() ନୂଆ ମିଶନ, ନୂଆ ଏଜେଣ୍ଡା ଆଉ ଭିଜନ ୨୦୨୪କୁ ନେଇ ଆଗେଇ ଚାଲିଛି ବିଜେଡି । ୨୦୧୯ ନିର୍ବାଚନ ଫଳାଫଳା ପରଦିନ ଠାରୁ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସ୍ବପ୍ନ ଧୀରେଧୀରେ ବାସ୍ତବ ରୂପ ନେବାରେ ଲାଗିଛି । ପଞ୍ଚମ ପାଳିର ତୃତୀୟ ବର୍ଷରେ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ନବୀନ । ମନ୍ତ୍ରୀମଣ୍ଡଳ ଗଠନ ପରେ ସାଂଗଠିନିକ ପ୍ରକ୍ରିୟାକୁ ଗ୍ରାଉଣ୍ଡରେ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଫୋକସ କରିଛି । ଏଥିପାଇଁ ବିଜେଡିର ପ୍ରତ୍ୟେକ କର୍ମୀ ଓ ନେତା ଦଳର ସଂଗଠନ ପାଇଁ ଅଧିକ ସମୟ୍ ଦେବାକୁ ଆହ୍ବାନ ଦେଇଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରତିମାସରେ ଦଳର ସଂଗଠନ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା ମଧ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳରୁ ଯେମିତି ଜଣେ ବି ଓଡ଼ିଆ ବାଦ୍ ନପଡ଼ନ୍ତି ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ତାଗିଦ କରିଥିଲେ ତାକୁ ଗ୍ରାଉଣ୍ଡରେ ବାସ୍ତବରୂପ ଦେବା ପାଇଁ ତୋଫାନୀ ଜିଲ୍ଲାଗସ୍ତରେ ବାହାରିଛନ୍ତି ନବୀନଙ୍କ ପ୍ରିୟ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ।
ମିଶନ ୨୦୨୪ ସଫଳ କରିବା ପାଇଁ ପ୍ରଣବ ଦକ୍ଷିଣରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି । କୋରାପୁଟ,ନବରଙ୍ଗପୁର, ଜୟପୁରରେ ଘନଘନ ବୈଠକ କରି ସଂଗଠନକୁ ଅଧିକ ଚଳଚଞ୍ଚଳ କରିବାକୁ ତୃଣମୂଳ ସ୍ତରରୁ ସମରସଜା ଆରମ୍ଭ କରିଛନ୍ତି ପ୍ରଣବ । ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ନୂଆ ଓଡ଼ିଶା ଗଠନ କରିବାରେ ପ୍ରତ୍ୟେକ ବିଜେଡ଼ି କର୍ମୀ ସଙ୍କଳ୍ପ ନେବାକୁ ସାଂଗଠନିକ ବୈଠକରେ ପ୍ରଣବ ଫୋକସ ଦେବାର ଯୋଜନା ରଖୁଛନ୍ତି । ବିଶେଷକରି ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାବୀସୀ ଯେଉଁ ଏକତରଫା ଆର୍ଶୀବାଦ ଦେଇ ବିଜେଡିକୁ ବଡ ବିଜୟ କରାଇଛନ୍ତି ସେଥିଲାଗି ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଦଳ ଋଣୀ । ସମସ୍ତ ଜିଲ୍ଲା ପରିଷଦ ବିଜେଡ଼ି ଗଠନ କରିବା ଓ ପୌରରେ ୮୫ ପ୍ରତିଶତରୁ ଅଧିକ ଆସନରେ ଦଳ ବିଜୟ ହେବା ପରେ ଦଳର ସମସ୍ତ କର୍ମୀମାନଙ୍କର ଉତ୍ତରଦାୟିତ୍ବ ବଢିଛି । ତେଣୁ ରାଜ୍ୟବାସୀଙ୍କ ଏହି ଭଲ ପାଇବାକୁ ସେବା ଜରିଆରେ ଋଣ ସୁଝାଇବାକୁ ପ୍ରଣବ ଆହ୍ବାନ ଦେଇଛନ୍ତି । ଏହାସହ ପଂଚାୟତ ଓ ପୌରରେ ଦଳ ଯେଉଁ ବଡ଼ ସଫଳତା ପାଇଛି ସେଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି ତୃଣମୂଳ ସ୍ତରରେ ଥିବା ସମସ୍ତ ବିଜେଡି କର୍ମୀ । ପଦ ପଦବୀ ନୁହେଁ , ବଂର ସେବା କରିବା ମନବୃତ୍ତି ନେଇ ସମସ୍ତ କର୍ମୀ କାମ କରିବାକୁ ଜିଲ୍ଲାରୁ ଅଭିଯାନ ଆରମ୍ଭ କରିଦେଇଛନ୍ତି ପ୍ରଣବ । ୨୦୨୪ ନିର୍ବାଚନ ପାଇଁ ଅନ୍ୟଦଳମାନେ ଏବେ ଠାରୁ ଚିନ୍ତା କରୁଥିବା ବେଳେ ବିଜେଡ଼ି ୨୦୧୯ ନିର୍ବାଚନ ପର ଠାରୁ ଏହି କାମ ଆରମ୍ଭ କରି ବେଶ ଆଗରେ ରହିଛି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ହିଁ ଦଳକୁ ଏହି ସଫଳତା ଦେଇଛି ।