ଭୁବନେଶ୍ୱର, ୩ା୭: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ଏକକ ମଂଚ ଭାବରେ ଓଡ଼ିଶା ସାମ୍ବାଦିକ ସମନ୍ୱୟ କମିଟି ଗଠିତ ହୋଇଛି ।
ଶୁକ୍ରବାର ଦିନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଜୀମୂତ ମଂଗରାଜଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟିର ପ୍ରଥମ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ସାମ୍ବାଦିକ ସଂଘ ସମେତ ଓଡ଼ିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟ୍ (ଓୟୁଜେ)ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଓୟୁଡ଼ବ୍ଲୁଜେର ରାଜ୍ୟ ସାଧାରଣ ସମ୍ପାଦକ ହୃଷିକେଶ ମହାନ୍ତି, ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବିଜୟ କୁମାର ପରିଡ଼ା, ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ କିଶୋର ସ୍ୱାଇଁ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ । ଦୀର୍ଘ ଦିନ ହେବ ସମାଧାନ ହୋଇପାରୁନଥିବା ସାମ୍ବାଦିକମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ଏହି ମଂଚ ମାଧ୍ୟମରେ ସରକାରଙ୍କ ସହ ଆଲୋଚନା କରାଯାଇ ସମାଧାନ ପାଇଁ ବାଟ ବାହର କରିବା ନିମନ୍ତେ ନିଷ୍ପତି ହୋଇଥିଲା । ରାଜ୍ୟରେ ରହିଥିବା ଅନ୍ୟାନ୍ୟ ପଂଜିକୃତ ସାମ୍ବାଦିକ ସଂଗଠନ ଗୁଡ଼ିକ ଏହି ସମନ୍ୱୟ କମିଟିରେ ସାମିଲ ହେବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଗୋଟିଏ ସ୍ୱରରେ ସରକାରଙ୍କ
ପାଖରେ ନାର୍ଯ୍ୟ ଦାବି ଗୁଡ଼ିକ ଉପସ୍ଥାପିତ ହୋଇପାରିଲେ ତାହା କାର୍ଯ୍ୟକାରୀ ହେବାରେ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ପୁର୍ଣ୍ଣାଙ୍ଗ
ବୈଠକ ଆହୁତ ହେବା ପାଇଁ ନିଷ୍ୱତି ହୋଇଥିଲା ।