ପରଲୋକରେ ବିଷ୍ଣୁ ଦାସ : ନବୀନ-ଧର୍ମେନ୍ଦ୍ର-ନିରଞ୍ଜନ ଓ ପ୍ରଣବଙ୍କ ଶୋକ

- Advertisement -

ଭୁବନେଶ୍ୱର : ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୬ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ ଗଭୀର ଶୋକ ଜଣାଇନ୍ତି। ସେ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ସହ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ ମାଧ୍ୟମରେ ତାଙ୍କର ଶୋକ ବ୍ୟକ୍ତ କରିଛନ୍ତି ।ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାସଂଦ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଲା । ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନରେ ସାଧାରଣ ଗରିବ ଲୋକଙ୍କ ସେବାରେ ସେ ଏକ ଅଲିଭା ଛାପ ଛାଡ଼ି ଚାଲି ଯାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ତ୍ରିତୋଲ ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୁରଣୀୟ କ୍ଷତି । ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ଶ୍ରୀ ଦାସ ଓଡ଼ିଶା ରାଜନୀତିର ଜଣେ ଦକ୍ଷ ସଂଗଠକ ଥିଲେ l  ଦୀର୍ଘ ଦିନ ଧରି ରାଜନୀତି ରେ ରହି ବିଧାୟକ,ସାଂସଦ ମନ୍ତ୍ରୀ ଭାବେ ଓଡିଶା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସେ ରାଜ୍ୟ ଯୋଜନା ବୋର୍ଡ ର ଉପାଧକ୍ଷ ଭାବେ ଦାଇତ୍ୱ ତୁଲାଇଛନ୍ତି। ତେଣୁ ତାଙ୍କର ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରଣବ କହିଛନ୍ତି l କେବଳ ଜଗତସିଂହପୁର ନୁହେଁ, ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡିଲା l ସେହିପରି ବିଜେଡି ସାଧାରଣ ସମ୍ପାଦକ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ ବି ଗଭୀର ଦୁଃଖ ପ୍ରକାଶ କରିଛନ୍ତି l ଓଡିଶା ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି ସେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles