ଯାଜପୁର : ରାଜନୀତିରେ ପାଦ ଥାପିବା ଦିନରୁ ପ୍ରଣବ ଅନ୍ୟର ମଙ୍ଗଳ ପାଇଁ କାମ କରି ଆସୁଛନ୍ତି। ଯେଉଁଥି ପାଇଁ ୬ ରୁ ୬୦ ବର୍ଷ ଯାଏଁ ସମସ୍ତଙ୍କ ମନ ସେ ଜିଣି ପାରିଛନ୍ତି। ଆଜି ସେହି ଜନପ୍ରିୟ ନେତା ପ୍ରଣବ ପ୍ରକାଶ ଦାସ(ବବି )ଙ୍କ ଜନ୍ମ ଦିନ। ଖାସ ସେଥିପାଇଁ ଲୋକମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ବ୍ୟକ୍ତି କେନ୍ଦ୍ରିକ ନ କରି ସାର୍ବଜନୀନ କରିଛନ୍ତି। ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବଙ୍କ ୪୮ ତମ ଜନ୍ମ ଦିନରେ ଯାଜପୁର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଏହି ଦିନଟିକୁ ନିଆରା ଢଙ୍ଗରେ ପାଳନ ହେଉଛି। ପ୍ରଣବଙ୍କ ଜନ୍ମଦିନକୁ ସଂକଳ୍ପ ଦିନ ଭାବରେ ପାଳନ କରିଛନ୍ତି ବବିଙ୍କ ସମର୍ଥକମାନେ। ସବୁବେଳେ ବେଳେ ଅନ୍ୟ ପାଇଁ ସମର୍ପିତ ଥିବା ପ୍ରଣବଙ୍କ ଦୀର୍ଘାୟୁ କାମନା କରି ସେବା ନୀତିକୁ ଆପଣାଇ ଅଛନ୍ତି। ନିଜ ନେତାଙ୍କ ଜନ୍ମ ଦିନରେ ସମର୍ଥକମାନେ ଯାଜପୁରରେ ସବୁଜ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗେଇବାକୁ ସଂକଳ୍ପ ନେଇଛନ୍ତି। ଖାସ ସେଥିପାଇଁ ସବୁ ସମର୍ଥକମାନେ ଆଗେଇ ଆସିଛନ୍ତି।କାରଣ ଗଛଟେ ଯେମିତି ଆମକୁ ବିନା ସ୍ୱାର୍ଥରେ ଆମକୁ ସେବା କରିଥାଏ। ଠିକ୍ ସେହିପରି ଜଣେ ଯୁବ ନେତା ଭାବରେ ପ୍ରଣବ ଓଡିଶାବାସୀଙ୍କ ସେବା କରି ଆସୁଛନ୍ତି। ସେ ବାତ୍ୟା, ବନ୍ୟା ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା କରୋନା ମହାମାରୀ ସମୟ ହେଉ। ସବୁବେଳେ ସବୁ ସମୟରେ ଲୋକଙ୍କ ସହ ଯୋଡି ହୋଇ ରାଜ୍ୟବାସୀଙ୍କ ସୁଖ ଦୁଃଖର ସାଥି ହୋଇଥାନ୍ତି। ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ପ୍ରଣବଙ୍କ ସେବା ମନବୃତ୍ତି ପାଇଁ ନବୀନ ତାଙ୍କୁ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର କରିଛନ୍ତି। ଏହାସହ ତାଙ୍କୁ ସଂଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ପ୍ରଣବ ମଧ୍ୟ ଠିକ୍ ନବୀନଙ୍କ ପରି କଥା ନୁହେଁ କାମରେ ବିଶ୍ୱାସ କରନ୍ତି।ଲୋକଙ୍କୁ ସାଥିରେ ନେଇ ଚାଲନ୍ତି। ଖାସ ସେଥିପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ନିଜ ରାଜନୈତିକ ସାଂଗଠନିକ ଓ ଜଣେ ଲୋକଙ୍କ ନେତା ଭାବରେ ନିଜକୁ ବହୁ ବାର ପ୍ରମାଣିତ କରିସାରିଲେଣି। ଓଡ଼ିଶାବାସୀ ପ୍ରିୟ ବବି ଭାଇଙ୍କ ଜନ୍ମ ଦିନରେ ସେବା ହିଁ ମାନବିକତାକୁ ପାଥେୟ କରି ସମର୍ଥକମାନେ ଜନ୍ମଦିନ ପାଳନ କରିଛନ୍ତି। ପ୍ରଣବଙ୍କ ଜନ୍ମଦିନ ପାଇଁ ଜଗତର ନାଥ ଜଗନ୍ନାଥ ଓ ମା ବିରଜାଙ୍କ ପାଖରେ ତାଙ୍କ ସମର୍ଥକମାନେ ପୂଜା କରି ଦୀର୍ଘାୟୁ କାମନା କରିଛନ୍ତି। ପ୍ରଣବ ମଧ୍ୟ କରୋନା ମହାମାରୀ ସମୟରେ ଜନ୍ମଦିନକୁ ନିରଡାମ୍ବର ଭାବେ ପାଳନ କରିଛନ୍ତି। ନା କଉଠି ସେ କେକ କଟିଛନ୍ତି ନା ସାଙ୍ଗସାଥି ମେଳରେ ସମୟ କାଟିଛନ୍ତି। ବରଂ ମୁଖ୍ୟମନ୍ତ୍ରୀ ତାଂକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ କାମରେ ଲାଗିଛନ୍ତି l ଜନ୍ମଦିନରେ ବି ଦଳର ସଂଗଠନ କଥା ବୁଝିଛନ୍ତି l ମୟୂରଭଞ୍ଜ ରହି ପ୍ରଣବ ସଂଗଠନ କାର୍ଯ୍ୟରେ ଲାଗିଛନ୍ତି l ଲକ୍ଷ୍ୟ କେବଳ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା । ଏହା ପରେ ଦଳର ସଂଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି l ନିଜ ନେତାଙ୍କ ଏଭଳି ମନଭାବ କର୍ମୀକୁ ଦଳ ପାଇଁ ଅଧିକ କାମ କରିବାକୁ ପ୍ରେରଣା ଦେଇଛି l ଯେଉଁଥି ପାଇଁ ତାଙ୍କ ସମର୍ଥକମାନେ କୁହାକୁହି ହେଉଛନ୍ତି ନେତା ହେବ ତ ବବି ଭାଇ ପରି l