କରୋନା ସଚେତନତା କରିବାରେ ଅଶୋକ ଦାସ ଫାଉଣ୍ଡେସନ ଆଗରେ..

  1. ଯାଜପୁର : ଯାଜପୁର : କରୋନା ଭୁତାଣୁକୁ ନେଇ ସାରା ବିଶ୍ୱରେ ଚହଳ ସୃଷ୍ଟି ହେଇଛି ।ଯାହାକୁ କି କେବଳ ସତର୍କ ଓ ସଚେତନ ମାଧ୍ୟମରେ ରୋକା ଯାଇପାରିବ l ସେଥିପାଇଁ ଓଡିଶା ସରକାରଙ୍କ ତରଫରୁ ବ୍ୟାପକ ସଚେତନତା କରାଯାଉଛି ।ଏହି ସଚେତନତା ବାର୍ତ୍ତା ନେଇ ଯାଜପୁରର ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟ ମାନେ ଘରେ ଘରେ ପହଞ୍ଚଉଛନ୍ତି l ପୂରା ଜିଲ୍ଲାରେ ଅଶୋକ ଦାସଙ୍କ ପୁତ୍ର ତଥା ଯାଜପୁର ବିଧାୟକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ) ପରିଚାଳନା ଭାର ଗ୍ରହଣ କରିଛନ୍ତି l ଭୟ ନୁହେଁ ସଚେତନ ରହିବାକୁ ଲୋକମାନଙ୍କୁ ବୁଝାଉଛନ୍ତି l ମାସ୍କ, ସାବୁନ ଯୋଗାଇ ଦିଆଯାଉଛି l ଫାଉଣ୍ଡେସନର ସଦସ୍ୟ, ଯାଜପୁର ପୂର୍ବତନ ପୋୖରାଧ୍ୟକ୍ଷ ଭୋବ ପ୍ରକାଶ ଦାସ ଏଥିଲାଗି ଫାଉଣ୍ଡେସନ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି l
    ଅଶୋକ ଦାସ ଫାଉଣ୍ଡେସନର ଏହି ପ୍ରୟାସ ଏବେ କେବଳ ଯାଜପୁରରେ ନୁହଁ ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଅଶୋକ ଦାସ କେବଳ ଜଣେ ବିଚକ୍ଷଣ ନେତା ନଥିଲେ । ସେ ମଧ୍ୟ ଜଣେ ଡାକ୍ତର ଥିଲେ । ସେ ରୋଗୀ ଏବଂ ରୋଗକୁ ଭଲରେ ଚିହିଁ ପାରୁଥିବା ମଣିଷଟେ । ସେଥିପାଇଁ ତାଙ୍କ ନାମରେ ନାମିତ ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ ତାଙ୍କ ନୀତି ଆଦର୍ଶରେ ସେବା ମନବୃତ୍ତି ନେଇ କରୋନା ମହାମାରୀକୁ ହରାଇବା ପାଇଁ ନିଜକୁ ନିୟୋଜିତ କରିଦେଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles