କାହିଁକି ବଢୁଛି ପେଟ୍ରୋଲ ଡିଜେଲ ଦର : ମତ ରଖିଲା ବିଜେପି

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା। ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ। ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି। ପ୍ରତ୍ୟେକ  ଦିନ ସକାଳୁ ନୂଆ ଦର ଦେବାକୁ ପଡୁଛି ଗ୍ରାହକଙ୍କୁ। ଆଜି ଏହି ବର୍ଦ୍ଧିତ ଦର ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ସେ କହିଛନ୍ତି ମହାମାରୀ ସମୟରେ କେନ୍ଦ୍ର ସରକାର ଦେଶ ବ୍ୟାପି କରୋନା ନିୟନ୍ତ୍ରଣ କଲେ। ଶ୍ରମିକ ମାନେ ଯେତେବେଳେ ଘରୁ ବାହାରି ପାରିଲେନି ସେ ସମୟରେ ଲକ୍ଷେ ୭୦ ହଜାର କୋଟି ଓ ପରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ। ଏହାକୁ ଦୃଷ୍ଟିରେ ରଖି ତୈଳ ଦରକୁ ଗୋଟିଏ ରେଞ୍ଜରେ ରଖାଯାଇଛି। ଏହି ସମୟରେ ପେଟ୍ରୋଲ, ଡିଜେଲ ବ୍ୟବହାର କମିଛି। ଏହାର ଦର ଯେଭଳି ବହୁତ ନକମେ ସେଥିଲାଗି ସରକାର ଚିନ୍ତିତ ଥିଲେ। ଏହାର ଅର୍ଥର ଅନର୍ଥ ନ କରନ୍ତୁ। ଏହାର ଆୟ କେନ୍ଦ୍ର ସରକାରଙ୍କ ପାଖକୁ ଆସେ। ଯାହାଦ୍ବାରା ୨୦ ଲକ୍ଷ କୋଟି ଟଙ୍କାର ବ୍ୟୟ ହୋଇ ଭତ୍ତା, ଇଂଡିଆରଏଫ, ଏସଡିଆରଏଫ୍, କିସାନ୍ ପାଖରେ ପହଞ୍ଚି ଥାଏ। ଦେଶ ଚାଲିଛି ଗୋଟେ ବାଲାନ୍ସରେ। ପ୍ୟାକେଜ ପାଇଁ ତେଲ ଦର ବଢୁଛି ପ୍ରଶ୍ନ ରେ କହିଲେ, ମୁଁ ସେୟା କହୁନି। ମୁଁ ବାସ୍ତବିକତା କହୁଛି। କେନ୍ଦ୍ର ସରକାର ଯେଉଁ ବହୁତ୍ ସୁନ୍ଦର୍ ପ୍ୟାକେଜ ଆଣିଛନ୍ତି ତା ପାଇଁ ପଇସା ଦରକାର।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles