ଦେବଗଡର ଦେବଭୂମୀରୁ ଜନମତ ନେଲେ ନବୀନ : କହିଲେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି

- Advertisement -

()ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଜନମତ ନେଲେ l ମା ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ l ନବୀନ ପଟ୍ଟନାୟକ ଭଲ କି ? ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳପୂର୍ଣ୍ଣ ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ l ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ, ଆପଣମାନେ ଖୁସି ତ ?ଉଚ୍ଚସ୍ୱରରେ ସମବେତ ଜନସାଧାରଣ ‘ହଁ’ ଭରିଲେ l ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି l ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ l ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ବିଜେପି ଦଳ ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେ କି ? – ଶ୍ରୀ ପାଣ୍ଡିଆନବିଜେପି ର ମିଛ କଥା କୁ ବୁଝାଇ ଶ୍ରୀ ପାଣ୍ଡିଆନ l କହିଥିଲେ କ୍ଷମତାକୁ ଆସିଲେ ଦର ଦାମ କମାଇବେ, ତେଲ ଦର କମାଇବୁ, ଏଲ୍‍.ପି.ଜି. ସିଲିଣ୍ଡର ଦର କମାଇବୁ, ଚାଷୀଙ୍କ ପାଇଁ ଏମ୍‍.ଏସ୍‍.ପି ଦୁଇଗୁଣ କରିବୁ, ପ୍ରତି ଗାଁକୁ ମୋବାଇଲ କନେକ୍ଟିଭିଟି ଦେବୁ, ଦେବଗଡ଼କୁ ଟ୍ରେନ ସଂଯୋଗ କରିବୁ, କିଛି ହେଲା କି ? ଏଲ୍‍.ପି.ଜି. ସିଲିଣ୍ଡର ଦର ବୃଦ୍ଧିରେ ମା’ମାନଙ୍କ ଆଖିରେ ଲୁହ ଆସିଯାଉଛି. l ବର୍ତ୍ତମାନର ବିଜେପି ଦଳର ସାଂସଦ ପ୍ରାର୍ଥୀ କେନ୍ଦ୍ର ତୈଳ ମନ୍ତ୍ରୀ ଥିଲେ, ତାଙ୍କର ପ୍ରତିଥର ଦସ୍ତଖତ ମା’ମାନଙ୍କୁ କନ୍ଦାଇଛି l ଏଲ୍‍.ପି.ଜି. ଦର ବଢ଼ି ଚାଲିଛି ଚାହିଁଥିଲେ ଦର କମାଇ ପାରିଥାନ୍ତେ କିନ୍ତୁ କମାଇଲେ ନାହିଁ କାରଣ ବଡ଼ ବଡ଼ କମ୍ପାନୀମାନେ କ୍ଷତି ସହିବେ, ସାଧାରଣ ଲୋକଙ୍କ କଥା ପଚାରେ କିଏ ? ମା ସମଲେଇଙ୍କ ପ୍ରକଳ୍ପ କାମକୁ ବହୁ ବିରୋଧ କରୁଥିଲେ ଏବଂ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ କେନ୍ଦ୍ର ମନ୍ତ୍ରୀ, ଏଭଳିକି ସୁପ୍ରିମ୍‍ କୋର୍ଟ ପର୍ଯ୍ୟନ୍ତ ଗଲେ l ମା ସମଲେଇଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଏବଂ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ବବି ଦାସଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ଆମ ଲକ୍ଷ୍ୟ ହାସଲ କରି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କଲୁ l

ଜୁନ ୯ ତାରିଖରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ତିନୋଟି ଦସ୍ତଖତ ହେବ, ୧- ବିଜୁଳି ବିଲ୍‍ ଛାଡ୍‍, ୨-ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ୩ – ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା l ଦେବଗଡ଼ରେ ପ୍ରଧାନ ପାଟକୁ ୧ କୋଟି ଟଙ୍କା, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟି ଟଙ୍କା ମାଧ୍ୟମରେ ବିକାଶ କରାଯାଇଛି, ଦେବଗଡ଼ର ୪ ହଜାର କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଇଛି, ଏହା ହେଉଛି ଲୋକାଭିମୁଖୀ ଶାସନର ଉଦାହରଣବର୍ତ୍ତମାନର ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଥିଲେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକମାନଙ୍କ ପାଇଁ କିଛି କରିଛନ୍ତି କି ? ଏହା ହେଉଛି ଲୋକବିରୋଧୀ ଶାସନର ପରିଚୟ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles