କାହିଁକି ପ୍ରଣବଙ୍କୁ ଗୁରୁ ଦାୟିତ୍ୱ…..

  • ଭୁବନେଶ୍ୱର :ପ୍ରଣବ ପ୍ରକାଶ ଦାସ (ବବି) । ସାଲିସବୀହିନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସଙ୍କ ବଡ଼ପୁଅ । ପୂର୍ବତନ ବିରୋଧୀ ଦଳ ନେତା ଓ ଚକ ଚିହ୍ନର ସାରଥୀ ଓ ପୂର୍ବତନ କୋରୋଇ ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ଦେହାନ୍ତା ପରେ ତାଙ୍କର ଦୟାଦ ଭାବେ ୨୦୦୯ ମସିହାରେ ରାଜନୀତିରେ ପାଦଥାପିଲେ । ଅାଉ ସେହିବର୍ଷ ପ୍ରଥମଥର ଲାଗି ଯାଜପୁର ବିଧାନସଭା ଅାସନ ଲାଗି ବିଜେଡ଼ି ଟିକେଟରୁ ନିବାର୍ଚନ ଲଢିଲେ ।ଆଉ ବିପୁଳ ଭୋଟର ବିଜୟ ଲାଭ କରି ବିଧାୟକ ହେଲେ । ଏହାପରେ ୨୦୧୪ ରୁ ୨୦୧୯ରେ ବି ଯାଜପୁରବାସୀ ପ୍ରଣବଙ୍କୁ ବିଧାୟକ ଭାବେ ନିବାର୍ଚିତ କରିଛନ୍ତି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ । ଶକ୍ତିବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେ ହେଲେ ମନ୍ତ୍ରୀ । ହେଲେ ଦଳରେ ପ୍ରଣବ ସାମିଲ ହେବା ଠାରୁ ତାଙ୍କ ଭିତରେ ତାଙ୍କ ବାପା ଅଶୋକଙ୍କ ପରି ଦଳ ପ୍ରତି ଅାନୁଗତ୍ୟ ଓ ସାଂଗଠନିକ ଦକ୍ଷତା ବି ପ୍ରଣବଙ୍କ ପାଖରେ ଥିବା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅନୁଭବ କଲେ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସାଂଗଠନିକ ଦାୟିତ୍ୱ ବୁଝିବା ପାଇଁ ପ୍ରଣବଙ୍କୁ ନବୀନ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପାଙ୍କ ଭଲ ପାଉଥିବା ପ୍ରଣବ ସଙ୍ଗେ ସଙ୍ଗେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳର ସାଂଗଠନିକ ଦାୟିତ୍ୱ ବୁଛିଲେ । ନବୀନଙ୍କ ନିର୍ଦ୍ଦେଶ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ କାମରେ ଲାଗିଗଲେ ପ୍ରଣବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିଜେଡ଼ିର ସଂଗଠନ କିପରି ଏକା ସାଙ୍ଗରେ ଘରେଘରେ ପହଞ୍ଚିବ ସେ ନେଇ ପ୍ରଣବ ନବୀନଙ୍କ ନିର୍ଦ୍ଦେଶ ଅନୁସାରେ କାମ କଲେ । ପ୍ରଥମେ କୋରାପୁଟ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ନେଲେ ପ୍ରଣବ । ତାଙ୍କୁ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କରାଗଲା । କଂଗେ୍ରସ ଦବଦବା ଥିବା କୋରାପୁଟ ଜିଲ୍ଲାରେ ବିଜେଡ଼ି ସଂଗଠନଙ୍କୁ ନବୀନ ପ୍ଲାନ ଅନୁସାରେ ପ୍ରଣବ ସଂଗଠନକୁ ଜିଲ୍ଲାରେ ଅଧିକ ସଂଗଠନ କଲେ । ଦଳର ଗୋଷ୍ଠୀ କନ୍ଦଳ ତୁଟାଇ ସଭିଁଙ୍କୁ ଏକଜୁଟ କଲେ । ସଂଗଠନ ସଠିକ ଭାବେ ଚାଲିଲା ।ଏବଂ ଏହାପରେ ଅାସିଲା ବିଜେପୁର ଉପ ନିବାଚନ । ୩ମାସ କାଳ ପ୍ରଣବ ଯାଜପୁର,ଭୁବନେଶ୍ୱର ଭୂଲି ବିଜେପିର ଏକ ପଡ଼ାରେ ଦଳର ସଂଗଠନ ମଜବୁତ କରିବା ପାଇଁ ରହିଲେ । ଭୂଲିଗଲେ ଘର ଓସମ୍ପର୍କୀୟଙ୍କୁ। ବିଜେପି ଉପନିବାର୍ଚନ କିପରି ବିଜେଡ଼ି ବିପୁଳ ଭୋଟରେ ବିଜୟ କରିବ ସେନେଇ ପ୍ରଣବ ନବୀନଙ୍କ ନିର୍ଦ୍ଦେଶରେ କାମ ଅାରମ୍ଭ କରିଦେଲେ । ପୁରା ପଶ୍ଚିମ ଓଡ଼ିଶାର ନେତାଙ୍କୁ ଏକାଠି କରି ଦଳର ସଂଗଠନକୁ ମଜବୁତ କଲେ । ଏହାସହ ବିଜେପୁରବାସୀ କଣ ଚାହୁଛନ୍ତି ସେନେଇ ବିଜେପୁର ପ୍ରତେକ ଗାଁରେ ଲୋକଙ୍କ ସହ ସିଧାସଳଖ ଅାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଅାକର୍ଷଣ କଲେ । ମୁଖ୍ୟମନ୍ତ୍ରୀ ପ୍ରଣବଙ୍କ ଦେଇଥିବା ପ୍ରସ୍ତାବକୁ ତର୍ଜମା କରି ସଙ୍ଗେ ସଙ୍ଗେ ଏହାକୁ କାର୍ଯ୍ୟକାରୀ କଲେ । ବିଜେପୁରରେ ହାଇଭୋଲଟେଜ ଉପନିବାର୍ଚନରେ ବିଜେପି ଓ କଂଗ୍ରେସ ବି ବିଜୟ ପାଇଁ ଲାଗି ପଡ଼ିଲେ । ହେଲେ ନବୀନଙ୍କ ନିର୍ଦ୍ଦେଶ ପ୍ରଣବ ଏପରି ଗୋଟି ଚାଳନ କଲେ । ବିରୋଧୀ କିଛି ବୁଝିପାରିଲେ ନାହିଁ । ଯାହା ଫଳରେ ବିଜେଡ଼ି ବିଧାୟିକ ପ୍ରାର୍ଥୀ ରୀତା ସାହୁ ବିପୁଳ ୪୩ହଜାର ଭୋଟର ବିଜୟ କଲେ । ଏହାପରେ ୨୦୧୯ ସାଧାରଣ ନିବାର୍ଚନ ହେଲା । ବିଜେପି ମିଶନ ୧୨୦ ପ୍କସର ନାରା ଦାଲା । ନବୀନଙ୍କ ନିଦେ୍ର୍ଦଶରେ ପ୍ରଣବ ବରିଷ୍ଠ ଓ ଯୁବନେତାଙ୍କୁ ଏକାଠି କରି ଜିଲ୍ଲାଜିଲ୍ଲା ଗସ୍ତ କରି ସଂଗଠନ ମଜବୁତ କରିବା ସହ ବିଜୟ ପାଇଁ ବିଜେଡ଼ି ସୁପ୍ରିମୋ ଦେଇଥିବା ଗୁରୁମନ୍ତ୍ରୀଙ୍କୁ ବିଜେଡ଼ି ନେତା ଓ କର୍ମୀଙ୍କୁ ବୁଝାଇଲେ । ବିଜେଡ଼ି ଟିକେଟ ପାଇଁ ବହୁ ଅାଶାୟୀ ଓ ବିଜେଡ଼ିର ଅସନ୍ତୋଷ ମଧ୍ୟ ସେ ତାଙ୍କର ଚତୁର ବୃଦ୍ଧି ପ୍ରତିହତ କରି ସୁପ୍ରିମୋଙ୍କ ଖୁସି କରାଯାଇଥିଲେ । ବିଜେଡ଼ିକୁ ଜିତାଇବା ପାଇଁ ଦିନରାତି ଏକ କରି ପ୍ରଣବ ନିଷ୍ଠାର ସହ କାମ କଲେ । ଏପରିକି ନିଜ ନିବାର୍ଚନୀ ମଣ୍ଡଳୀରେ ୨୦୧୯ ସାଧାରଣ ନିବାର୍ଚନରେ ଯେପରି ପ୍ରଚାର କରିବା କଥା ତାହା ବି ସେକଲେ ନାହିଁ। ବିଜେଡ଼ି କିପରି ଅଧିକ ଅାସନରେ ବିଜୟ କରିବ ସେଚିନ୍ତା ଘାରିଥିଲା ତାଙ୍କୁ । ନବୀନଙ୍କ ପ୍ରତେକ ସଭାକୁ କିପରି ସଫଳ କରାଯିବ ସେଥିଲାଗି ଦିନରାତି ଏକ କରି କେତେବେଳେ କୋରାପୁଟରେ ତ କେତେବେଳେ ମୟୁରଭଞ୍ଜ , କେତେବେଳେ କେନ୍ଦ୍ରପଡ଼ା ତ କେତେବେଳେ ତାଳଚେର ,ବ୍ରହ୍ମପୁର ଓ ଭଦ୍ରକରେ ପ୍ରଣବ ରାତି କଟାଉଥଲେ । ନିଜ ନିବାର୍ଚନୀ ମଣ୍ଡଳୀକୁ ମଧ୍ୟ ସମୟ ଦେଉପାରୁନଥିଲେ ନିଜ ପାଇଁ ପ୍ରଚାର କରିନଥିଲେ । ଏପରିକି ପ୍ରଚାରର ଶେଷ ଦିନରେ ପ୍ରଣବ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ଥିବା କେନ୍ଦ୍ରପଡ଼ା ଜିଲ୍ଳାରେ ରହିଛି । ନବୀନଙ୍କ ଲୋକପ୍ରିୟତା, ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିଜେଡ଼ିର ନେତା ଓ କର୍ମୀଙ୍କ ପରିଶ୍ରମ ଯୋଗୁଁ ବିଜେଡ଼ି ୨୦୧୯ ନିବାର୍ଚନରେ ୧୧୨ ଅାସନରେ ବିଜୟ କଲା । ୧୨ ଜଣ ସାଂସଦ ମଧ୍ୟ ଜିତିଲେ ବିଜେଡ଼ିର । ଏସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯିବା ନିଶ୍ଚିତ । ହେଲେ ପ୍ରଣବ ନିବାର୍ଚନ ବୈତରଣୀ ପାର କରିବା ପାଇଁ ଯେଉଁ ପରିଶ୍ରମ କରିଛନ୍ତି ତାହା ନବୀନ ହିଁ ବୁଝିଥଲେ ଓ ମନେ ରଖିନଥିଲେ। ସେହିପରି ଓଡ଼ିଶାର ବଡ଼ ଜିଲ୍ଲା ମୟୁରଭଞ୍ଜରେ ଦଳର ସଂଗଠନ ମଜବୁତ କରିବା ପାଇଁ ନବୀନ ପ୍ରଣବଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଯେତେବେଳେ ପଂଚମ ପାଳିରେ ନବୀନ ସରକାର ଗଠନ କଲେ । ଅାଶା କରାଯାଉଥିଲା ପ୍ରଣବ ପରିଶ୍ରମ ପାଇଁ ପୁରସ୍କାର ମିଳିବ । କ୍ୟାବିନେଟ ମନ୍ତ୍ରୀ ସହ ନବୀନ ତାଙ୍କୁ ମନ୍ତ୍ରୀମଣ୍ଡଳର ଗୁରୁଦ୍ରିତ୍ୱ ଦେବେ । ହେଲେ ପ୍ରଣବ ନିଜ ପିତାଙ୍କ ପରି ଦଳକୁ ଅାଗେ ଦେଖି କ୍ଷମତା ଲୋଭରୁ ନିଜକୁ ଦୂରେଇ ଗଲେ । ମନ୍ତ୍ରୀ ହେଲେ ଦଳ ପାଇଁ କାମ କରିବାକୁ କାଳେ ଅସୁବିଧା ହେବ ସେଥିଲାଗି ସେ ମନ୍ତ୍ରୀ ହେବାକୁ ଚାହିଲେ ନାହିଁ କି ପୂର୍ବରୁ ସେ କେତେମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି । ଓଡ଼ିଶାର ୧ ନମ୍ବର ମନ୍ତ୍ରୀ ହେବା ପରେ ବି ସେ ଦଳର ସଂଗଠନ ସଜାଡ଼ିବା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଅାସିଲା ପାଟକୁରା ଉପ ନିବାର୍ଚନ । ବିଜେପିର ପ୍ରାର୍ଥୀ ହେଲେ ବିଜୟ ମହାପାତ୍ର । ବିଜେଡ଼ି ପାଇଁ ମଧ୍ୟ ଏହି ଉପ ନିବାର୍ଚନ ସମ୍ମାନର ପ୍ରଶ୍ନ ଥିଲା । ନବୀନ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲକୁ ପ୍ରାର୍ଥୀ କଲୋ। ଅଶୀ ଦଶକର ରାଜନୀତିର ଚାଣକ୍ୟ ପାଇଁ ରାଜ୍ୟ ବିଜେପି ଠାରୁ କେନ୍ଦ୍ର ବିଜେପି ନେତା ଲାଗିପଡ଼ିଲେ । ହେଲେ ଓଡ଼ିଶା ରାଜନୀତିର ଅସଲୀ ଚାଣକ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ରଣନୀତି । ଯାହାର ସେନାପତି କଲେ ପ୍ରଣବ ପ୍ରକାଶ ଦାସଙ୍କୁ । ଯାହା ଫଳରେ ବିଜୟ ମହାପାତ୍ର ବିଧାନସଭା ବାଟ ବନ୍ଦ ହେଲା । ବିଜୁଙ୍କ ଗଡ଼ରେ ପୁଣି ଉପ ନିବାର୍ଚନରେ ବିଜେଡ଼ିର ବାନା ଉଡ଼ିଲା ।
    ଅାଉ ବିଜୁ ଜୟନ୍ତୀରେ ଦଳପ୍ରତି ଅାନୁଗତ୍ୟ , ପରିଶ୍ରମ ଓ ନିଜର ସାଂଗଠନିକ ଦକ୍ଷତା ଦେଖାଇଥବା ପ୍ରଣବଙ୍କୁ ନବୀନ ଦେଲେ ବଡ଼ ଉପହାର । ପ୍ରଣବଙ୍କ ପରିଶ୍ରମକୁ ବିଜୁବାବୁଙ୍କ ଜୟନ୍ତୀରେ ମନେପକାଇ ସର୍ବ ସାଧାରଣରେ ତାଙ୍କୁ ଦଳର ସଂଗଠନ ବିଜେଡ଼ିରେ ଏପରି ପଦବୀ ପ୍ରଥମ ଥର ଲାଗି ପ୍ରଣବଙ୍କ ପାଇଁ ସୃଷ୍ଟି କଲେ ନବୀନ । କାରଣ ନବୀନ ଏପରି ନେତା ଯେ କି ଉଚିତ ଲୋକଙ୍କୁ ଉଚିତ ସ୍ଥାନରେ ରଖନ୍ତି । ଯାହା ବହୁବାର ପ୍ରମାଣିତ ହୋଇଛି । ଯାହାକୁ ଗଣମାଧ୍ୟମ ଭାଷାରେ ମାଷ୍ଟରଷେ୍ଟ୍ରାକ , ଚମକାଇଲା ପରି ଖବର କୁହାଯାଲ । ବିଜେଡ଼ି ସରକାରର ୨୦ବର୍ଷ ପୁର୍ତ୍ତରେ ଏପରି ଏକ ଖବର ଅାସିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବଙ୍କ ପରିଶ୍ରମ କଥା ବଖାଣିଲେ ଗଣମାଧ୍ୟମରେ । ବିଜେପୁର ଉପନିବାର୍ଚନ, ପାଟକୁରା ଉପନିବାର୍ଚନ, ୨୦୧୪ ନିବାର୍ଚନ ଓ ୨୦୧୯ ନିବାର୍ଚନରେ ପ୍ରଣବ ପ୍ରକାଶ ଦାସଙ୍କ ଅବଦାନ ଉଲେ୍ଲଖ କଲେ । ଅାଉ ଦଳର ଗୁରୁଦାୟିତ୍ୱ ମଧ୍ୟ ଦେଲେ । ଯାହାକୁ ପ୍ରଣବ ପରି ଦଳ ପାଇଁ କାମ କରୁଥିବା ପରିଶ୍ରମୀ ନେତାମାନଙ୍କୁ ଅାହୁରୀ ଅଧିକ ପରିଶ୍ରମ କରିବା ପାଇଁ ନିଶ୍ଚିତ ଉତ୍ସାହିତ କରିବ ବୋଲି ରାଜନୈତିକ ମହଲରେ ଚଚ୍ଚାର୍ ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles