ବିଜେଡ଼ର ଛାମୁଆ ସଂଗଠନରେ ନିଯୁକ୍ତ ହେବେ ମୁଖପାତ୍ର

- Advertisement -

 

ଭୁବନେଶ୍ୱର : ଚାଲିଛି ବିଜେଡିର ସଂଗଠନିକ ନିର୍ବାଚନ ପ୍ରକ୍ରିୟା l ଫେବୃଆରୀ 15 ସୁଦ୍ଧା ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବ l ଏହା ପରେ ରାଜ୍ୟ ଓ  ଶେଷରେ ସପ୍ତମ ଥର ପାଇଁ ବିଜେଡି ସୁପ୍ରିମୋ  ଭାବେ ନିର୍ବାଚିତ ହେବେ ନବୀନ ପଟ୍ଟନାୟକ l ପ୍ରଥମ ଥର ପାଇଁ ବିଜେଡି ରେ ଦୁଇଟି ନୂତନ ପଦବୀ ସୃଷ୍ଟି କରିଛି  l ଦଳର ସଂଗଠନ ସାଧାରଣ ସମ୍ପାଦକ ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ  ଦାସଙ୍କୁ ଗୁରୁ ଦାୟିତ୍ୱ ଦେଇଥିବା ବେଳେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କୁ ସମ୍ପାଦକ ରାଜ୍ୟ କାର୍ଯ୍ୟାଳୟର ଦାୟିତ୍ୱ ନ୍ୟସ୍ତ କରାଯାଇଛି l ଦଳର ସଂଗଠନ କୁ ମଜବୁତ କରିବାପାଇଁ ଉଭୟ ଲାଗିଛନ୍ତି l ଏବେ ଦଳର ଛାମୁଆ ସଂଗଠନ କୁ କିପରି ଅଧିକ ମଜବୁତ କରାଯିବ, ସେ ନେଇ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି l ବିଜେଡି ର ମହିଳା, ଯୁବ ଓ ଛାତ୍ର ସଂଗଠନ କୁ ଅଧିକ ମଜବୁତ କରିବା ପାଇଁ ଦଳ ନୂଆ ଫର୍ମୁଲାକୁ ଆପଣେଇବାକୁ ଯାଉଛି l 3 ଛାମୁଆ ସଂଗଠନ ର ମଙ୍ଗୁଆଳ ବିଧାୟକଙ୍କ ଉପରେ ନ୍ୟସ୍ତ କରାଯିବ l ପ୍ରଥମଥର ପାଇଁ ଏଇ 3 ଛାମୁଆ ସଂଗଠନ ରେ ମୁଖପାତ୍ର ନିଯୁକ୍ତି କରାଯିବ l ଯେଉଁମାନେ କି ଗଣମାଧ୍ୟମ ରେ ଦଳର ମତ ରଖିବେ l ଏ ନେଇ ଖଣ୍ଡଗିରି ରେ ଗୁରୁତ୍ୱପୂର୍ଣ୍ଣ  ବୈଠକ ଅନୁଷ୍ଠିତ ହୋଇସାରିଛି l  ବୈଠକ ରେ ଦଳର ସଂଗଠନ ସମ୍ପାଦକ, ଜଣେ ସାଂସଦ ଓ କିଛି ନେତା ବସି ଏପରି ନିଷ୍ପତି ନେଇ ସୁପ୍ରିମ କୁ ଜଣେଇଥିବାର ଜଣାପଡିଛି l

ନିଷ୍ପତି ଅନୁସାରେ 3 ଛାମୁଆ ସଂଗଠନର ସଭାପତି  ବିଧାୟକ ରହିବେ l ନିର୍ବାଚନର ଆଉ ଦୁଇ ବର୍ଷ ଅନ୍ୟ ମାନଙ୍କୁ ସୁଯୋଗ ଦିଆଯିବ l ଯେମିତି ଯୁବ ସଭାପତି ରହିଥିଲେ ସଞ୍ଜୟ ଦାସ ବର୍ମା ତାପରେ ଅମ୍ରିତ ପତି କୁ ଦାୟିତ୍ୱ ଦିଆଯାଇଥିଲା, ସେଇପରି ମହିଳା ସଭାନେତ୍ରୀ ଭାବେ ପ୍ରମିଳା ମଲ୍ଲିକ କୁ ଦିଆଯାଇଥିଲା l ଏହା ପରେ ମିନତୀ ବେହେରା ଙ୍କୁ ସଭାନେତ୍ରୀ  କରାଯାଇଥିଲା l ସେହିଭଳି ଛାତ୍ର ସଂଗଠନରେ ବ୍ୟାମକେଶ ରାୟ ଙ୍କ ପରେ ରାଣାପ୍ରତାପ ପାତ୍ର କରାଯାଇଥିଲା l ଏବେ ସେଇ ନୀତିକୁ ପୁଣିଥରେ ବିଜେଡି ଆପଣେଇବାକୁ ଯାଉଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles