ନବୀନଙ୍କ ଶିଷ୍ୟ ପାଣ୍ଡିଆନ,ସାଜିଛନ୍ତି ରୂପାନ୍ତରଣ ଓଡିଶାର ସାରଥୀ : ପ୍ରଣବ ପ୍ରକାଶ ଦାସ….

- Advertisement -

() ଯାହା ପୁଅ କରିପାରେନା, ତାହା ଶିଷ୍ୟ କରିପାରେ l ଯୁଗେ ଯୁଗେ ଏହା ପ୍ରମାଣିତ ହୋଇଛି l ପୁରାଣରେ ଲୋକମାନଙ୍କୁ ଦୁଃଖ ଓ କଷ୍ଟରୁ ମୁକ୍ତି ସହ ଅତ୍ୟାଚାରୀ ମାନଙ୍କ ଠାରୁ ମୁକ୍ତି କରିବା ପାଇଁ ଓ ନ୍ୟାୟ ଧର୍ମର ସ୍ଥାପନା ପାଇଁ ଋଷି ବିଶ୍ଵାମିତ୍ର ଭଗବାନ ଶ୍ରୀ ରାମଙ୍କୁ ପଥ ପ୍ରଦର୍ଶନ କରାଇଥିଲେ l ସେହିପରି ଯୁଗେ ଯୁଗେ ଗୁରୁ ଶିଷ୍ୟର ଦୃଷ୍ଟାନ୍ତ ଦେଖିବାକୁ ମିଳେ l ବିକଶିତ ଓଡ଼ିଶା ପାଇଁ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଯୋଡି ସେହି ପରମ୍ପରାର ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବନାହିଁ l ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଭିକେ ପାଣ୍ଡିଆନ। ଏହାପରେ ତା’ ପରଦିନ ମୁଖ୍ୟମନ୍ତ୍ରୀ ତାଙ୍କୁ “୫-ଟି’ ଏବଂ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କରିଥିଲେ। କାରଣ ନୂଆ ଓଡ଼ିଶା ଗଠନର ସାରଥି ହେଉଛନ୍ତି ସେ l ଭୋର 4ଟାରୁ ନବୀନଙ୍କ ରୂପାନ୍ତରଣ ଓଡିଶାର ସ୍ବପ୍ନକୁ ଗ୍ରାଉଣ୍ଡରେ ସାକାର କରିବାକୁ ସଂକଳ୍ପ ନେଇଥିବା ପାଣ୍ଡିଆନ ନିଜ କର୍ତ୍ତବ୍ୟରେ ଲାଗିପଡିଛନ୍ତି । ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ନୂଆ ଓଡିଶା ଓ ସଶକ୍ତ ଓଡ଼ିଶା ନିର୍ମାଣ କରିଚାଲିଛନ୍ତି l ପୁରା ଓଡ଼ିଶା ତାକୁ ନବୀନଙ୍କ ସ୍ବପ୍ନ ପୂରଣ କରିବାରେ ସହଯୋଗ କରୁଥିବା ବେଳେ ନବୀନଙ୍କ ପ୍ରିୟ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନଙ୍କୁ ପାଦରେ ପାଦ ମିଶାଇ ବିକଶିତ ଓଡିଶା ନିର୍ମାଣରେ ଜଣେ ମୁଖ୍ୟ ସେନାପତି ଭାବେ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି l ଯାହାକୁ ଭିକେ ପାଣ୍ଡିଆନ୍ ମଧ୍ୟ ଓଡ଼ିଶାବାସିଙ୍କୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଉଦଯାପନୀ ଦିବସରେ ନିଜ ଅଭିଭାଷଣରେ ଭୁ ପ୍ରଶଂସା କହିଥିଲେ l

ନବୀନଙ୍କ ସ୍ବପ୍ନକୁ ପୂରଣ କରିବାରେ ଭିଜନମ୍ୟାନ ଭିକେ ପାଣ୍ଡିଆନ ଯେଉଁ କାମ କରୁଛନ୍ତି ତାହା କେହି କରିପାରିବେନି ବୋଲି କହିଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ l ୨୦୧୨ ମସିହାରୁ ଭିକେ ପାଣ୍ଡିଆନ ରୂପାନ୍ତରଣ ଓଡିଶା ନିର୍ମାଣ ନେଇ ଯେଉଁ ଇଛା ପ୍ରକାଶ କରିଥିଲେ ତାହାକୁ ପ୍ରଥମ ଥର ପାଇଁ ଓଡ଼ିଶାବାସୀଙ୍କ ଆଗରେ ବାଖାଣିଥିଲେ ପ୍ରଣବ l କାର୍ତ୍ତିକ ପୂର୍ଣ୍ଣମୀରେ ଭିଜନ ମ୍ୟାନ୍ ଭିକେ ପାଣ୍ଡିଆନ ବିଜେଡିରେ ବିଧିବଦ୍ଧ ସାମିଲ ହେବା ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସଙ୍ଗଠନ ସଂପାଦକ ବୟାନ ବଡ ସଂକେତ ଦେଇଛି l ଅନ୍ୟପଟେ ଭି କେ ପାଣ୍ଡିଆନ ମଧ୍ୟ ଓଡିଶାବାସୀଙ୍କ ସେବା ପାଇଁ ପ୍ରଣବ (ବବି) ସମର୍ପଣ ବୋଲି କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles