ନେତା ସେ ଏମିତି କ୍ଷମତାରେ ଥିଲେ ଯେମିତି, ନଥିଲେ ସେମିତି …..

- Advertisement -

()ଦାୟିତ୍ବ ଭୂଲି ନାହାନ୍ତି ନେତା। ଶାସନରେ ଥିଲା ବେଳେ ଯେମିତି ତତପର ଓ କର୍ମଠ। କ୍ଷମତାରେ ନଥାଇ ବି ସମାନ ମନୋଭାବ। ଲକ୍ଷ୍ୟ ଜନସେବା ।ବାତ୍ୟା ଦାନାକୁ ନେଇ ପୂର୍ବାନୁମାନ ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଲୋକଙ୍କ ସହାୟତା କରିବା ପାଇଁ ଦଳର ସୁପ୍ରିମୋ ଆହ୍ବାନ ଦେବା ପରେ ଗ୍ରାଉଣ୍ଡକୁ ଓହ୍ଲାଇପଡ଼ିଲେ ବିଜେଡ଼ି ନେତାମାନେ । ବରିଷ୍ଠ ବିଜେଡ଼ି ନେତା ତଥା ବିଜେଡ଼ିର ଦୃଢ ସଂଗଠକ ପ୍ରଣବ ପ୍ରକାଶ ଦାସ (ବବି) ବାତ୍ୟା ପ୍ରଭାବିତ ଅଂଚଳକୁ ବାହାରିପଡ଼ିଲେ । ବିଶେଷକରି ବାତ୍ୟା ଦାନାର ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ , ବାଲେଶ୍ବର ବାତ୍ୟାଞ୍ଚଳ ଓ ବାତ୍ୟା ଆଶ୍ର୍ରସ୍ଥଳ ଗୁଡ଼ିକରେ ଲୋକଙ୍କ ସମସ୍ୟା ବୁଝିବାରେ ଲାଗିପଡ଼ିଲେ । ଦଳୀୟ କର୍ମୀ , ନେତାଙ୍କୁ ଏକାଠି କରି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଲେ ପ୍ରଣବ। ଜିଲ୍ଲାକୁ ଜିଲ୍ଲା ତୋଫାନି ଗସ୍ତ କରି ବିଜେଡ଼ିର ନିର୍ବାଚିତ ନେତା , କର୍ମୀ ମାନଙ୍କୁ ଏକାଠି କରି ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ଚେଷ୍ଟା କଲେ । ବାତ୍ୟା ପୂର୍ବରୁ ଲୋକଙ୍କ ନିରାପଦ ସ୍ଥାନକୁ ନେବା ଓ ରିଲିଫ କାର୍ଯ୍ୟରେ ବିଜେଡ଼ି ନେତା ଓ କର୍ମୀ କିପରି ଅଧିକରୁ ଅଧିକ ସାମିଲ ହେବେ ତାକୁ ନେଇ କର୍ମୀ ଓ ନେତାଙ୍କ ସହ ଘନଘନ ବୈଠକ କରିଥିଲେ। ଭଦ୍ରକର ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ବାସୁଦେବପୁର, ଧାମରା କେନ୍ଦ୍ରପଡ଼ାର ରାଜନଗର , ବାଲେଶ୍ବରର ରେମୁଣା, ଜଳେଶ୍ବର ଓୌପଦା ,ସିମୁଳିଆ, ଆଦି ଅଚଂଚଳରେ ବିଜେଡ଼ି ନେତାଙ୍କ ସହ ମିଶି ଜନସେବାରେ ଲାଗିପଡ଼ିଥିଲେ। ବାତ୍ୟା ଉପକୂଳରେ ହେବାକୁ ଯାଉଥିବା ଖବର ଯେମିତି ବିଜେଡ଼ି ପାଇଁ ଆହ୍ବାନ ଥିଲା। ୨୪ ବର୍ଷର ଶାସନ କାଳରେ ବାତ୍ୟାକୁ ଯେମିତି ନବୀନଙ୍କ ନେତୃତ୍ବରେ ମୁକାବିଲା କରାଯାଇଥିଲା ଠିକ ସେହି ଢାଞ୍ଚାରେ ଲୋକଙ୍କ ପାଖକୁ ଯାଇ କାମ କରିବାରେ ଲାଗିଥିଲେ ବିଜେଡ଼ି ନେତା। ଯେଉଁଠି ସମସ୍ୟା ଦେଖିଥିଲେ ସେଠାରେ ତୁରନ୍ତ ପ୍ରଶାସନକୁ ଅବଗତ କରାଇ ସମସ୍ୟାର ସମାଧାନ କରିବାକୁ ବାଟ କାଢିଥିଲେ। ପୂର୍ବ ଅଭିଜ୍ଞତାକୁ କାମରେ ଲଗାଇ ଲୋକଙ୍କ ବୁଝାସୁଝା କରିବା ସହ ଆବଶ୍ୟକ ସହାୟତା ବି ନିଜନିଜ ସ୍ତରରେ ଯୋଗାଇ ଦେଇଥିଲେ। ୧୯୯୯ ମହାବାତ୍ୟା ପରେ ବିଜେଡ଼ି ଶାସନକୁ ଆସିଲା। ନବୀନ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଭୟ ଦୂର କରି ସାହସ ଜୁଟାଇଥିଲେ । ୨୪ ବର୍ଷ ଭିତରେ ଫାଇଲିନ, ହୁଡ଼ହୁଡ଼ , ତିତିଲି ଠାରୁ ଆରମ୍ଭ କରି ଫନି ଯାଏ ବଡ଼ବଡ଼ ବାତ୍ୟାକୁ ସଫଳତାର ସହ ମୁକାବିଲା କରିଥଲେ ନବୀନ। ସରକାରୀ ସ୍ତରରୁ ଆରମ୍ଭ କରି ଦଳୀୟ କର୍ମକର୍ତ୍ତା ଯାଏ ସଭିଁଙ୍କୁ ସାଙ୍ଗରେ ନେଇ ସମସ୍ତ ବାତ୍ୟାକୁ ସଠିକ ମୁକାବିଲା କରିଥିଲେ। ଆଜି ବିଜେଡ଼ି ସରକାରରେ ନାହିଁ। ନିଜ ପରିବାର ସଦସ୍ୟ ଅର୍ଥାତ ସାଢେ ଚାରିକୋଟି ଓଡ଼ିଆଙ୍କ ବିପଦ ସମୟରେ କାନ୍ଧରେ କାନ୍ଧ ମିଶାଇ ବାତ୍ୟା ଦାନାକୁ ମୁକାବିଲା କରିଛନ୍ତି ବିଜେଡ଼ି ନେତାଏ। ଏବେ ସମସ୍ତଙ୍କ ମହିଁରେ ଗୋଟିଏ କଥା କ୍ଷମତାରେ ଥିବା ବେଳେ ବିଜେଡ଼ି ଯେମିତି , କ୍ଷମତାର ନଥିଲେ ବି ସେମିତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles