୂତିସମ୍ପନ୍ନ ଅଭିଜ୍ଞ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ବିଧାନସଭାର କାର୍ଯ୍ୟ ବିଧି କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ। ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବିଧାୟକ ଓ ବିଧାୟିକା ଯୋଗ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ବିଧାନସଭାର ପ୍ରଥମ ଅଧିବେଶନରେ ଏହି ବିଧାୟକମାନେ ନିଜର ପ୍ରଥମ ଅନୁଭୂତି ନେଇଛନ୍ତି ଗୃହରେ । ତେବେ ଏହି ପ୍ରଶିକ୍ଷଣ ପ୍ରଥମଥର ଲାଗି ବିଧାନସଭାକୁ ଆସିଥିବା ବିଧାୟକମାନଙ୍କୁ ବେଶ ସହାୟକ ହେବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles