ପ୍ଲାଜମା ସଂଗ୍ରହକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଲେ ପ୍ରଣବ…

ଯାଜପୁର: ରାଜ୍ୟରେ ସଫଳ ହେବାରେ ଲାଗିଛି ପ୍ଲାଜମା ଥେରାପି। ଏଯାଏଁ ୧୫ ଜଣରୁ ଆଧିକଙ୍କୁ ପ୍ଲାଜମା ଥେରାପି ଦ୍ଵାରା ଚିକିତ୍ସା କରାଗଲାଣି ।  କଟକର ୪୮ ବୟସର ମହିଳା ମହିଳା ଠିକ୍ ହୋଇ ଘରକୁ ଫେରିଛନ୍ତି ।ଜଣେ ଲୋକ ପ୍ଲାଜମା ଦାନ କଲେ ୨ଜଣ ରୋଗୀ ଭଲ ହୋଇ ପାରିବେ। ୧୮ ବର୍ଷରୁ ୬୦ ବର୍ଷର ଵ୍ୟକ୍ତି ଯେ କି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବେ ସେ ଏହି ପ୍ଲାଜମା ଦେଇ ପାରିବେ। ଏବେ ପ୍ଲାଜମା ଥେରାପି କରୋନାକୁ ଭଲ କରିବା ପାଇଁ ନୂଆ ଆଶା ସଞ୍ଚାର କରିଛି। ଏହା ଦ୍ଵାରା ଉଭୟ ରୋଗୀ ଓ ଡାକ୍ତରଙ୍କ ମଧ୍ୟ ଆତ୍ମ ବିଶ୍ୱାସ ବଢିଛି। ଏବେ ପ୍ଲାଜମା ଦାନ ଅଭିଯାନକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ସେହି ଅନୁସାରେ ମନ୍ତ୍ରୀମାନେ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାରେ ପ୍ଲାଜମା ଦାନ ପାଇଁ ଲୋକ ମାନଙ୍କୁ ଉତ୍ସାହିତ କରିବା କାମରେ ଲାଗି ଗଲେଣି। ହେଲେ ମୁଖ୍ୟମନ୍ତ୍ରୀ କେବଳ କାହିଁକି ପ୍ଲାଜମା ଦାୟିତ୍ୱ ମନ୍ତ୍ରୀମାନଙ୍କୁ ଦେଲେ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ କେବଳ ମନ୍ତ୍ରୀମାନେ ନୁହେଁ ବିଧାୟକମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯିବା ଉଚିତ। ବିରୋଧୀ ଦଳ ନେତା ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ବିଧାୟକ ଓ ଦାୟିତ୍ୱ କଣ ହେବା ଦରକାର ସେ ସନ୍ଦେଶ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ନିଜ ନିର୍ବାଚନ ମଣ୍ଡଳୀର କରୋନାରୁ ସୁସ୍ଥ ହୋଇଥିବା ଲୋକ କିପରି  ପ୍ଲାଜମା ଦାନ କରିବେ ସେ ଉପରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଯାଜପୁର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସେଠାକାର ଅନ୍ୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ତେଣୁ ଯାଜପୁରରେ ପ୍ଲାଜମା ଦାନ ସଫଳ ହେବ ବୋଲି ଅନୁମାନ କରାଯାଉଛି । ଅସୁବିଧା ସମୟରେ କିପରି ଲୋକ ସୁବିଧା ସୁଯୋଗ ପାଇବେ ସେଥିପାଇଁ ପ୍ରଣବ ଆଗଭର ରହନ୍ତି ସବୁବେଳେ। ଖାସ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ସୁଯୋଗ ସବୁ କିପରି ମିଳିବ ସେଥିପାଇଁ ପ୍ରଣବ ସବୁବେଳେ ଯତ୍ନଶୀଳ ଥାଆନ୍ତି । ସେଥିପାଇଁ ତ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନେ  ଗର୍ବରେ କହନ୍ତି ନେତା ହେବତ ପ୍ରଣବଙ୍କ ପରି।ତେବେ କେବଳ ଯାଜପୁର ନୁହେଁ,  ସାରା ରାଜ୍ୟରେ କିପରି ପ୍ଲାଜମା ସଂଗ୍ରହ ସଫଳ ହେବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଣବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles