ପୁରୀ ବିଶ୍ୱ ଐତିହ ନଗରୀ ପ୍ରକଳ୍ପ କାର୍ଯ୍ୟରେ ଯୋଗଦେବେ 5 ଶିକ୍ଷାନବୀଶ ଆଇ.ଏ.ଏସ ଅଫିସର….

- Advertisement -

ପୁରୀକୁ ବିଶ୍ୱ ଐତିହ ଭାବରେ ବିକଶିତ କରିବାପାଇଁ ରାଜ୍ୟସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି l ଏଥିପାଇଁ ପୁରୀର ଭିତିଭୂମି ବିକାଶ, କୀର୍ତିରାଜିର ସଂରକ୍ଷଣ ସୁରକ୍ଷା କୁ ଦୃଷ୍ଟିରେ ରଖି 500 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଛି l ଏହି ସବୁବେଳେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଞ୍ଚଜଣ probationer IAS officer ମାନଙ୍କୁ ପୁରୀରେ ନିଯୁକ୍ତ କରିଛନ୍ତି, ସେମାନେ ପୁରୀ ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ୱରେ ରହିବେ l ଏହି ଶିକ୍ଷାନବୀଶ ଆଏ.ଏ.ଏସ ଅଫିସର ମାନେ ହେଲେ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ.ଶ୍ରୀ କୀର୍ତ୍ତିଭାସନ ଭି. ଡ଼କ୍ଟର ଶୁଭଙ୍କର ମହାପାତ୍ର. ଶ୍ରୀ ଜେ ସୋନାଲ. ଶ୍ରୀ ଭୁବନେଶ ଦେବଦାସ ପାଟିଲ l ଏମାନେ ସମସ୍ତେ 2018 ବ୍ୟାଚର ଆଇ.ଏ.ଏସ ଅଫିସର l ଏମାନେ ସମସ୍ତେ ଆଜି ପୁରୀର କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର. ବାଲକ୍ରିଷ୍ଣନ ଏବଂ ମୁଖ୍ୟମନ୍ତ୍ରୀ 5-T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସେମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝେଇଥିଲ ଏବଂ ରାଜ୍ୟସରକାରଙ୍କ ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles