ଭୁବନେଶ୍ୱର : ନା କୌଣସି ସମ୍ରାନ୍ତ ଘର ପରିବାରରୁ ଅାସିଛନ୍ତି ନା ତାଙ୍କ ବାପା ଜଣେ ପୂର୍ବତନ ମନ୍ତ୍ରୀ କି ରାଜନେତା । ନିଜେ ସଂଘର୍ଷ କରି ସେ ଅାଜି ଓଡ଼ିଶା ରାଜନୀତିରେ ଯୁବ ଅାଇକନ ସାଜିଛନ୍ତି । ନବୀନଙ୍କ ଗୁଡ଼ବୁକରେ ଯେଉଁ କେତେଜଣ ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ଛାତ୍ର ଜୀବନରୁ ରାଜନୀତି ଅାରମ୍ଭ କରି ଅାଜି ସେ ପାଲଟିଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ଜଣେ ଚଚ୍ଚତ କ୍ୟାବିନେଟ ମନ୍ତ୍ରୀ । କୃଷି, ମତ୍ସ୍ୟ, ପଶୁସମ୍ପଦ, ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂଣ୍ର୍ଣ ବିଭାଗ ରହିଛି ତାଙ୍କ ଅଧୀନରେ । ସବୁ ସ୍ତରରେ ସେ ଲୋକପ୍ରିୟ। ବାଙ୍କୀ କଲେଜ ଛାତ୍ରସଂସଦ ନିବାର୍ଚନରେ ଜିତି ସଭାପତି ହେବାଠାରୁ ୧୯୮୯ରେ ବାଣୀବିହାର ଛାତ୍ର ସଂସଦ ସଭାପତିରୁ ଅାଜି ପଯ୍ର୍ୟନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ସେ କେବେ ପଛକୁ ଚାହିଁ ନାହାନ୍ତି । ସେ ହେଉଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ଯୁବମନ୍ତ୍ରୀ ଡ଼କ୍ଟର ଅରୁଣ ସାହୁ । ସବୁବେଳେ ସରଳ ଜୀବନ ବିତାଇବାକୁ ଭଲ ପାଉଥବା ଅରୁଣ ଯେ ସତରେ ଜଣେ ସାଧାରଣ ବ୍ୟକ୍ତି ତାହା ତାଙ୍କର ଦୈନିକ କାର୍ଯ୍ୟକ୍ରମରୁ ଯେ କେହି ବାରିପାରିବ । ଏହାର ଗୋଟିଏ ଉଦାହରଣ ହେଉଛି ଯେବେଠାରୁ ଭୁବନେଶ୍ୱରରୁ ନୟାଗଡ଼ ରେଳଚଳାଚଳ ହୋଇଛି। ସେବେଠାରୁ ଜଣେ ସାଧାରଣ ଯାତ୍ରୀ ଭାବେ ସପ୍ତାହର ଅଧକାଂଶ ଦିନ ଅରୁଣ ଟେ୍ରନରେ ଯାତ୍ରା କରୁଛନ୍ତି । ଟେ୍ରନ ଯାତ୍ରା ସମୟରେ ସେ କବିତା ଓ ଗଳ୍ପ ଲେଖାରେ ଏମିତି ଜମିଯାଅାନ୍ତି ଯେ କେତେବେଳେ ସେ ନୟାଗଡ଼ ଷେ୍ଟସନରେ ପହଞ୍ଚିଯାଅାନ୍ତି ତାହା ଜାଣି ପାରିନ୍ତିନି । ଏହାସହ ସେ ବିଭିନ୍ନ ସଭାରେ ସବୁବେଳେ କହନ୍ତି ମୁଁ ମନ୍ତ୍ରୀ ନୁହେଁ, ଜଣେ ସାଧାରଣ ଲୋକ ପରି ବଂଚିବାକୁ ଚାହେ । ସେ ବିଧାନସଭା ହେଉ ଅବା ଲୋକସେବା ଭବନ । ଅରୁଣ କିନ୍ତୁ ସଭିଁଙ୍କ ପ୍ରିୟ । ତାଙ୍କର ମେଳାପି ଗୁଣ ସହ ସମସ୍ତ ଶେ୍ରହ୍ନ ଓ ଅାଦର ପାଇଁ ସେ ସଭିଁଙ୍କ ପ୍ରି୍ରୟ ପାତ୍ର ସାଜିଛନ୍ତି । କ୍ଷମତା ପାଇଁ ସେ କେବେ ଲାଳାୟତ ନୁହନ୍ତି, ତାହା ସେ ବହୁ ସମୟରେ ପ୍ରମାଣ ଦେଇଛନ୍ତି । ୨୦୧୮ ମସିହାରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଦଳର ଅନ୍ୟ କିଛି ଯୁବମନ୍ତ୍ରୀଙ୍କ ସହ ସେ ବି ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥଲେ । ତା ପରଠାରୁ ସେ ଦଳର ସଂଗଠନ କିପରି ମଜବୁତ ହେବ ସେ କାମରେ ଲାଗିପଡ଼ିଲେ। କେବଳ ସେତିକି ନୁହେଁ, ବିଳମ୍ବରେ ହୋଇଥିବା ପାଟକୁର ନିବାର୍ଚନ ଓ ବିଜେପୁର ଉପନିବାର୍ଚନରେ ଦଳର ଯୁବନେତା ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମିଶି ଚତୁର ରଣନୀତି ପ୍ରସ୍ତତ କରି ଦଳକୁ ବିପୁଳ ବିଜୟୀ ମଧ୍ୟ କରିଥଲେ । ତାଙ୍କର ମେଳାପି ଗୁଣ ଯୋଗୁଁ ଅନେକ ସମୟରେ ସେ ହଇରାଣ ବି ହୋଇଛନ୍ତି । ବ୍ରହ୍ମ ବିଭ୍ରାଟ ସମୟରେ ଦଇତାପତିଙ୍କ ପାଖରେ ଶୋଇବାର ଫଟୋ ଭାରରାଲ ହେବାରୁ ତାଙ୍କ ରାଜନୈତିକ ଜୀବନରେ କଳା ଦାଗ ଲଗାଇଥିଲା । ତଥାପି ଅରୁଣ ତାଙ୍କର ମେଳାପି ରହିବାକୁ ପସନ୍ଦ କଲେ। ଗଣମାଧ୍ୟମ ପ୍ରତିନିଧଙ୍କ ମଧ୍ୟ ସେ ଅାଜି ବି ପ୍ରିୟପାତ୍ର । ମଧୁର କଥା କହି ସଭିଙ୍କ ମନ ଜିଣିବାରେ ସେ ସିଦ୍ଧହସ୍ତ । ଜୀବନ ଶୈଳୀକୁ ସମୟ ସହ ତାଳ ଦେବା ପାଇଁ ଅରୁଣ ସବୁବେଳେ ଅନ୍ୟକୁ ସଚେତନର ବାତ୍ତାର୍ ଦେଇଥାନ୍ତି । ନିଜ ସରକାରୀ ବାସଭବନରେ ସକାଳୁ ଉଠିବା ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ସେ କଣ କରିବେ ତାହାର ସୂଚିପତ୍ର ଲେଖଥାନ୍ତି । ମନ୍ତ୍ରୀ ହେଲେ ମଧ୍ୟ ସାହିତ୍ୟ ଓ କଳା ପ୍ରତି ତାଙ୍କର ବହୁତ ଦୁର୍ବଳତା । ପ୍ରତି ଥର ନୂଅା ବର୍ଷରେ ଅରୁଣଙ୍କ କବିତାର କାର୍ଡ଼ ଚଚ୍ଚାର୍ରେ ରୁହେ । କବିତା ମାଧ୍ୟମରେ ସେ ସମାଜ ପାଇଁ ବହୁତ ବାତ୍ତାର୍ ବି ଦେଇଥାନ୍ତି ।
ଯୁବ ଓ ଛାତ୍ର ମାନେ କିପରି ଅାଗକୁ ବଢିବେ, ସେଥଲାଗି ସମସ୍ତଙ୍କୁ ସେ ଉତ୍ସାହିତ କରି