ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ …

- Advertisement -

() ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଏହି ଦାବିକୁ ପୁଣି ଥରେ ଦୋହରାଇବ ରାଜ୍ୟ । କୃଷି , ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ରାଜ୍ୟ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବ । ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠାଇବେ ମୂଖ୍ୟମନ୍ତ୍ରୀ l

୨୦୧୪ରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିବା କେନ୍ଦ୍ର କାହିଁକି ରାଜ୍ୟକୁ ହକ ପ୍ରତି କେନ୍ଦ୍ର ଅବହେଳା କରୁଥିବା ବିଜେଡି ଅଭିଯୋଗ କରିଛି l ବିଜେଡ଼ି ସ୍ବର ସହିତ ସ୍ବର ମିଳାଇଛି କଂଗ୍ରେସ l ତୁରନ୍ତ ରାଜ୍ୟର ଦାବିକୁ କେନ୍ଦ୍ରପୂରଣ କରୁ ବୋଲି କହିଛନ୍ତି । ସେପଟେ ଫୋକସ ଷ୍ଟେଟ ସହ କେନ୍ଦ୍ର ତୁରନ୍ତ ବକେୟା ଅର୍ଥ ଦେବାକୁ ଦାବିକୁ ବିଜେଡି ଦାବି କରିଛି । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଚିରାଚରିତ ଢଙ୍ଗରେ ଉତ୍ତର ରଖିଛି । ବାଇରେଳବାଇ, ବ୍ୟାଙ୍କିଙ୍ଗ, ମୋବାଇଲ ଯୋଗାଯୋଗ ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଅଧିକ ଅର୍ଥ ଦେବାକୁ ବାରମ୍ବାର ଦାବି କରୁଛି ବିଜେଡି । ବିଜେଡି ବାରମ୍ବାର ସ୍ଵତନ୍ତ୍ର ରାଜ୍ୟ ପାହା ମାନ୍ୟତା ଦାବି କରୁଥିଲେ ମଧ୍ୟ କେନ୍ଦ୍ର ବିଭିନ୍ନ ବାହନା ଦେଖାଇ ଏହିଦାବିକୁ ଅଣଦେଖା କରୁଛି କେନ୍ଦ୍ର ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles