ଦରବୃଦ୍ଧିକୁ ବିଧାନସଭାରେ ମାନିଲେ ଯୋଗାଣ ମନ୍ତ୍ରୀ..

- Advertisement -

ଭୁବନେଶ୍ୱର : ରୋଷେଇ ତେଲ, ଡାଲି, ଆଳୁ, ପିଆଜ ଦର ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ଏହା ଜାତୀୟ ସମସ୍ୟା। କାରଣ ପଡୋଶୀ ରାଜ୍ୟ ଉପରେ ଓଡ଼ିଆ ନିର୍ଭରଶୀଳ। ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼େ। ଦର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା-
ରାଜ୍ୟ ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ନିୟନ୍ତ୍ରଣ ପନ୍ଥା ନିଅନ୍ତି।
ଜିଲ୍ଲାପାଳ ଓ ବ୍ୟବସାୟୀ ବୈଠକରେ ସୁଲଭ ମୂଲ୍ୟ ଉପରେ ଦୃଷ୍ଟି ରଖିବା ପଦକ୍ଷେପ ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି।ଆଳୁ ପିଆଜ ପାଇଁ Storage Control Order ଲାଗୁ ହୋଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି 100 କୋଟି ଟଙ୍କାର Price Stabilization Fund ଗଠନ କରାଯାଇଛି।ସୁଲଭ ଦରରେ ପିଆଜ ବିକୁଛନ୍ତି ରାଜ୍ୟ ସରକାର।ମାପ ଓ ଓଜନରେ ଅସାଧୁ ଉପାୟ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି। 2018-19ରେ 5466 ମାମଲା ରୁଜୁ ହୋଇ 1କୋଟି7ଲକ୍ଷ32ହଜାର900 ଟଙ୍କା ଜରିମାନା ଆଦାୟ ହୋଇଛି।2017-18ରେ 6737 ମାମଲା ରୁଜୁ ହୋଇ 1କୋଟି49ଲକ୍ଷ58ହଜାର650 ଟଙ୍କା ଆଦାୟ ହୋଇଛି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles