ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଏବେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ନଈ ଏବେ ବିପଦ ସଂକେତ ରେଖା ଉପରେ ଗତି କରୁଛି। ଅନେକ ସ୍ଥାନରେ ନଈ ବଢି ପାଇଁ ଜୀବନ ଯାତ୍ରା ବନ୍ଦ ହୋଇଯାଇଛି। ଏମିତି କି କିଛି ସ୍ଥାନରେ ଘର ଭୁଶୁଡି ଥୁବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏପରି ସ୍ଥଳେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି କହିଛନ୍ତି ରାଜ୍ୟରେ ଏବେ କୌଣସି ବନ୍ୟା ସ୍ଥିତି ନାହିଁ। ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଲୋକମାନେ ଏଥିପ୍ରତି ଭୟବିତ ନ ହେବାକୁ ସେ ଅପିଲ କରିଛନ୍ତି।
ସେ କହିଛନ୍ତି ,ସମଗ୍ର ରାଜ୍ୟରେ ବର୍ଷା ହୋଇଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଛି ।କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛିଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଆନନ୍ଦ ପୁର ପାଖରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି ।ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ । ଆସନ୍ତା କାଲି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ଭଦ୍ରକକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଯାଜପୁରକୁ ଗୋଟିଏ ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯିବ । ଏହାସହ ବାରିପଦା ଓ ବାଲେଶ୍ବରରେ ଏନିଡିଆରଫ ଓଡ୍ରାଫ ଟିମ ଅଛି । ସେହିପରି କେନ୍ଦ୍ରାପଡାରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ଓଡ୍ରାଫ ଟିମ ଅଛି । ଜଗତସିଂହପୁରରେ ହାଂସୁଆ ପାଇକାରେ ମଧ୍ୟ ଜଳସ୍ତର ବଢୁଛି ।ବର୍ତ୍ତମାନ ଟିମ ରେଡି ଅଛନ୍ତି ଯେଉଁଠି ଆବଶ୍ୟକ ହେବ ଯିବେ । ମୟୁରଭଞ୍ଜ ଜିଲ୍ଲାରେ ସିକୁଳି ବ୍ଲକ ଜମୁଡ଼ି ପଂଚାୟତର ମହୁରିଆ ଗ୍ରାମର ନନ୍ଦିନୀ ମୁଣ୍ଡାଙ୍କର କାନ୍ଥ ପଡି ମୃତ୍ୟୁ ହୋଇଛି । ସବୁ ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।
ଅନ୍ୟ ପାଖେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ସାରା ବର୍ଷା ହୋଇଛି । ତଳି ଅଞ୍ଚଳରର ପାଣି ଜମିଛି । ଚାଷ ଜମିରେ ବି ପାଣି ଜମିଛି । ଏନିଡିଆରଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ଶୁଖିଲା ଖାଦ୍ୟ ମହଜୁଦ ଅଛି। ଆବଶ୍ୟକ ହେଲେ ଦିଆଯିବ। ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ବୈତରଣୀରେ ବନ୍ୟା ଆଶଙ୍କା ରହିଛି।