ଯାଜପୁର : ଯାଜପୁର ହେଉ କି ବରୀ । କୋରେଇ ହେଉ କି ଧର୍ମଶାଳା , ଅବା ବିଞ୍ଝାରପୁର,ସୁକିନ୍ଦା ଓ ବଡ଼ଚଣା । ପୁରା ଜିଲ୍ଳାରେ କିପରି ବିକାଶ ହେବ ସେଥିପାଇଁ ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଆଖିରେ ନିଦ ନାହିଁ । କଟକ ଚିନ୍ତା ଯେପରି ବାଇମୁଣ୍ଡିକୁ ଠିକ ସେହିପରି ଯାଜପୁରର ୭ଟି ବିଧାନସଭା କ୍ଷେତ୍ରର ବିକାଶ ଓ ଉନ୍ନୟନମୂଳକ କାମ କିପରି ଜୋରଦାର ହେବ ସେ ଦାୟିତ୍ୱ ଏବେ ବବି ନେଇଛନ୍ତି । ଯାହା ୨୦୧୯ ନିର୍ବାଚନ ପରେ ତାଙ୍କ କାର୍ଯ୍ୟଶୈଳୀର ଜଣାପଡ଼ୁଛି । ନୂତନ ଯାଜପୁର ଗଠନର ବିନ୍ଧାଣୀ ବବି ଏବେ ଜିଳ୍ଲାର ଗୋଟିଏ ପରେ ଗୋଟିଏ ନିର୍ବାଚନୀ ମଣ୍ଡଳୀ ବୁଲି ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । କାରଣ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ ଘଡ଼ାଇ ବୟସ କାରଣରୁ ସେତେଟା ସକ୍ରୀୟ ନୁହନ୍ତି । ଅନ୍ୟପଟେ କଳ୍ପତରୁ ଦାସ ଦେହାନ୍ତ ପରେ ପୁରା ଜିଲ୍ଲାର ମଙ୍ଗ ଧରିଛନ୍ତି ପ୍ରଣବ । ସବୁ ବିଧାୟକଙ୍କୁ ସାଥିରେ ନେଇ କିପରି ବିକାଶମୂଳକ କାର୍ଯ୍ୟକ୍ରମ ଜିଲ୍ଲାରେ ତ୍ୱରାନୀତ କରି ହେବ ସେ ଚିନ୍ତା ତାଙ୍କୁ ଘାରିଛି । ଏହାରି ଭିତରେ ପ୍ରଣବ ଧର୍ମଶାଳା ବିଧାନସଭା କ୍ଷେତ୍ରର କଣ୍ଟିପଡ଼ିଆ ବଡ଼ ପୋଖରୀ ବୁଲି ଦେଖିବା ସହ ଏହାର ଉନ୍ନତିକରଣ କରିବା ପାଇଁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଜିଲ୍ଳାପ୍ରଶାସନକୁ ସାଙ୍ଗରେ ନେଇ ଘଟଣାସ୍ଥଳ ଯିବା ,ଏହାର ଉନ୍ନତିକରଣ ସହ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଠିକ ସେହିପରି ନିକଟରେ କୋରୋଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ଷ୍ଟାଡ଼ିୟମ,ବ୍ୟାସ ସରୋବର, ସନ୍ତରା ସଂକୃତି ଭବନ,ଟାଉନହଲ , ଉମାପଡା ଷ୍ଟାଡ଼ିୟମର ଉନ୍ନତିକରଣ ସମୀକ୍ଷା କରିଥିଲେ । ଏହାସହ ସ୍ଥାନୀୟ ବିଧାୟକ ଅଶୋକ ବଳ ଓ ଜିଲ୍ଲାପାଳ ରଂଜନ ଦାସଙ୍କ ସହ ଏସବୁ ଅଚଂଳ ବୁଲି ବିକାଶର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସେହିପରି ବରୀ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଧାୟିକା ସୁନନ୍ଦା ଦାସ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରୁଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାର କିପରି ଜୀବନ ବିନ୍ଦୁ କାର୍ଯକ୍ରମ ତ୍ୱରାନୀତ ହେବ ସେଥିଲାଗି ଯୁବଗୋଷ୍ଠୀଙ୍କୁ ଏକାଠି କରି ରକ୍ତଦାନ ପାଇଁ ଉତ୍ସାହିତ କରୁଛନ୍ତି । ନିଜେ ମଧ୍ୟ ଅନେକ ଥର ରକ୍ତଦାନ କରି ଉଦାହରଣ ସାଜୁଛନ୍ତି । ଯେଉଁଥି ପାଇଁ ଯାଜପୁର ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ପୁରା ଯାଜପୁର ଜିଲ୍ଲାକୁ ସବୁଜମୟ କରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ଲକ୍ଷ-କୋଟିଏ ଗଛ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିଜର ନିର୍ବାଚନୀ ମଣ୍ଡଳୀରେ ବ୍ୟାପକ ବୃକ୍ଷରୋପଣ କରି ଅନେକ ପଂଚାୟତକୁ ସବୁଜ ସୁନ୍ଦର କରିବାରେ ସଫଳ ହୋଇଛନ୍ତି ସେ । କେବଳ ନିର୍ବାଚନ ସମୟ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ ରଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ସେ ହନୁମାନ ପରି କାମ କରୁଛନ୍ତି ବୁଲିବୁଲି ପୁରା ଓଡ଼ିଶାରେ । ପ୍ରଥମେ ନିଜ ନିର୍ବାଚନୀ ମଣ୍ଡଳୀର ଓ ନିଜ ଜିଲ୍ଲାରୁ ଏସବୁ କାମ କରି ଅନ୍ୟ ଜିଲ୍ଲାପାଇଁ ସେ ଉଦାହରଣ ସୃଷ୍ଟି କରୁୂଛନ୍ତି । ବିକାଶପାଇଁ ସଭିଁଙ୍କ ଲକ୍ଷ ଏକ ହେବା ଦରକାର ବୋଲି ସେ ନିଜ କାମ ଓ ପରିଶ୍ରମ ମାଧ୍ୟମରେ ଜଣାଇଛନ୍ତି । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଓ ଲୋକଙ୍କ ସମସ୍ୟା ସହ ଜଡ଼ିତ ରଖି ସୁଖଦୁଃଖର ସାଥି ହେବାପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆହ୍ୱାନ ବିଧାୟକ,ସାଂସଦ,ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କୁ ଦେଉଛନ୍ତି ତାହାର ପୁରା ମିନିଟରିଙ୍ଗ କରୁଛନ୍ତି ସଂଗଠନ ସମ୍ପାଦକ ପ୍ରଣବ । ତେବେ ବିରୋଧି ଓ ନିନ୍ଦୁକ ଏନେଇ ତାଙ୍କୁ ଯେତେ ସମାଲୋଚନା କଲେ ବି ଏଥିରେ ସେ ବିଚଳିତ ନହୋଇ ନିଜର କାମ କରନ୍ତି । ଯେଉଁଥି ପାଇଁ ସେ ନବୀନଙ୍କ ଅତି ପ୍ରିୟ ।