କରୋନା ନେଇ ଏପରି କହିଲେ ପିସିସି ସଭାପତି….

- Advertisement -

ଭୁବନେଶ୍ୱର :କରୋନା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଲାବନ୍ଦ ବା ଲକ ଡାଉନ ଆଗାମୀ 14 ଏପ୍ରିଲ ପଯ୍ୟନ୍ତ ଘୋଷଣା କରିଛନ୍ତି |ଏହି ସମୟରେ ସାଧାରଣ ଲୋକ ଙ୍କ ଅସୁବିଧା କୁ ଲକ୍ଷ୍ୟ କରି ସରକାର ଅଗ୍ରିମ ଚାରି ମାସ ରାସନ ସାମଗ୍ରୀ (5 kg ଚାଉଳ /5 kg ଗହମ )ମାସିକ ହିସାବ ରେ ପ୍ରଦାନ କରିଛନ୍ତି |ରାସନ କାର୍ଡ ଧାରୀ ଙ୍କୁ ମଧ୍ୟ୍ୟ 1, 000 ଟଙ୍କା ର ନଗଦ ରାଶି ପ୍ରଦାନ କରିବାର ବ୍ୟବସ୍ଥା କରା ଯାଇ ଅଛି | ବିଧବା, ବୃଦ୍ଧ, ବୃଦ୍ଧ|, ଭିନ୍ନକ୍ଷମ ମାନଙ୍କୁ ମଧ୍ୟ୍ୟ ଅଗ୍ରିମ ଭତ୍ତା ପ୍ରଦାନ କରା ଯାଇ ଅଛି |ଏହା ସ୍ୱାଗତ ଯୋଗ୍ୟ ଅଟେ |ମାତ୍ର ବର୍ତ୍ତମାନ ବାସ୍ତବ ସ୍ଥିତି କୁ ନିରୀକ୍ଷଣ କଲେ ଦେଖା ଯାଏ, ଅନେକ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଆଇନ ରୁ ବଞ୍ଚିତ ଅଛନ୍ତି |ସେମାନଙ୍କର ଆବେଦନ ସରକାର ଙ୍କ ପାଖରେ ଦୀର୍ଘ ଦିନ ହେବ ପଡ଼ି ରହିଛି | ଅନେକ ଯୋଗ୍ୟ ଭତ୍ତା ଧାରୀ (ବିଧବା, ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ )ଙ୍କ ଅବସ୍ଥା ମଧ୍ୟ୍ୟ ସେହିପରି |ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତ ରେ ରାଜ୍ୟସରକାର ସରଜମିନ ତଦନ୍ତ ପୂର୍ବକ ଶୀଘ୍ର ନିଷ୍ପତି ନେବା କୁ ମୁଁ ଦାବୀ କରୁଛି |କରୋନା ଭାଇରସ୍ ବିଶ୍ୱରେ ଅକଳ୍ପନୀୟ କ୍ଷତି ଘଟାଇଛି। ଦୁନିଆର ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଅଛି। ଏହାର ପ୍ରତିରୋଧ ପାଇଁ ଲକଡାଉନ୍ ହେଉଛି ଏକମାତ୍ର ବିକଳ୍ପ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ସରକାରଙ୍କ ଆଦେଶକୁ ଶୁଣନ୍ତୁ – ବାହାରକୁ ଯାଆନ୍ତୁ ନାହିଁ। ଯଦି ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବ ତେବେ ସତର୍କତା ଅବଲମ୍ବନ କରନ୍ତୁ।

ଏହି ଭୂତାଣୁ ହୁଏତ ହଜାର ହଜାର ଲୋକଙ୍କ ଜୀବନ ନେଇଥାଇ ପାରେ, କିନ୍ତୁ ଏହା ମାନବ ଜାତିର ଆତ୍ମା – କରୁଣା ଓ ସହାନୁଭୂତି ମାରି ପାରିବ ନାହିଁ। ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଲକଡାଉନ୍ ସମୟରେ ଗରିବ ଲୋକ ଅନାହାରରେ ମୃତ୍ୟୁମୁଖରେ ନ ପଡ଼ନ୍ତୁ। ପକ୍ଷୀ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବା ଜରୁରୀ। ମଣିଷ ଭାବରେ ଏହା ଆମର କର୍ତ୍ତବ୍ୟ | ସରକାର ଅନୁରୋଧ ଯଥା ସମ୍ଭବ ସହାୟତା ପ୍ରଦାନ କରନ୍ତୁ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles