ମେ ୨୯ ତାରିଖ ଓ ଓଡ଼ିଶା ରାଜନୀତି….

- Advertisement -

ଭୁବନେଶ୍ୱର : ମେ .୨୯ ଓଡିଶା ରାଜନୀତିର ଏକ ଅଭୁଲା ଦିନ। ମୂଖ୍ୟତଃ ନବୀନ ପଟ୍ଟନାୟକଙ୍କ ପାଇଁ ।କାରଣ
୨୦୧୨ରେ ସେହି ଦିନ କ୍ଷମତା ଯିବାର ଆଶଙ୍କା ଥିଲା।ଆଉ ଅନ୍ୟ ପଟେ ୨୦୧୯ ମେ ୨୯। ପଞ୍ଚମ ଥର ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସିଂହାସନରେ ବସିଥିଲେ।
ମେ ,୨୯,୨୦୧୨। ଓଡ଼ିଶା ରାଜନୀତିର ଏକ ଚର୍ଚ୍ଚିତ ଦିନ। ସେଦିନ ଓଡ଼ିଶା ରାଜନୀତି କଡ଼ ଲେଉଟାଇବାକୁ ଯାଉଥିଲା। ଚାଲିଥିଲା ଯୋଜନା ପରେ ଯୋଜନା। ରଚା ଚାଲିଥିଲା ଚକ୍ରବିହୁ। ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଦିରୁ ହଟେଇବା ପାଇଁ ଚାଲିଥାଏ ଷଡ଼ଯନ୍ତ୍ର।ଆଉ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ସେ ସମୟରେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ଆଚାର୍ଯ୍ୟ।ହେଲେ ଓଡ଼ିଆଙ୍କ ଭଲ ପାଇବା ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ବିଦେଶ ଗସ୍ତର ଅଧା ରାସ୍ତାରୁ ଲେଉଟି ଆସିଥିଲେ।ଆଉ ଫସର ଫଟାଇ ଦେଇଥିଲେ ସବୁ ଷଡ଼ଯନ୍ତ୍ରର। ଶେଷରେ ବିଜେଡିରେ ଅଙ୍କଲ ଯୁଗର ଶେଷ ହୋଇଥିଲା। ତା ପର ଦିନ ହିଁ ନବୀନ ବିଜେଡିରୁ ପ୍ୟାରୀଙ୍କୁ ବହିଷ୍କାର କରିଥିଲେ।ଓଡ଼ିଶା ରାଜନୀତି ପାଇଁ ଏହି ଦିନ ଏକ କଳଙ୍କିତ ଦିନ ଥିଲା।ଯାହାକି ଓଡ଼ିଶା ରାଜନୀତିର ଏକ କଳଙ୍କିତ ଦିନ। ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଅଧିକାଂଶ ନେତା ଏବେ ବିଜେଡିରେ ଆଉ ନାହାନ୍ତି।ଯେଉଁମାନେ ବି ଅଛନ୍ତି ସେମାନେ ନ ଥିଲା ପରି।ସେଥିରେ ସାମିଲ ଥିବା ପ୍ରଶାସନିକ ଅଧିକାରୀଙ୍କ ଅବସ୍ଥା ମଧ୍ୟ ସମାନ।୨୦୧୯ରେ ସେହି କଳା ଦିବସର ରଙ୍ଗକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଅବସର ପାଇଲେ।ମେ ୨୯ ତାରିଖ ୨୦୧୯ ତାରିଖ ଦିନ ନବୀନ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ।ଏହାସହ ସେ ଦୁଃ ସ୍ୱପ୍ନର ଦିନକୁ ସୁନେଲି ଦିନରେ ପରିଣତ କଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles