ଭୁବନେଶ୍ୱର :ବିଜେଡି ଗଠନକୁ ବାଇଶି ପୁରି ତେଇଶ ଚାଲିଛି l ଦଳ ଏବେ ନୂଆ ଡାଞ୍ଚା ଓ ନୀତିକୁ ଆପଣେଇଛି l ପୁରୁଖା ନେତା ଦଳରେ ସାଜିଛନ୍ତି ମାର୍ଗଦର୍ଶକ ଓ ଯୁବନେତାଙ୍କ ହାତରେ ଦଳର ସଂଗଠନ ଓ ସରକାରର ଗୁରୁଦାୟିତ୍ୱ ରହିଛି l ପ୍ରଥମଥର ପାଇଁ ନବୀନ ଦଳରେ ଯୁବ ଗୋଷ୍ଟିଙ୍କୁ ଗୁରୁତ୍ୱ ପୂର୍ଣ୍ଣ ପଦ ପଦବୀ ଦେଇଛନ୍ତି l ବିଜେଡି କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଥମଥର ସଙ୍ଗଠନ ସମ୍ପାଦକ ଓ ସଂଗଠନ ସମ୍ପାଦକ ମୁଖ୍ୟ କାର୍ଯ୍ୟାଳୟ ପଦ ସୃଷ୍ଟିକରି ଦଳର ଦୁଇ ହେବୀ ୱେଟ ଯୁବ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି l ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ହାତରେ ନ୍ୟସ୍ତ କରିଥିବାବେଳେ, ସଂଗଠନ ସମ୍ପାଦକ ମୁଖ୍ୟକାର୍ଯ୍ୟଳୟ ଦାୟିତ୍ୱ ସଞ୍ଜୟ ଦାସବର୍ମା ଙ୍କୁ ନ୍ୟସ୍ତ କରିଛନ୍ତି l ସେହିପରି ଜିଲ୍ଲା ସଭାପତି ଦାୟିତ୍ୱ ରେ ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ମୁଦୁଲି, ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂ, ମହୀଧର ରଣା, ରାମଞ୍ଚ ବିଶ୍ୱାଳ ପରି ଯୁବ ନେତାଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି l ସେହିପରି ପଞ୍ଚମ ପାଳିରେ ନବୀନ ମନ୍ତ୍ରିମଣ୍ଡଳରେ ଯୁବ ଗୋଷ୍ଟିଙ୍କୁ ଗୁରୁତ୍ୱ ଦେଇଛନ୍ତି l ନିଜ ମନ୍ତ୍ରୀମଣ୍ଡଳର ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଗୁରୁଦାୟିତ୍ୱ ଯୁବ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି ନବୀନ l
ପ୍ରଥମ ଥର ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ ଯୁବନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ଦାୟିତ୍ୱ ଦେଇଥିବା ବେଳେ କୃଷି ମନ୍ତ୍ରୀ ର ଗୁରୁଦାୟିତ୍ୱ ଯୁବ ନେତା ଅରୁଣ ସାହୁ ଙ୍କ ଉପରେ ନ୍ୟସ୍ତ କରିଛନ୍ତି l ସେହିପରି ମନ୍ତ୍ରିମଣ୍ଡଳରେ ଯୁବନେତା ଜଗନ୍ନାଥ ସାରକା, ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀ, ପ୍ରତାପ ଜେନା, ସମୀର ଦାସ ପ୍ରମୁଖଙ୍କୁ ମନ୍ତ୍ରୀମଣ୍ଡଳ ରେ ସ୍ଥାନିତ କରିଛନ୍ତି ନବୀନ l ବିଧାନସଭା ପରିଚାଳନା ରେ ଯୁବକଙ୍କୁ ଗୁରୁତ୍ୱ ଦେଇଛନ୍ତି l ବିଧାୟକ ଟିକେଟ ବଣ୍ଟନ ପ୍ରକ୍ରିୟାରେ ମଧ୍ଯ ଗୁରୁତ୍ୱ ଦେଇଛନ୍ତି l ରାଜ୍ୟସଭା ଚୟନରେ ସସ୍ମିତ ପାତ୍ର ଓ ସୁଜିତ କୁମାରଙ୍କୁ ଚୟନ କରିଛନ୍ତି ନବୀନ l ମୋଟାମୋଟି ଭାବେ ଦେଖିଲେ ବିଜେଡି ସଂଗଠନ ଓ ବିଜେଡି ସରକାର ରେ ଯୁବଗୋଷ୍ଠିଙ୍କ ଦବଦବା ବଢ଼ିବାରେ ଲାଗିଛି l ରାଜନୀତି ରେ ସବୁବେଳେ ଭିନ୍ନ ଦୃଷ୍ଟି ଏବଂ ଭିନ୍ନ ଢ଼ଙ୍ଗରେ ଗୋଟି ଚାଳନା କରୁଥିବା କୋଡିଏ ବର୍ଷ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବଗୋଷ୍ଟିଙ୍କ ଦ୍ୱାରା ବିଜେଡ଼ିକୁ ଧୀରେ ଧୀରେ ଏକ କେଡ଼ର ଭିତ୍ତିକ ଦଳରେ ପରିଣତ କଲେଣି l ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଯୁବ ବ୍ରିଗେଡିର ମାନଙ୍କୁ ଦାୟିତ୍ୱ ଦେଇ ଦଳ ଓ ସରକାର ଚଳାଉଛନ୍ତି l ଏହି ଯୁବ ନେତା ମାନେ ମଧ୍ଯ ନିଜ ଦାୟିତ୍ୱ କୁ ସଠିକ ଭାବରେ ତୁଲାଇ ନବୀନ ଙ୍କ ମନ ଜିଣିଛନ୍ତି l ଓଡିଶା ରାଜନୀତିରେ ନବୀନ ଙ୍କ ଏହି ୟୁଥ କାର୍ଡ ବିରୋଧୀଙ୍କୁ ଟେନସନ ଦେଇଛି l