ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି…

- Advertisement -

( ) ଆଗକୁ ରଙ୍ଗର ପର୍ବ ହୋଲି । ଏଥିପାଇଁ ଚଳଚଞ୍ଚଳ ଯାଜପୁର ସହର। ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀମାନଙ୍କର ଭିଡ଼ ଲାଗି ରହିଛି । ବଜାରରେ ଅନେକ ରଙ୍ଗବେରଙ୍ଗର ଫଗୁ ସହ ହୋଲି ଖେଳ ପାଇଁ ପିଚକାରୀ ମଧ୍ୟ ବିକ୍ରି ହେଉଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମୁଖା ଓ ଟୋପି ମଧ୍ୟ ବିକ୍ରି ହେଉଛି ।  ରଙ୍ଗର ପର୍ବ ହୋଲି ପାଇଁ ଦୋକାନରେ ଭଳିକି ଭଳିକି ରଙ୍ଗ ଓ ଅବିରର ପସରା ଦେଖିବା ପାଇଁ ମିଳିଛି। ସହରର ସବୁ ଛୋଟ ବଡ଼ ଦୋକାନରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ପିଚକାରୀ, ମୁଖା, ଟୋପି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ବଜାରକୁ ଆସିଛି ବିଭିନ୍ନ ରଙ୍ଗର ଅବିର। ରାସାୟନିକ ରଙ୍ଗ ଦେହ ପାଇଁ କ୍ଷତିକାରକ ହୋଇଥିବାରୁ ଦୋକାନୀମାନେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି ଏବଂ ଏହାର ଅଧିକ ଚାହିଦା ଚଳିତବର୍ଷ ରହିଛି । ଆଉ ଏଥର ଲୋକେ ହର୍ବାଲ ରଙ୍ଗ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହର୍ବାଲ ରଙ୍ଗର କିଣାବିକା ବି ବଢିବାରେ ଲାଗିଛି । ବଜାରରେ ମିଳୁଥିବା ସାଧାରଣ ଫଗୁ କିଲୋପିଛା ୧୫୦ ଟଙ୍କାରରେ ବିକ୍ରି ହେଉଛି। ବହୁ ଦୋକାନରେ ରାସାୟନିକ ରଙ୍ଗ ଆଉ ବିକ୍ରି କରା ଯାଉନି ନାହିଁ । ସେହିପରି ଛୋଟ ପିଲାଙ୍କ ପାଇଁ ବନ୍ଧୁକରେ କାର୍ଟୁନ ହାତୀ, ବାଘ, ଘୋଡ଼ା ଆଦିର ଚିତ୍ର କରାଯାଇଛି । ଏସବୁର ଦାମ ୪୦ ଟଙ୍କାରୁ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଫଳ ଆକୃତିର ପିଚକାରୀ ମଧ୍ୟ ଦୋକାନରେ ଦେଖିବା ପାଇଁ ମିଳୁଛି । ଏହାସହ ଚଳିତ ବର୍ଷ ଲୋକେ ମଧ୍ୟ ବେଶ ଧୁମଧାମର ସହିତ ରଙ୍ଗର ପର୍ବ ହୋଲି ଖେଳ ପାଳନ କରିବେ ବୋଲି ଆଶା ରଖିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles