ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା କି ଉଭୟ ରାଜ୍ୟ ସରକାର ଓ ସାଧାରଣ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ରଣନୀତି ଆଣୁଛନ୍ତି। ହେଲେ କିଛି ଅମାନିଆଙ୍କ ପାଇଁ ଏହା ଫଳପ୍ରଦ ହୋଇ ପାରୁନାହିଁ। ଏହି ଅମାନିଆଙ୍କ ମଧ୍ୟରେ ଅଧିକରୁ ଅଧିକ ଯୁବ ଗୋଷ୍ଠୀ ରହିଥିବା ଦେଖୁବାକୁ ମିଳିଛି। କାରଣ ସେମାନେ ମାସ୍କ ପିନ୍ଧୁନାହାନ୍ତି,ସାମାଜିକ ଦୂରତା ମାନୁ ନାହାନ୍ତି କି ସଚେତନ ମଧ୍ୟ ହେଉ ନାହାନ୍ତି। ଏହି ପରସ୍ଥିତି ଠିକ୍ ବୁଝି ପାରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତେଣୁ ସେ ଅମାନିଆମାନଙ୍କୁ ବୁଝାଇବା ପାଇଁ ବିଜେଡି ଯୁବ ସଂଗଠନକୁ କାମ କରିବାକୁ କହିଛନ୍ତି। କାରଣ ଜଣେ ଯୁବକ ହିଁ ଆଉ ଜଣେ ଯୁବକକୁ ଠିକରେ ବୁଝେଇ ପାରିବ। ଏ ନେଇ ପ୍ରଣବ ଆଜି ପ୍ରଥମ ପର୍ଯ୍ୟାୟରେ ଯାଜପୁର ,ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକର ସମସ୍ତ ବ୍ଲକର ଯୁବ ଓ ଛାତ୍ର ନେତାଙ୍କ ସହ ଭିଡିଓ କନ୍ଫରେନ୍ସିଂଗ ଜରିଆରେ କଥା ହୋଇଛନ୍ତି।କୋଭିଡକୁ ନେଇ ବ୍ୟାପକ ସଚେତନତା କରିବାକୁ ପ୍ରଣବ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଯୁବକ ଗୋଷ୍ଠୀ ବର୍ତ୍ତମାନ ସବୁ କାମ ଭୁଲି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ‘ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ । ସେ ଦିଗରେ ସମସ୍ତେ ଏକଜୁଟ ହୋଇ କାମ କରିବା ଉଚିତ।
ଏହାସହ ପ୍ରଥମ ପର୍ଯ୍ୟାୟରେ ଏହି ଚାରି ଜିଲ୍ଲାର ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ସହ ଦଳୀୟ ସଂଗଠନ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।ପ୍ରଣବ ଏହି ମିଟିଂରେ ଯୁବ ଓ ଛାତ୍ର ନେତୃତ୍ୱକୁ ପ୍ରେରଣାତ୍ମକ ସାଂଗଠନିକ ମନ୍ତ୍ର ପ୍ରଦାନ କରିଥିଲେ। ଏଥିରେ ସେ ଜୟ ଜଗନ୍ନାଥ ଜୟ ନବୀନ ସ୍ଲୋଗାନ ଦେଇ ସମସ୍ତ ଯୁବ ଓ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଯୁବ ଛାତ୍ର ଦଳର ଏହି ସାଙ୍ଗଠନିକ ସମୀକ୍ଷା ବୈଠକରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଲବନ୍ତରାୟ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଯୁବ ସଭାପତି ଅମରେଶ ପତ୍ରୀ , ଛାତ୍ର ସଭାପତି ରାଣପ୍ରତାପ ପାତ୍ର ପ୍ରମୁଖ ଯୋଗଦେଇଥିଲେ।