ବିପଦ ଆମ ପାଇଁ ସୁଯୋଗ ଆଣିଛି- ମୋଦୀ

- Advertisement -

ନୂଆଦିଲ୍ଲୀ: ଚାରି ମାସ ହେଲାଣି ବିଶ୍ୱ କରୋନା କବଳରେ ଅଛି ।ଯାହାକି ତଥା ଦେଶ ପାଇଁ ଏବେ ବଡ଼ ବିପଦ। ହେଲେ ଏହି ବିପଦକୁ ଡରି ନଯାଇ ଏହାର ସାମ୍ନା କରିବା । ଏହା ଭାରତ ପାଇଁ ଏକ ନୂଆ ସୁଯୋଗ ମଧ୍ୟ ଆଣିଛ। କାରଣ କରୋନା ହେଉଛି ଏକ ଲମ୍ବା ଲଢେଇ ।କିନ୍ତୁ ଆମେ ଲଢେଇରେ ଭାଙ୍ଗିବା ନାହିଁ। ଆହୁରି ମଜଭୁତ ହେବା । ଏହି ସମୟରେ ଚୁପ ରହିବାନି । ସତର୍କ ରାହି କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଆଜି ଦେଶକୁ ସମ୍ବୋଧନ କରି ଏକ ନୂଆ ଦିଗ ଦେଖାଇଛି । ସେ କହିଛନ୍ତି କରୋନା ଦେଶ ପାଇଁ ବିପଦ ଆଣିଛି ।ହେଲେ ଏହା ଆମକୁ ବଂଚିବାର ଏକ ନୂଆ ଦିଗ ଦେଖାଇଛି ।ଏବଂ ଆମକୁ ଆତ୍ମ ନିର୍ଭରଶୀଳ କରିଛି ।କାରଣ ପୂର୍ବରୁ ଆମର ପିପିଇ ଦେଶରେ ତିଆରି ହେଉ ନଥିଲା ।କିନ୍ତୁ ଏବେ ପ୍ରତିଦିନ ଆମେ ଦୁଇ ଲକ୍ଷ ପିପିଇ ତିଆରି କରୁଛନ୍ତି । ଏହାସହ ଦୁଇ ଲକ୍ଷ ଏନ 95 ମାସ୍କ ମଧ୍ୟ ପ୍ରତିଦିନ ତିଆରି କରାଯାଉଛି ।ଯାହାକି ଭାରତର ଆତ୍ମନିର୍ଭରଶୀଳତା ଦର୍ଶାଉଛି। ଏହାସହ ଲୋକଙ୍କୁ ଗ୍ଲୋବାଲ ବ୍ରାଣ୍ଡ ପରିବର୍ତେ ନିଜର ତଥା ଲୋକଲ ବ୍ରାଣ୍ଡର ସାମଗ୍ରୀ ପ୍ରଚାର ଓ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଭାରତ ଦେଶ ୫ଟି ତତ୍ୱ ଉପରେ ନିର୍ଭର।ଯଥା ଅର୍ଥନୀତି, ଡିମାଣ୍ଡ, ଜନସଂଖ୍ୟା , ଇନଫ୍ରାଷ୍ଟ୍ରକଚର ।
ସେ ଏହି ପରିପେକ୍ଷ ସେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ। ଏହାର ସବିଶେଷ ତଥ୍ୟ ଅର୍ଥମନ୍ତ୍ରୀ ଦିନ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣାଇବେ। ଏହା ସହ ନୂଆ ରଙ୍ଗ ନୂଆ ରୂପରେ ଲକ୍ ଡାଉନ ୪.୦ ଆସିବ ବୋଲି ସୂଚନା ଦେଇଛନ୍ତି ।ମେ ମାସ ୧୮ ତାରିଖ ପୂର୍ବରୁ ଏହି ନିୟମକୁ ସରକାର ଘୋଷଣା କରିବେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles