୧କୋଟି ସଦସ୍ୟ କରିବାକୁ କାଲିଠୁ ବିଜେଡିର ଅଭିଯାନ…

- Advertisement -

()  ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀରୁ  ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ. ତା ପରେ ଜିଲ୍ଲାରେ ହେବ. ଏକ କୋଟି 91 ହଜାର 915 ସଦସ୍ୟ ଗତ ଥର ଥିଲେ. କିଏ ଅଛନ୍ତି, କାହାର ଦେହାନ୍ତ ହୋଇଛି, ସେ ସବୁ ଦେଖି ସେହି କୋଟି ଯାଏଁ ସଦସ୍ୟ କରିବୁ. ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅଧିକାଂଶ ଗାଁରେ ହେବ. ଆଞ୍ଚଳିକ ଦଳ ଭାବେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି ବିଜେଡି. ଆସନ୍ତାକାଲି ଗୋପବନ୍ଧୁ ଜୟନ୍ତୀ ପରି ପବିତ୍ର ଦିନରେ ସକାଳ 11 ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ. ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ. ସଦର ମହକୁମା ଓ ଜିଲ୍ଲାରେ ଏହା ସେହି ସମୟରେ ହେବେ. ଅନଲାଇନରେ ଯୋଡି ହେବ. ପରବର୍ତୀ ସମୟରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଏହା ଆଗେଇବା. ସଭ୍ୟ ସଂଗ୍ରହ ଅଭିଯାନ କମିଟିରେ 22 ଜଣ ସଦସ୍ୟ ଅଛନ୍ତି. ଫିସିକାଲି ଓ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ. ପୂର୍ବରୁ ଏହି କାର୍ଯ୍ୟକ୍ରମ ସଫଳତା ସହ 1 କୋଟି ପ୍ରାଥମିକ ଓ 3.40 ଲକ୍ଷ ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ. ଛାତ୍ର ଯୁବ ଏହି କାର୍ଯ୍ୟକ୍ରମରେ ଆଗରେ ରହିବେ.  ଅଭିଯାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ଆମେ ସମର୍ପିତ. ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପ କାର୍ଯ୍ୟକାରୀ କରିବାକୁ ଆମେ ସଂକଳ୍ପବଧ. ତୃଣମୂଳ ସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛୁ. ଅଦଭୂତ ସଫଳତା ମିଳିଛି. 22 ଜିଲ୍ଲାରେ ସରିଛି. ଅକ୍ଟୋବର 21 ରୁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବୁ. ନବୀନଙ୍କ ସମୟର ବିକାଶ କାର୍ଯ୍ୟକ୍ରମର ବାର୍ତା ପଠାଇବୁ. ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ଆମେ ଲୋକଙ୍କ ସହ ଯୋଡି ହୋଇଛୁ. ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ. ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମ କାର୍ଯ୍ୟକ୍ରମ ଜାରି ରଖିବୁ. ବିଜେଡିର ତୃଣମୂଳ କର୍ମୀଙ୍କୁ ଧନ୍ୟବାଦ ଯେ ସେମାନେ ପଦଯାତ୍ରାକୁ ସଫଳ କରିବେ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles